ମାତ୍ରେ ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ ପାଣ୍ତେଙ୍କର ଦେହାନ୍ତ, କଙ୍ଗନା କହିଲେ ଏପରି କଥା...
Poonam Pandey Passed Away: ଆଜି ଜଣେ ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ବିଟାଉନ୍ ସହ ସାରା ଦେଶରେ ଚହଳ ସୃଷ୍ଟି କରିଛି । ଆଜ୍ଞା ହଁ... ପୁନମ ପାଣ୍ତେଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଛି । ଅଭିନେତ୍ରୀଙ୍କ ଦେହାନ୍ତ ଖବର ଏକ ଲମ୍ବା ପୋଷ୍ଟରେ ଜରିଆରେ ସେୟାର କରାଯାଇଥିଲା। ଏହି ଖବର ସମସ୍ତ ସେଲିବ୍ରିଟି ସହ ସାଧାରଣ ଲୋକଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । କେହି ଏହି ଖବରକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।
ବର୍ତ୍ତମାନ ଲକଅପ୍ ଶୋ'ର ଜଜ୍ କଙ୍ଗନା ରଣାୱତ୍ ମଧ୍ୟ ଏହି ଖବରକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଯେତେବେଳେ କଙ୍ଗନା ଏହି ଦୁଃଖଦ ଖବର ବିଷୟରେ ଜାଣିବା ପାଇଁ ପାଇଲେ ସେତେବେଳେ ସେ ବେଶ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅଭିନେତ୍ରୀ ପୁନମଙ୍କ ଏକ ଫଟୋ ସହ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।

ପୁଣମ୍ ପାଣ୍ଡେଙ୍କ ଫଟୋ ସେୟାର କରି କଙ୍ଗନା ଲେଖିଛନ୍ତି, ଜଣେ ଯୁବ ଅଭିନେତ୍ରୀଙ୍କ ମୃତ୍ୟୁ କର୍କଟ ରୋଗରେ ହେବା ଏକ ଦୁଃଖଦ ଘଟଣା । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ କଙ୍ଗନାଙ୍କ ଲକ୍ ଅପ ଶୋ'ରେ ପୁନମ ଜଣେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ । ଶୋ'ରେ ସେ କଙ୍ଗନାଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲେ । ସେହିପରି ବିଗ୍ ବସ୍ ୧୭ ୱିନର୍ ମୁନାୱର୍ ମଧ୍ୟ ପୁନମ ପାଣ୍ତେଙ୍କ ମୃତ୍ୟୁକୁ ଦୁଃଖ ପ୍ରକାଶ କରିଛନ୍ତି ।
ପୁନମ ପାଣ୍ଡେଙ୍କ ଦେହାନ୍ତ ବିଷୟରେ ସୂଚନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସେୟାର କରାଯାଇଥିଲା। ଏହି ଖବର ପାଇବା ମାତ୍ରେ ପ୍ରଶଂସକମାନେ ପ୍ରଥମେ ଭାବିଲେ ଯେ କେହି ତାଙ୍କ ଆକାଉଣ୍ଟ ହ୍ୟାକ୍ କରିନେଇଛନ୍ତି ହେଲେ ତାଙ୍କ ମ୍ୟାନେଜର ଏହି ଖବରକୁ ସତ ବୋଲି କହିଛନ୍ତି । ଉତ୍ତରପ୍ରେଦଶର କାନପୁର ସହରରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି । ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରେଣ୍ତରେ ରହିଛନ୍ତି ଅଭିନେତ୍ରୀ ପୁନମ୍ ପାଣ୍ତେ ।












Click it and Unblock the Notifications