Get Updates
Get notified of breaking news, exclusive insights, and must-see stories!

କ'ଣ ପାଇଁ ଆମୀରଙ୍କୁ 'ମାଷ୍ଟରମାଇଣ୍ତ' କହିଲେ କଙ୍ଗନା ?

Laal Singh Chaddha Controversy:କ'ଣ ପାଇଁ ଆମୀରଙ୍କୁ 'ମାଷ୍ଟରମାଇଣ୍ତ' କହିଲେ କଙ୍ଗନା ?

ମୁମ୍ବାଇ: ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ ଅଭିନେତ୍ରୀ କଙ୍ଗନା ରଣାୱତ । ଏଥର କଙ୍ଗନାଙ୍କ ଟାର୍ଗେଟ୍ ରହିଛନ୍ତି ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ । 'ଲାଲ ସିଂହ ଚଢା' ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି କଙ୍ଗନା । ଆମୀର ଖାନଙ୍କ ଆଗାମୀ ଫିଲ୍ମ 'ଲାଲ ସିଂହ ଚଢା' ଅନେକ ଦିନ ହେଲା ଚର୍ଚ୍ଚାରେ ରହିଛି । ଟ୍ୱିଟରେ 'ବୟକଟ୍ ଲାଲ ସିଂହ ଚଢା' କ୍ରମାଗତ ଭାବେ ଟ୍ରେଣ୍ଡ କରୁଛନ୍ତି । ନିକଟରେ ଫିଲ୍ମର ମୁଖ୍ୟ ଅଭିନେତା ଆମୀର ଖାନ ଏହା ଉପରେ ନୀରବତା ଭାଙ୍ଗି ନିଜର ସଫେଇ ରଖିଥିଲେ । ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କୁ ଅନୁରୋଧ କରିଥିଲେ । ହେଲେ 'ଲାଲ ସିଂହ ଚଢା' ବିବାଦ ପଛରେ ନିଜେ ଆମୀର ଖାନଙ୍କ ହାତ ଅଛି ବୋଲି କହିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ ।

AMIR

ବାସ୍ତବରେ, କଙ୍ଗନା ରଣାୱତ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଆମୀର ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ଲାଲ ସିଂହ ଚଢା' ବିଷୟରେ ଏକ ଲମ୍ବା ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ କଙ୍ଗନା ଲେଖିଛନ୍ତି ଯେ 'ମୋତେ ଲାଗୁଛି 'ଲାଲ ସିଂହ ଚଢା'କୁ ନେଇ ଘଟୁଥିବା ସମସ୍ତ ନକାରାତ୍ମକ ଘଟଣା ପାଇଁ ଆମୀର ଖାନ ନିଜେ ଦାୟୀ ଏବଂ ସେ ହିଁ ଏହି ବିବାଦ ପଛର 'ମାଷ୍ଟରମାଇଣ୍ଡ' । ସେ ନିଜ ହିଁ ଏହି ବିବାଦକୁ ଆରମ୍ଭ କରିଛନ୍ତି । ଏକ କମେଡି ବ୍ୟତୀତ ଚଳିତ ବର୍ଷ କୌଣସି ହିନ୍ଦୀ ସିନେମା ହିଟ୍ ଲିଷ୍ଟରେ ସାମିଲ୍ ହୋଇ ନାହିଁ । କେବଳ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ନିଜ ଛାପଛାଡିବାରେ ସକ୍ଷମ ହୋଇଛନ୍ତି । କୌଣସି ହଲିଉଡ ଫିଲ୍ମର ରିମେକ୍ କେବେ ବଲିଉଡରେ ସଫଳ ହୋଇନାହିଁ ' । କଙ୍ଗନାଙ୍କ ଏପରି ବୟାନକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଅନ୍ୟପଟେ ଆମୀର ଖାନ କୌଣସି ପ୍ରତିକ୍ରିୟା ଦେଇ ନାହଁନ୍ତି ।

AMIR KAREENA 2

ଆମୀର ଖାନଙ୍କ ଫିଲ୍ମ 'ଲାଲ ସିଂହ ଚଢା'କୁ ନେଇ ବିବାଦ ଲାଗିରହିଛି । ଅଗଷ୍ଟ ୧୧ ତାରିଖରେ ଆମୀର ଖାନ ଏବଂ କରୀନା କପୁରଙ୍କ ଖାନଙ୍କ ଫିଲ୍ମ ରିଲିଜ୍ ହେବା ପାଇଁ ଯାଉଛି । ଏଭଳି ସ୍ଥିତିରେ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରଟି କିପରି ପ୍ରଦର୍ଶନ କରୁଛି ତାହା ଦେଖିବା ବାକିରହିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+