ନ୍ୟାସ୍ନାଲ୍ ଆୱାର୍ଡ ପ୍ରାପ୍ତ ନିର୍ଦ୍ଦେଶକଙ୍କ ସହ କାମ କରିବେ କଙ୍ଗନା, ଜାଣନ୍ତୁ କଙ୍ଗନାଙ୍କ ଆଗାମି ଫିଲ୍ମ ବିଷୟରେ
Kangana Ranaut Next Film :ନ୍ୟାସ୍ନାଲ୍ ଆୱାର୍ଡ ପ୍ରାପ୍ତ ନିର୍ଦ୍ଦେଶକଙ୍କ ସହ କାମ କରିବେ କଙ୍ଗନା, ଜାଣନ୍ତୁ କଙ୍ଗନାଙ୍କ ଆଗାମି ଫିଲ୍ମ ବିଷୟରେ , Kangana Ranaut and Director Madhur Bhandarkar collaborating for film on Kashmiri Singer Murde
ମୁମ୍ବାଇ: ପୁଣି ମଧୁର ଭଣ୍ଡାର୍କର୍ଙ୍କ ଫିଲ୍ମରେ ନଜର ଆସିବେ କଙ୍ଗନା ରଣାୱତ୍ । ଫ୍ୟାସନ୍ ଫିଲ୍ମରେ କଙ୍ଗନା ମଧୁର୍ ଭଣ୍ଡାର୍କର୍ଙ୍କ ନିର୍ଦ୍ଦେଶନାରେ କାମ କରିଥିଲେ ଯାହା ବକ୍ସଅଫିସରେ ଭଲ ଆୟ କରିବା ସହ କଙ୍ଗନାଙ୍କୁ ସିନେମା ଇଣ୍ତଷ୍ଟ୍ରିରେ ଦେଇଥିଲା ଏକ ନୂଆ ପରିଚୟ । ଏହି ଫିଲ୍ମ କଙ୍ଗନାଙ୍କ କ୍ୟାରିୟରରେ ଏକ ସଫଳତା ଆଣିଥିଲା । ଫ୍ୟାସନ ଫିଲ୍ମରେ କଙ୍ଗନାଙ୍କ ଅଭିୟକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଏବେ ଖୁବ ଶୀଘ୍ର ମଧୁର୍ଙ୍କର ଆଗାମୀ ଫିଲ୍ମରେ କଙ୍ଗନାଙ୍କୁ ଦେଖିବା ପାଇଁ ମିଳିବ । ରିପୋର୍ଟ ଅନୁସାରେ ଏହି ସିନେମାଟି କାଶ୍ମୀରୀ ସିଙ୍ଗରଙ୍କ ରିୟଲ ଲାଇଫ୍ ଉପରେ ଆଧାରିତ । ଯିଏ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ।

ଏହା ଏକ ମହିଳା କେନ୍ଦ୍ରିତ ସିନେମା । ମଧୁର ଭଣ୍ତାରକରଙ୍କ ଏହି ସିନେମାରେ କଙ୍ଗନା ମୁଖ୍ୟ ଚରିତ୍ରରେ ନଜର ଆସିବେ । ଖବର ଏହା ମଧ୍ୟ ରହିଛି ଯେ ମଧୁର ଭଣ୍ତାରକର ନିଜ ଫିଲ୍ମ 'ବବଲି ବାଉଁସର' ରିଲିଜ୍ ପରେ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିବେ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଫିଲ୍ମ 'Babli Bouncer' ଓଟିଟି ରେ ରିଲିଜ୍ ହେବ । ଯେଉଁଥିରେ ତମନ୍ନା ଭାଟିଆ ମୁଖ୍ୟ ଭୂମିକାରେ ନଜର ଆସିବେ ।
ଅନ୍ୟପଟେ ବଲିଉଡ କୁଇନ୍ କଙ୍ଗନା ରଣାୱତଙ୍କର ଫିଲ୍ମ ଧାକଡ୍ ବକ୍ସଅଫିସରେ ଭଲ ଆୟ କରିନଥିଲା । ହେଲେ ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଏମରଜେନ୍ସିର ଫାଷ୍ଟ୍ ଲୁକ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ସୋସିଆଲ ମିଡିଆରେ କଙ୍ଗନାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି । ଏତେ ଫିଲ୍ମ ଫ୍ଲପ୍ ହେବା ପରେ ତାଙ୍କର ଆଗାମି ଫିଲ୍ମ ସୁପରହିଟ୍ ଲିଷ୍ଟରେ ସାମିଲ୍ ହୋଇପାରେ ବୋଲି ଆଶା କରାଯାଉଛି । ଏଥିରେ ସେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications