'ତେଜସ୍'ର ଦମଦାର୍ ଟିଜର୍ ରିଲିଜ୍, ଆକ୍ସନ ଅବତାରରେ ନଜର ଆସିବେ କଙ୍ଗନା...

Tejas Teaser Out: କଙ୍ଗନା ରଣାୱତ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ନିକଟରେ କଙ୍ଗନାଙ୍କ ହରର କମେଡି ଡ୍ରାମା ଫିଲ୍ମ 'ଚନ୍ଦ୍ରମୁଖୀ ୨' ରିଲିଜ ହୋଇଯାଇଛି । ଏହି ସିନେମା ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି । ଏବେ କଙ୍ଗନା ରଣାୱତଙ୍କୁ ପ୍ରଥମ ଥର 'Tejas' ଚଳଚ୍ଚିତ୍ରରେ ବାୟୁସେନାର ପାଇଲଟ ଭୂମିକାରେ ଦେଖିବା ପାଇଁ ମିଳିବ ।

ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି । ଗାନ୍ଧି ଜୟନ୍ତୀ ଅବସରରେ ଅର୍ଥାତ୍ ୨ ଅକ୍ଟୋବରରେ ନିର୍ମାତାମାନେ କଙ୍ଗନାଙ୍କ ଫିଲ୍ମ 'Tejas'ର ପ୍ରଥମ ଲୁକ୍ ଅର୍ଥାତ୍ ଏକ ଦମଦାର ଟିଜର୍ ରିଲିଜ୍ ହୋଇଯାଇଛି ଯାାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Kangana Ranaut

'ତେଜସ୍'ର ଟିଜର ଖୁବ୍ ଶକ୍ତିଶାଳୀ
RSVP ଦ୍ୱାରା ପ୍ରସ୍ତୁତ ଫିଲ୍ମ ତେଜସର ଟିଜର୍ ବେଶ୍ ପ୍ରଶଂସା ସାଉଁଟୁଛି । ପାୟଲଟ ଭୂମିକାରେ ଅଭିନେତ୍ରୀ କଙ୍ଗନା ଖୁବ ସୁନ୍ଦର ଏବଂ ସ୍ମାର୍ଟ୍ ଦେଖାଯାଉଛନ୍ତି । ଟିଜର ଆରମ୍ଭରୁ କଙ୍ଗନା ରଣାୱତଙ୍କୁ ପାଇଲଟ ପୋଷାକରେ ଦେଖିବା ପାଇଁ ମିଳୁଛି । ଏହାପରେ ସେ କହୁଛନ୍ତି, ପ୍ରତ୍ୟେକ ଥର ବାର୍ତ୍ତାଳାପ ହେବା ଜରୁରୀ ନୁହେଁ । ବର୍ତ୍ତମାନ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ ହେବା ଉଚିତ୍, ବର୍ତ୍ତମାନ ମୋ ଦେଶରେ ଏକ ବଡ଼ ଦୁଃଖଦ ଘଟଣା ଘଟିବା ପାଇଁ ଯାଉଛି, ଏବେ ଆକାଶରୁ ବର୍ଷା ନୁହେଁ, ନିଆଁର ବର୍ଷା ହେବା ଉଚିତ୍ ।

ସେହିପରି ଏହି ଟିଜରରେ ବରୁଣ ମିତ୍ରା ଏବଂ କଙ୍ଗନା ରଣାୱତଙ୍କ ରୋମାନ୍ସର ଝଲକ ଦେଖିବା ପାଇଁ ମିଳୁଛି । ସର୍ଭେଶ ମେୱାଡାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ 'ତେଜସ୍'ରେ କଙ୍ଗନା ରଣାୱତଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ । ଫିଲ୍ମର ଟିଜର ଦେଖିବା ପରେ ଟ୍ରେଲର ପାଇଁ ପ୍ରଶଂସକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ 'ତେଜସ୍'ର ଟ୍ରେଲର ଅକ୍ଟୋବର ୮ରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ସେହିପରି ଅକ୍ଟୋବର ୧୭ରେ ଏହି ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି ।

କଙ୍ଗନା ରଣାୱତଙ୍କ ଷ୍ଟାରର ଫିଲ୍ମ 'ତେଜସ'ରେ ବାୟୁସେନା ପାଇଲଟ ତେଜସ ଗିଲଙ୍କ ଜୀବନର କାହଣୀ ଦେଖିବା ପାଇଁ ମିଳିବ ଏବଂ ଏହି ଚଳଚ୍ଚିତ୍ରର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେବା । ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ ଆମର ବାୟୁସେନା ପାଇଲଟମାନେ ଆମ ଦେଶକୁ ସୁରକ୍ଷା ଦେବା ପାଇଁ କିପରି ନିରନ୍ତର କାର୍ଯ୍ୟ କରନ୍ତି ଏବଂ ତାଙ୍କୁ ଜୀବନରେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ପଡିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+