ବିବାଦରେ କଙ୍ଗନାଙ୍କ ଫିଲ୍ମ 'Emergency', ହେବ ନାହିଁ ମୁକ୍ତିଲାଭ !
Kangana Ranaut Film Emergency Controversy: ବଲିଉଡ କଣ୍ଟ୍ରୋଭର୍ସି କୁଇନ୍ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ଚଳଚ୍ଚିତ୍ର 'Emergency'କୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଏହି ସିନେମାରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ। କିନ୍ତୁ ଅଭିନେତ୍ରୀଙ୍କ ଏହି ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି । ବର୍ତ୍ତମାନ କଙ୍ଗନା ଏକ ବଡ ବିବୃତ୍ତି ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ଏଥିପାଇଁ କୋର୍ଟକୁ ଯିବାକୁ ପ୍ରସ୍ତୁତ ଅଛନ୍ତି।
ବାସ୍ତବରେ କଙ୍ଗନା ରଣାୱତ ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ର ' Emergency' ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରୁଥିବାର ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀ କହିଛନ୍ତି, ଅନେକ ପ୍ରକାରର ଗୁଜବ ସୃଷ୍ଟି ହେଉଛି ଯେ ଆମ ଫିଲ୍ମକୁ ସାର୍ଟିଫିକେଟ୍ ମିଳିଯାଇଛି ହେଲେ ଏହା ସତ୍ୟ ନୁହେଁ ଫିଲ୍ମକୁ ସାର୍ଟିଫିକେଟ୍ ମିଳିବା ନେଇ କ୍ଲିୟର ହୋଇଯାଇଥିଲା । ହେଲେ ବର୍ତ୍ତମାନ ଏହାର ସାର୍ଟିଫିକେସନକୁ ଅଟକାଇ ଦିଆଯାଇଛି ।

କଙ୍ଗନା ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଆମକୁ ହତ୍ୟା ଧମକ ମିଳୁଛି । ଏହା ସହିତ ସେନ୍ସର ବୋର୍ଡକୁ ମଧ୍ୟ ଧମକ ମିଳୁଛି । ଆମ ଉପରେ ଚାପ ପକାଯାଉଛି ଯେ ଇନ୍ଧିରା ଗାନ୍ଧୀଙ୍କ ହତ୍ୟା ସିନ୍ ନ ଦେଖାଇବା ପାଇଁ । ପଞ୍ଜାବ ରାଇଟ୍ସ ସିନ୍ ନ ଦେଖାଇବା ପାଇଁ ମଧ୍ୟ ଚାପ ପକାଯାଉଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ସିନେମାରେ କ'ଣ ଦେଖାଇବା । ଏହା ମୋ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା ।
ଏହାପୂର୍ବରୁ, କଙ୍ଗନା ଆଇଏଏନଏସ ସହ ଆଲୋଚନା କରିବା ବେଳେ କଙ୍ଗନା କହିଥିଲେ "ଯେଉଁ ଦିନ ମୋର ଚଳଚ୍ଚିତ୍ର ସେନ୍ସରରୁ ସାର୍ଟିଫିକେଟ୍ ପାଇବାକୁ ଯାଉଥିଲା, ଅନେକ ଲୋକ ଅନେକ ଡ୍ରାମା ସୃଷ୍ଟି କରିଥିଲେ ..'ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେନ୍ସର ବୋର୍ଡ "ବହୁତ ଦ୍ୱିଧାବୋଧ ହୋଇଛି। ସେମାନଙ୍କ ସହ ଅନେକ ସମସ୍ୟା ମଧ୍ୟ ରହିଛି। ତେଣୁ ମୁଁ ଆଶା କରୁଛି ଯେ ଆମର ଚଳଚ୍ଚିତ୍ର ମୁକ୍ତିଲାଭ କରୁ' ।












Click it and Unblock the Notifications