ପୁଣି କଙ୍ଗନାଙ୍କ ଟାର୍ଗେଟରେ 'ବ୍ରହ୍ମାସ୍ତ୍ର', କରଣଙ୍କୁ କ'ଣ ପାଇଁ କହିଲେ ଗଣିତଜ୍ଞ !
ପୁଣି କଙ୍ଗନାଙ୍କ ଟାର୍ଗେଟରେ 'ବ୍ରହ୍ମାସ୍ତ୍ର', କରଣଙ୍କୁ କ'ଣ ପାଇଁ କହିଲେ ଗଣିତଜ୍ଞ !
ମୁମ୍ବାଇ: ଫିଲ୍ମ 'ବ୍ରହ୍ମାସ୍ତ୍ର' ରିଲିଜ୍ ପରେ ନିଜ କମାଲ୍ ଦେଖାଉଛି । କରଣ ଜୋହରଙ୍କ ପ୍ରଯୋଜିତ ଏହି ଫିଲ୍ମ ବକ୍ସଅଫିସରେ ଚହଳ ସୃଷ୍ଟି କରିଛି । ଚଳଚ୍ଚିତ୍ରଟି ପ୍ରାୟ ତିନି ଦିନରେ ୧୦୦ କୋଟି ବ୍ୟବସାୟ କରିସାରିଛି । ଫିଲ୍ମର ବକ୍ସ ଅଫିସ କଲେକ୍ସନ ବିଶ୍ୱବ୍ୟାପୀ ୧୫୦ କୋଟି ଅତିକ୍ରମ କରିଛି । ଅନେକ ବିବାଦ ଓ ସୋସିଆଲ ମିଡିଆରେ ବୟକଟ୍ ଟ୍ରେଣ୍ତ୍ କରିବା ସତ୍ୱେ ଏହାର କୌଣସି ପ୍ରଭାବ ଫିଲ୍ମ ଉପରେ ପଡି ନାହିଁ । ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସଫଳତା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ହେଲେ ଫିଲ୍ମର ଆୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଙ୍ଗନା । 'ବ୍ରହ୍ମାସ୍ତ୍ର' Box Office କଲେକ୍ସନକୁ ମିଛ ବୋଲି ମଧ୍ୟ କହିଛନ୍ତି ଅଭିନେତ୍ରୀ ।

ଅଭିନେତ୍ରୀ 'ବ୍ରହ୍ମାସ୍ତ୍ର' ଆୟକୁ ନେଇ କହିଛନ୍ତି 'ଲୋକଙ୍କ ମଧ୍ୟରେ ମିଥ୍ୟା ଖବର ପ୍ରଚାର କରାଯାଉଛି, ଅଧିକ ଆୟ ଖବର ଅନେକ ଦର୍ଶକଙ୍କୁ ଭ୍ରମରେ ପକାଉଛି, ଫିଲ୍ମକୁ ଅଧିକରୁ ଅଧିକ ଲୋକ ଦେଖିବା ପାଇଁ ଏପରି ଟ୍ରିକ୍ ଆପଣାଯାଉଛି । ଦର୍ଶକଙ୍କୁ ନିଜର ମିଥ୍ୟା ଜାଲରେ ଫସାଇବା ପାଇଁ କରଣ ଜୋହରଙ୍କ ଗ୍ୟାଙ୍ଗର ଏହା ଏକ ଚାଲ୍ । ଫିଲ୍ମର ଆୟ ଯେତିକି କୁହାଯାଉଛି ସେତିକି ନୁହେଁ । ଏହାର ମଥ୍ୟା ଆୟକୁ ପ୍ରଚାର କରାଯାଉଛି ।
ସେପଟେ ଟ୍ରେଡ୍ ଆନାଲିଷ୍ଟ Sumit kadel ନିଜ ଟ୍ବିଟ୍ରେ କଙ୍ଗନାଙ୍କ ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି । ଯଦି ମଣିକର୍ଣ୍ଣିକାକୁ ତୁମେ ହିଟ୍ ବୋଲି ଦାବି କରୁଛ, ତେବେ ବ୍ରହ୍ମାସ୍ତ୍ର ପାଇଁ କ'ଣ ପାଇଁ ଏହି ନିୟମ ବଦଳିଯାଉଛି । କଙ୍ଗନାଙ୍କୁ ପ୍ରଶ୍ନ କରି ସେ ଲେଖିଛନ୍ତି 'ପ୍ରିୟର କଙ୍ଗନା ରଣଆୱତ୍ ଜୀ, ମଣିକର୍ଣ୍ଣିକାର ବଜେଟ୍ ୧୧୫-୧୨୦ କୋଟି ... ଭାରତରେ ଲାଇଫଟାଇମ୍ କଲେକ୍ସନ ୯୨ କୋଟି... ଆପଣ ଏହାକୁ ବିଗ୍ ହିଟ୍ ଫିଲ୍ମ ବୋଲି ଦାବି କରୁଛନ୍ତି । ହେଲେ ବ୍ରହ୍ମାସ୍ତ୍ର ପାଇଁ ଆପଣ ଭିନ୍ନ ନିୟମ କାହିଁକି ପ୍ରୟୋଗ କରୁଛନ୍ତି ।
Dear #KanganaRanaut ji.. #Manikarnika budget - 115-120 cr ..
Lifetime collection- ₹ 92 cr nett in India.. You claim it to be a BIG HIT .. can u explain why you are using different yardstick for #Brahmastra now ? pic.twitter.com/vGwuyM9gXR
— Sumit Kadel (@SumitkadeI) September 11, 2022
ଯାହା ପ୍ରତିଉତ୍ତରରେ କଙ୍ଗନା ଲେଖିଛନ୍ତି ' ଫିଲ୍ମଟି ଶୁକ୍ରବାର ରିଲିଜ୍ ହେଉଛି ଓ ରବିବାର ବଡ଼ ହିଟ୍ ହୋଇଯାଉଛି । ଫିଲ୍ମଟି ଦୁଇଦିନରେ ୨୫୦ କୋଟି ଆୟ କରୁଛି ( ଯଦିଓ ଏହି ସଂଖ୍ୟା ମିଛ) । VFX ସହିତ ଫିଲ୍ମର ବଜେଟ୍ ୬୫୦ କୋଟି । ପ୍ରାଇମ୍ ଫୋକସ୍ ଏହାର ସହ-ନିର୍ମାତା ହେଲେ ଏହାରମାନେ ନୁହେଁ ଯେ VFXର କୌଣସି ମୂଲ୍ୟନାହିଁ । ଏ ହେଉଛି ଗଣିତଜ୍ଞ କରଣଙ୍କ ଜୋହରଙ୍କ ଗଣିତ ଯାହା ଆମକୁ ମଧ୍ୟ ଶିଖିବା ପାଇଁ ପଡିବ । କଙ୍ଗନାଙ୍କର ଏହି ପୋଷ୍ଟର ଅନେକ ସମାଲୋଚନା କରୁଥିବା ବେଳେ ଅନେକ ଅଭିନେତ୍ରୀଙ୍କୁ ସପୋର୍ଟ କରୁଛନ୍ତି ।
ସୂଚନାଅନୁସାରେ, ଆୟାନ୍ ମୁଖାର୍ଜିଙ୍କର ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଆୟ ବଢିବା ସହ ଲୋକ ମଧ୍ୟ ଏହି ଫିଲ୍ମ ଦେଖିବା ପାଇଁ ପସନ୍ଦ କରୁଛନ୍ତି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି । ସୋସିଆଲ ମିିଡିଆରେ ଫିଲ୍ମକୁ ନେଇ ଦର୍ଶକ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି । ଅନେକ ସିନେପ୍ରେମୀ ଫିଲ୍ମରେ ବ୍ୟବହାର ହୋଇଥିବା ଭିଏଫଏକ୍ସର ପ୍ରଶଂସା କରୁଛନ୍ତି ଫିଲ୍ମରେ ମୋଟ୍ ୪.୫୦୦ଟି VFX ଶଟ୍ ବ୍ୟବହାର କରାଯାଇଛି ।












Click it and Unblock the Notifications