ମୁଁ ଦୀପିକା ପାଦୁକୋଣଙ୍କୁ ପ୍ରମୋଟ୍ କରୁଥିଲି, ପ୍ରତିଦିନ ଟ୍ୱିଟରରେ ତାଙ୍କୁ ଚୁମ୍ବନ ଦେଉଥିଲି:KRK
ମୁଁ ଦୀପିକା ପାଦୁକୋଣଙ୍କୁ ପ୍ରମୋଟ୍ କରୁଥିଲି, ପ୍ରତିଦିନ ଟ୍ୱିଟରରେ ତାଙ୍କୁ ଚୁମ୍ବନ ଦେଉଥିଲି:KRK
ମୁମ୍ବାଇ: ନିଜର ବିବାଦୀୟ ଟ୍ୱିଟ୍ ମାଧ୍ୟମରେ ବଲିଉଡ ସେଲିବ୍ରିଟିମାନଙ୍କୁ ଟାର୍ଗେଟ କରୁଥିବା କମଲ ରସିଦ ଖାନ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଏଥର KRK ବି-ଟାଉନର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଟାର୍ଗେଟ କରିଛନ୍ତି । ଦୀପିକାଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ'ର ଗୀତ 'ବେଶରମ ରଙ୍ଗ'କୁ ନେଇ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି KRK ଏକ ବଡ଼ ବିବୃତ୍ତି ଦେଇଛନ୍ତି ।

I do remember, once upon a time I was doing promotion of #DeepikaPadukone and everyday giving her kiss on Twitter. But now I regret for my act after seeing real Deepika in the song #BesharamRang! My God, How can I do promotion of such a horrible looking girl.
— KRK (@kamaalrkhan) December 19, 2022
ଏହି ଟୁଇଟରେ କମଲ ରସିଦ ଖାନ ଲେଖିଛନ୍ତି ଯେ- 'ମୋର ମନେ ଅଛି ଥରେ ମୁଁ ଦୀପିକା ପାଦୁକୋଣଙ୍କୁ ପ୍ରମୋଟ୍ କରୁଥିଲି ଏବଂ ପ୍ରତିଦିନ ତାଙ୍କୁ ଟ୍ୱିଟରରେ ଚୁମ୍ବନ ଦେଉଥିଲି। 'ବେଶରମ ରଙ୍ଗ' ଗୀତରେ ପ୍ରକୃତ ଦୀପିକାଙ୍କୁ ଦେଖି ମୁଁ ଦୁଃଖିତ । ହେ ଭଗବାନ, ମୁଁ କିପରି ଏପରି ଭୟଙ୍କର ଦେଖାଯାଉଥିବା ଝିଅକୁ ପ୍ରମୋଟ୍ କରିପାରିବି? '
ଦୀପିକା ପାଦୁକୋଣଙ୍କୁ ନେଇ କମଲ ରସିଦ ଖାନଙ୍କ ଏହି ଅପମାନଜନକ ପୋଷ୍ଟକୁ ନେଇ ଲୋକମାନେ ସୋଶାଲ ମିଡିଆରେ ତାଙ୍କୁ ଗାଳିଦେବା ଆରମ୍ଭ କରିଛନ୍ତି ।












Click it and Unblock the Notifications