ଜେଲରୁ ବାହାରିଲେ KRK, ଲୋକେ କହିଲେ 'ଗବର ଇଜ୍ ବ୍ୟାକ୍'

ଜେଲରୁ ବାହାରିଲେ KRK, ଲୋକେ କହିଲେ 'ଗବର ଇଜ୍ ବ୍ୟାକ୍'

ମୁମ୍ବାଇ: ଚଳଚ୍ଚିତ୍ର ସମାଲୋଚକ ତଥା କମଲ ଆର ଖାନ। ନିଜ ବିବାଦିୟ ଟ୍ୱିଟ୍ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ତାଙ୍କୁ ଗିରଫ କରାଯାଇଥିଲା । ନଅ ଦିନରେ ପରେ ଆଜି ସେ ଜେଲରୁ ବାହାରିଛନ୍ତି । ଏହି ଖବରକୁ ନିଶ୍ଚିତ କରି ତାଙ୍କ ଓକିଲ ଅଶୋକ ସାରୋଗୀ କହିଛନ୍ତି ଯେ କମଲ ଆଜି ଥାନେ ଜେଲରୁ ବାହାରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଅକ୍ଷୟ କୁମାର, ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏବଂ ଅନ୍ୟମାନଙ୍କ ବିଷୟରେ ଅପମାନଜନକ ଟ୍ୱିଟ୍ ଅଭିଯୋଗରେ କେ.ଆର.କେ ଜାମିନ ପାଇଛନ୍ତି ।

KRK

ସେପ୍ଟେମ୍ବର ୬ରେ KRKଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଜାମିନ ପ୍ରଦାନ କରିବା ସମୟରେ ବୋରିବଲୀ ମାଜିଷ୍ଟ୍ରେଟ କହିଥିଲେ ଯେ ମୁଁ ଆବେଦନକାରୀଙ୍କ ଲିଖିତ ତଥା ମୌଖିକ ଯୁକ୍ତିକୁ ଭଲ ଭାବରେ ବିଚାର କରିଛି । ଟୁଇଟ୍ ଆଧାରରେ ପଞ୍ଜୀକୃତ ହୋଇଥିବା ଅପରାଧ ହେଉଛି ୨୦୨୦ ବର୍ଷର । ଏହି ଘଟଣାକୁ ନେଇ ଅନ୍ୟ ପକ୍ଷରୁ କେହି ବର୍ତ୍ତମାନ ଆସି ନାହଁନ୍ତି । ତେଣୁ ଏଭଳି ସ୍ଥିତିରେ ବର୍ତ୍ତମାନ ଅଭିଯୁକ୍ତ ନିର୍ଦ୍ଦିଷ୍ଟ ସର୍ତ୍ତରେ ଜାମିନ ପାଇବା ଯୋଗ୍ୟ । ହେଲେ କୋର୍ଟ ସର୍ତ ରଖି କହିଛନ୍ତି ଯେ ବ୍ୟକ୍ତିଗତ ବଣ୍ତ ବା ନଗଦ ୧୫ ହଜାର ଟଙ୍କା ଜମା କରିବା ପରେ ଜାମିନ ମିଳିପାରିବ । ଏହା ସହ ୬୦ ଦିନ ପର୍ଯ୍ୟନ୍ତ ମାସର ଦ୍ୱିତୀୟ ଓ ଚତୁର୍ଥ ସୋମବାର ଦିନ ୧୦ରୁ ୧୧ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବା ପର୍ଯ୍ୟନ୍ତ ପୋଲିସ ଷ୍ଟେସନରେ ରହିବା ପାଇଁ ପଡିବ । ଏହି ଖବର ଭାଇରାଲ ହେବା ପରେ କେଆରକେଙ୍କ ଫ୍ୟାନ୍ସ ବେଶ୍ ଖୁବ ଅଛନ୍ତି । ସୋସିଆଲ ମିଡିଆରେ ଜେଣ ୟୁଜର୍ସ ଲେଖିଛନ୍ତି ଗବର ଇଜ୍ ବ୍ୟାକ୍ ।

ଅପମାନଜନକ ଟ୍ୱିଟ୍ ଅଭିଯୋଗରେ KRKଙ୍କୁ ଅଗଷ୍ଟ ୩୦ରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇ ତାଙ୍କୁ ବୋରିଭଲି ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+