ବିଶ୍ୱରେ 'କଲ୍କି 2898 AD'ର କ୍ରେଜ୍, ୯ ଦିନରେ ୮୦୦ କୋଟିର ବ୍ୟବସାୟ
Kalki Worldwide Box Office Collection Day 9: ଫିଲ୍ମ 'କଲ୍କି 2898 AD'ର କ୍ରେଜ୍ ଏବେ ସାରା ବିଶ୍ୱରେ ଦେଖିବା ପାଇଁ ମିଳୁଛି । ଭାରତ ଏବଂ ବିଦେଶର ବକ୍ସ ଅଫିସରେ ପ୍ରଭାସଙ୍କ ସିନେମାର ଯାଦୁ ଦେଖିବା ପାଇଁ ମିଳୁଛି । ରିଲିଜ୍ ହେବାର ମାତ୍ର 9 ଦିନ ମଧ୍ୟରେ ଏହି ଫିଲ୍ମ ଜବରଦସ୍ତ ଆୟ କରୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ଚାଲନ୍ତୁ ଜାଣିବା ରିଲିଜ୍ ହେବାର 9 ଦିନ ମଧ୍ୟରେ 'କଲକି 2898 AD' ସାରା ବିଶ୍ୱରେ କେତେ ଆୟ କରିଛି ।

ଚଳଚ୍ଚିତ୍ର 'କଲ୍କି 2898 AD'ର VFX, କାହାଣୀ, ଷ୍ଟାରକାଷ୍ଟ ସବୁ କିଛି ଦର୍ଶକଙ୍କୁ ବେଶ ଇମପ୍ରେସ୍ କରୁଛି । ପ୍ରତିଦିନ ଫିଲ୍ମ ଦେଖିବା ପାଇଁ ସିନେମା ହଲରେ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଦେଖିବା ପାଇଁ ମିଳୁଛି । ଶନିବାର ଦିନ ସାରା ବିଶ୍ୱରେ ଏହି ସିନେମା 800 କୋଟିର ବ୍ୟବସାୟ କରିଛି । କଲ୍କି' ଘରୋଇ ବକ୍ସ ଅଫିସରେ ମଧ୍ୟ ଚହଳ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରଟି ପ୍ରତିଦିନ କୋଟି କୋଟି ଟଙ୍କା ସଂଗ୍ରହ କରୁଛି ଏବଂ ଅନେକ ଚଳଚ୍ଚିତ୍ରର ରେକର୍ଡ ମଧ୍ୟ ବ୍ରେକ୍ କରୁଛି । ଏହି ଚଳଚ୍ଚିତ୍ର 9 ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ 431.5 କୋଟି ଟଙ୍କା ରୋଜଗାର କରିବା ସହ ଏହି ଚଳଚ୍ଚିତ୍ର ବାହୁବଳୀ 2'ର ରେକର୍ଡ ଭାଙ୍ଗିଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଫିଲ୍ମ 'କଲ୍ଲି' 600 କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା । ଏହି ଫିଲ୍ମରେ ଅମିତାଭ ବଚ୍ଚନ, କମଲ ହାସନ, ଦୀପିକା ପାଦୁକୋଣ, ଦିଶା ପଟାନୀ, ଶୋଭାନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନଜର ଆସୁଛନ୍ତି । ଆନୁମାନିକ 600 କୋଟି ଟଙ୍କା ବଜେଟରେ ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍, ହିନ୍ଦୀ ଏବଂ ଇଂରାଜୀରେ 'କାଲ୍କି' ମୁକ୍ତିଲାଭ କରିଛି। ତେବେ ଏହି ସପ୍ତାହ ଶେଷରେ ମଧ୍ୟ ସିନେମାର ଆୟ ଆହୁରି ବଢିବ ବୋଲି କୁହାଯାଉଛି ।
-
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା












Click it and Unblock the Notifications