ଆଜି ରାତି ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ 'Kalki 2898 AD'
Kalki 2898 AD On Netflix: ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'Kalki 2898 AD' ଚଳିତ ବର୍ଷର ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ବହୁତ ପସନ୍ଦ କରିଥିଲେ ଏବଂ ଏହା ରିଲିଜ୍ ହେବା ମାତ୍ରେ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ତେବେ ଯେଉଁମାନେ ଏହି ସିନେମା ପ୍ରେକ୍ଷାଳୟରେ ଦେଖିନାହାଁନ୍ତି ସେମାନେ ବର୍ତ୍ତମାନ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ । ଅନେକ ସିନେପ୍ରେମୀ ଦୀର୍ଘ ଦିନ ଧରି ଫିଲ୍ମର OTT ରିଲିଜକୁ ଅପେକ୍ଷା କରି ରହିଥିଲେ ଏବଂ ଆଜି ସେମାନଙ୍କର ଅପେକ୍ଷା ଅନ୍ତ ହେବାକୁ ଯାଉଛି ।
'Kalki 2898 AD' ଆଜି ରାତିରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ହିନ୍ଦୀ ସଂସ୍କରଣର OTT ଅଧିକାର ନେଟଫ୍ଲିକ୍ସ 175 କୋଟି ଟଙ୍କାରେ କିଣିଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ଏହି ଫିଲ୍ମ ଅଗଷ୍ଟ ୨୨ ମଧ୍ୟରାତ୍ରିରୁ ଷ୍ଟ୍ରିମିଂ କରାଯିବ ।

ନେଟଫ୍ଲିକ୍ସ 'Kalki 2898 AD'ର ହିନ୍ଦୀ ସଂସ୍କରଣର ଅଧିକାର କ୍ରୟ କରିଥିବାବେଳେ ଆମାଜନ ପ୍ରାଇମ ଭିଡିଓ ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ ସଂସ୍କରଣ ପାଇଁ 200 କୋଟି ଟଙ୍କା ଦେଇଥିଲା । ଏଭଳି ପରିସ୍ଥିତିରେ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ଆମାଜନ ପ୍ରାଇମରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ଆଜି ରାତି 12 ଟାରୁ ପ୍ରାଇମ ଭିଡିଓରେ ମଧ୍ୟ ଷ୍ଟ୍ରିମିଂ ହେବ ।
27 ଜୁନ୍ 2024 ରେ 'Kalki 2898 AD ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ରେକର୍ଡ ବ୍ରେକ୍ ଆୟ କରିବାରେ ସଫଳ ହୋଇଥିଲା । 'Kalki 2898 AD' ଘରୋଇ ବକ୍ସ ଅଫିସରେ 645.8 କୋଟି ଟଙ୍କା ରୋଜଗାର କରିଥିବାବେଳେ ଏହା worldwide ବକ୍ସ ଅଫିସରେ 1041.65 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା ।
ହିନ୍ଦୁ ପୁରାଣ ଉପରେ ଆଧାରିତ ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋଣ ଏବଂ କମଲ ହାସନଙ୍କ ପରି ବଡ଼ ବଡ଼ ଷ୍ଟାରଙ୍କୁ ଦେଖିବା ପାଇଁ ମିଳୁଛି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ଦର୍ଶକଙ୍କୁଠୁ ବେଶ ଭଲ ପ୍ରତିକ୍ରିୟା ସାଉଁଟିଥିଲା ।












Click it and Unblock the Notifications