ଏହି ତାରିଖରେ ନେଟଫ୍ଲିକ୍ସରେ ରିଲିଜ୍ ହେବ ପ୍ରଭାସଙ୍କ ଚର୍ଚ୍ଚିତ ଫିଲ୍ମ 'Kalki 2898 AD'
Kalki 2898 AD Hindi OTT Release Date & Time: ପ୍ରଭାସଙ୍କ ଅଭିନୀତ ଫଲ୍ମ 'କଲକି 2898 AD' ଗୁରୁବାର, ଅର୍ଥାତ୍ ୨୭ ଜୁନ୍ ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି । ଦର୍ଶକଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ରର କ୍ରେଜ୍ ଖୁବ୍ ଅଧିକ ରହିଛି । ଫିଲ୍ମରେ ପ୍ରଭାସ-ଦୀପିକାଙ୍କ ଜବରଦସ୍ତ ଯୋଡିକୁ ପ୍ରଥମ ଥର ବଡ଼ ପରଦାରେ ଦେଖିବା ପାଇଁ ମିଳିବ । ପ୍ରଥମ ଦିନରେ ଫିଲ୍ମ ଦେଖିବା ପାଇଁ ବମ୍ପର ଆଡଭାନ୍ସ ବୁକିଂ ହୋଇଛି । ଏହାରି ମଧ୍ୟରେ ଅନେକ ସିନେପ୍ରେମୀ ବର୍ତ୍ତମାନ ଏହା ଜାଣିବା ପାଇଁ ଚାହୁଁଥିବେ ଯେ, ଏହି ଚର୍ଚ୍ଚିତ ଫିଲ୍ମଟି କେବେ ଓ କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ।
ନାଗ ଅଶ୍ୱିନିଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ, 'କଲକି 2898 AD' ଏକ ମଲଟି ଷ୍ଟାର୍ ଫିଲ୍ମ । ଯାହା ପାନ-ଇଣ୍ଡିଆରେ ରିଲିଜ୍ ହୋଇଛି । ଏହି ସିନେମାରେ ଚମତ୍କାର VFX ଏବଂ CGI ପ୍ରଭାବ ସହିତ ଏକ ବଡ଼ ସିନେମାଟିକର ଝଲକ ଦେଖିବା ପାଇଁ ମିଳିବ । ଫିଲ୍ମ ବିଷୟରେ ଅନେକ ଚହଳ ସୃଷ୍ଟି ହୋଇଛି ଏବଂ ପ୍ରଥମ ଦିନରେ ପ୍ରଭାସଙ୍କ ଏହି ହାଇ-ଫାଇ ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ବହୁତ ଭିଡ ଦେଖିବାକୁ ମିଳିଛି । ଏସବୁ ମଧ୍ୟରେ, ବର୍ତ୍ତମାନ ଲୋକମାନେ ହିନ୍ଦୀରେ ଫିଲ୍ମର OTT ରିଲିଜ୍ ତାରିଖ ଏବଂ ପ୍ଲାଟଫର୍ମ ଜାଣିବାକୁ ମଧ୍ୟ ଚାହୁଁଛନ୍ତି ।

ରିପୋର୍ଟ ଅନୁଯାୟୀ, 'କାଲକି 2898 AD'ର ହିନ୍ଦୀ ସଂସ୍କରଣର OTT ଅଧିକାର ନେଟଫ୍ଲିକ୍ସ 175 କୋଟି ଟଙ୍କାରେ କିଣିସାରିଛି । ରିଲିଜ୍ ହେବାର ପ୍ରାୟ ଦୁଇ ମାସ ପରେ ନେଟଫ୍ଲିକ୍ସରେ ପ୍ରିମିୟର୍ ହୋଇପାରେ । ଅର୍ଥାତ୍ ଅଗଷ୍ଟ ଶେଷରେ ଫିଲ୍ମଟି OTT ପ୍ଲାଟଫର୍ମରେ ରିଲିଜ୍ ହେବ ବୋଲି ଆଶା କରାଯାଉଛି । ତେବେ ଫିଲ୍ମର OTT ରିଲିଜ୍ ହେବାର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।












Click it and Unblock the Notifications