ପ୍ରଥମ ଦିନରେ 'Kalki 2898 AD'କଲା ରେକର୍ଡ ବ୍ରେକ୍ ଆୟ, ପଛରେ ପଡିଲା କିଙ୍ଗ୍ ଖାନଙ୍କ ଫିଲ୍ମ
Kalki 2898 AD Box Office Day 1 Records: ପ୍ରଭାସ, ଦୀପିକା ପାଦୁକୋଣ ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଫିଲ୍ମ 'କଲ୍କି 2898 AD' ରିଲିଜ ହେବାର ପ୍ରଥମ ଦିନରେ ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ର 5ଟି ବଡ ରେକର୍ଡକୁ ମଧ୍ୟ ବ୍ରେକ୍ କରିଛି । ତେବେ ଚାଲନ୍ତୁ ଜାଣିବା କଲ୍କି ରିଲିଜ୍ ହେବାର ପ୍ରଥମ ଦିନରେ କେତେ ଆୟ କରିଛି ।
'କଲ୍କି 2898 AD' ପ୍ରଭାସଙ୍କ କ୍ୟାରିୟରରେ ସଫଳ ଫିଲ୍ମ । ଏହି ଫିଲ୍ମଟି ପ୍ରଭାସଙ୍କ ଚଳଚ୍ଚିତ୍ର କ୍ୟାରିୟରର ଦ୍ୱିତୀୟ ଚଳଚ୍ଚିତ୍ର ଯାହା ଭାରତୀୟ ବକ୍ସ ଅଫିସରେ ସବୁଠାରୁ ବଡ ଓପନିଂ ସିନେମା ହୋଇଛି । ବାହୁବଳୀ-2 121 କୋଟି ଟଙ୍କା ସହିତ ପ୍ରଥମ ସ୍ଥାନରେ ରହିଥିଲା । ବର୍ତ୍ତମାନ କଲ୍କି ଭାରତୀୟ ବକ୍ସ ଅଫିସରେ 95 କୋଟି ଟଙ୍କା ରୋଜଗାର କରି ନୂଆ ରେକର୍ଡ ସୃଷ୍ଟି କରିଛି । ଏହା ପରେ ପ୍ରଭାସଙ୍କ ଚଳଚ୍ଚିତ୍ର ସଲାର, 90 କୋଟି, ସାହୋ 89 କୋଟି ଏବଂ ଆଦିପୁରୁଷ ପ୍ରଥମ ଦିନରେ 86.75 କୋଟିର ବ୍ୟବସାୟ କରିଥିଲା ।

କଲ୍କି ରିଲିଜ୍ ହେବାର ପ୍ରଥମ ଦିନରେ ଅନେକ ରେକର୍ଡ ବ୍ରେକ୍ କରିଛି । କଲ୍କି ତୃତୀୟ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛନ୍ତି ଯାହା ବିଶ୍ୱରେ ସର୍ବ ବୃହତ ଓପନିଂ ଫିଲ୍ମ ଲିଷ୍ଟର ଟପରେ ରହିଛି । RRR'ର worldwide ଓପିନଂ ଡେ ଆୟ 223.5 କୋଟି ଏବଂ ବାହୁବଳୀ -2 ର 214 କୋଟି ଟଙ୍କା ଥିଲା । ବର୍ତ୍ତମାନ ପ୍ରଥମ ଦିନରେ କଲ୍କି ସାରା ବିଶ୍ୱରେ 191.5 କୋଟି ଟଙ୍କାର ବ୍ୟବସାୟ କରିଛି ।
କାଲ୍କି 2024 ମସିହାରେ ସବୁଠାରୁ ବଡ ଓପନିଂ ଚଳଚ୍ଚିତ୍ର ହୋଇଛି । ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋଣଙ୍କ ଫିଲ୍ମ 'ଫାଇଟର୍' ପ୍ରଥମ ଦିନରେ ଭାରତରେ 22.5 କୋଟି ଟଙ୍କାର ବ୍ୟବସାୟ କରିଥିଲା । ସେହିପରି କଲ୍କି ପ୍ରଥମ ଦିନରେ 95 କୋଟିରୁ ଅଧିକ ଆୟ କରିଛି । ସେହିପରି ଶାହାରୁଖ ଖାନଙ୍କ ଦୁଇଟି ଚଳଚ୍ଚିତ୍ର ପଠାନ, ଜୱାନ ଏବଂ ରଣବୀର କପୁରଙ୍କ ଫିଲ୍ମ ଆନିମଲର ରେକର୍ଡକୁ ମଧ୍ୟ ବ୍ରେକ୍ କରିଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications