୬ ଦିନରେ ୩୭୦ କୋଟିର ବ୍ୟବସାୟ, 'କାଲ୍କି 2898 AD'କରୁଛି ଟ୍ରେଣ୍ତ୍
Kalki 2898 AD Box Office Collection day 6: ପ୍ରଭାସଙ୍କ ଫିଲ୍ମ 'କାଲ୍କି 2898 AD' ବକ୍ସ ଅଫିସରେ ଆଶା ଠାରୁ ଭଲ ପ୍ରଦର୍ଶନ କରୁଛି । ରିଲିଜ ହେବାର ପ୍ରଥମ ଦିନରୁ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଭଲ ପାଇବା ସାଉଁଟୁଛି । ସିନେମାଘର ବାହାରେ ଦର୍ଶକଙ୍କ ଭିଡ଼ ବଖାଣୁଛି ଫିଲ୍ମଟିର ସଫଳତା । ପ୍ରତ୍ୟେକ ଦିନ ସିନେମାଟି ଭଲ ବ୍ୟବସାୟ କରୁଛି । ଫିଲ୍ମ ରିଲିଜ ହେବାର ଗୋଟିଏ ସପ୍ତାହ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛି । ବକ୍ସ ଅଫିସରେ ଏହି ସିନେମାଟି ଚହଳ ସୃଷ୍ଟି କରିଛି ।
ଚାଲନ୍ତୁ ଜାଣିବା 'କଲ୍କି 2898 AD' ରିଲିଜ୍ ର ଷଷ୍ଠ ଦିନରେ ଅର୍ଥାତ୍ ପ୍ରଥମ ମଙ୍ଗଳବାରରେ କେତେ ଆୟ କରିଛି । ନାଗ ଅଶ୍ୱିନଙ୍କ ଫିଲ୍ମ 'କାଲ୍କି 2898 ଏଡି' ବକ୍ସ ଅଫିସରେ ବେଶ ଭଲ ବ୍ୟବସାୟ କରୁଛି । ପ୍ରଭାସ, ଦୀପିକା ପାଦୁକୋଣ, ଅମିତାଭ ବଚ୍ଚନ ଏବଂ କମଲ ହାସନ, ଏହି ଚଳଚ୍ଚିତ୍ର ନଜର ଆସୁଛନ୍ତି । ଏହି ଫିଲ୍ମଟି ବକ୍ସ ଅଫିସରେ ପ୍ରତିଦିନ ନୂଆ ରେକର୍ଡ ମଧ୍ୟ ସୃଷ୍ଚି କରୁଛି ।

'କାଲ୍କି 2898 AD' ର ରୋଜଗାର ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ପ୍ରଥମ ଦିନରେ 95.3 କୋଟି ଟଙ୍କା, ଦ୍ୱିତୀୟ ଦିନରେ ଫିଲ୍ମ 59.3 କୋଟି ଟଙ୍କା ରୋଜଗାର କରିଥିଲା। ତୃତୀୟ ଦିନରେ ଫିଲ୍ମର ଆୟ 66.2 କୋଟି ଟଙ୍କା, ଚତୁର୍ଥ ଦିନରେ ଏହି ଫିଲ୍ମ 88.2 କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହା ପରେ ପଞ୍ଚମ ଦିନରେ ଫିଲ୍ମର ଆୟ 34.15 କୋଟି ଟଙ୍କା ଥିଲା। ବର୍ତ୍ତମାନ 'କାଲ୍କି 2898 AD' ରିଲିଜ୍ ହେବାର ଷଷ୍ଠ ଦିନର ଆୟର ପ୍ରାରମ୍ଭିକ ଆକଳନ ମଧ୍ୟ ଆସିଛି | ରିପୋର୍ଟ ଅନୁଯାୟୀ, 'କଲ୍କି 2898 AD' ରିଲିଜ୍ ହେବାର ଷଷ୍ଠ ଦିନରେ ଅର୍ଥାତ୍ ପ୍ରଥମ ମଙ୍ଗଳବାରରେ 27.85 କୋଟି ଟଙ୍କା ଆୟ କରିଛି।
ଷଷ୍ଠ ଦିନରେ ଏହି ଚଳଚ୍ଚିତ୍ର ତେଲୁଗୁ ଭାଷାରେ 11.2 କୋଟି, ତାମିଲରେ 1.2 କୋଟି, ହିନ୍ଦୀରେ 14 କୋଟି, କନ୍ନଡରେ 0.25 କୋଟି ଏବଂ ମାଲାୟାଲାମରେ 1.2 କୋଟି ସଂଗ୍ରହ କରିଛି। ଏହା ସହିତ 'କାଲ୍କି 2898 AD'ର 6 ଦିନର ମୋଟ ଆୟ 371 କୋଟି ଟଙ୍କା ଛୁଇଁଛି । ଫିଲ୍ମ ତେଲୁଗୁରେ 6 ଦିନରେ 193.2 କୋଟି ଟଙ୍କା ଆୟ କରିଛି । ତାମିଲରେ ଏପର୍ଯ୍ୟନ୍ତ ଫିଲ୍ମର ଆୟ 21 କୋଟି ଟଙ୍କା ରହିଛି । ସେହିପରି ହିନ୍ଦୀରେ 6 ଦିନରେ 'କଲ୍କି 2898 AD' ର ମୋଟ ସଂଗ୍ରହ 142 କୋଟି ଟଙ୍କା ରହିଛି । କନ୍ନଡରେ ଏହି ଚଳଚ୍ଚିତ୍ରଟି 2.4 କୋଟି ଟଙ୍କା ଏବଂ ମାଲାୟାଲମରେ 'କାଲ୍କି 2898 AD'ର 6 ଦିନର ଆୟ 12.4 କୋଟି ଟଙ୍କା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications