ବକ୍ସ ଅଫିସରେ 'କଲ୍କି 2898 AD'ର ଜବରଦସ୍ତ ଆୟ, ଖୁବ୍ ଶୀଘ୍ର ହଜାର କୋଟି କ୍ଲବରେ ହେବ ସାମିଲ
Kalki 2892 AD Worldwide Box Office: ବିଗ୍ ବଜେଟ୍ ଚଳଚ୍ଚିତ୍ର 'କଲ୍କି 2898 AD' ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି । ଏହି ଫିଲ୍ମ ଖୁବ ଶୀଘ୍ର ଗ୍ଲୋବାଲି 1000 କୋଟି ଟଙ୍କା କ୍ଲବରେ ଏଣ୍ଟ୍ରି କରିବା ପାଇଁ ଯାଉଛି । ତେବେ ଏହା ଶହେ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଥିବା ପ୍ରଭାସଙ୍କ କ୍ୟାରିୟରର ଦ୍ୱିତୀୟ ଚଳଚ୍ଚିତ୍ର । ଏହାପୂର୍ବରୁ ବାହୁବଳୀ 2 ଏହି ଏହି ସଫଳତାରେ ପହଞ୍ଚିଥିଲା ।
27 ଜୁନ୍ 2024ରେ 'କଲ୍କି 2898 AD' ମୁକ୍ତି ଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ 20 ଦିନ ସଫଳତାର ସହିତ ସମାପ୍ତ କରିଛି । ଏହି ଚଳଚ୍ଚିତ୍ରଟି ଉଭୟ ଭାରତ ଏବଂ worldwide ରେ ଅନେକ ଫିଲ୍ମର ରେକର୍ଡ ବ୍ରେକ୍ କରୁଛି । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ନେଟ୍ କଲେକ୍ସନ୍ 595 କୋଟି ଏବଂ ମୋଟ କଲେକ୍ସନ୍ ହେଉଛି 702.1 କୋଟି ଟଙ୍କା। ମୋଟାମୋଟି ଭାବେ, 271 କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ଚଳଚ୍ଚିତ୍ରର ମୋଟ୍ ଆୟ 973.1 କୋଟି ଟଙ୍କା ।

ଅଭିନେତା ପ୍ରଭାସଙ୍କ କ୍ୟାରିୟର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ । ପ୍ରଭାସଙ୍କୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳୁଛି । ତେବେ ଏହି ସିନେମାର ଆୟ ଉପରେ ନଜର ପକାଇଲେ ଏହା ସ୍ପଷ୍ଟ ଜଣାପଡୁଛି ଯେ ଚଳଚ୍ଚିତ୍ରଟି ଖୁବ୍ ଶୀଘ୍ର 1000 କୋଟି ଟଙ୍କାର କ୍ଲବରେ ଏଣ୍ଟ୍ରି କରିବ । ପ୍ରଭାସଙ୍କ କ୍ୟାରିୟରର ଏହା ହେଉଛି ଦ୍ୱିତୀୟ ସଫଳ ଫିଲ୍ମ ଯାହା 1000 କୋଟି କ୍ଲବରେ ସାମିଲ ହେବ । ଏହା ପୂର୍ବରୁ ବାହୁବଳୀକୁ ମିଳିଲା ଏପରି ସଫଳ, ଏହି ଚଳଚ୍ଚିତ୍ରର ମୋଟ ସଂଗ୍ରହ ଥିଲା 1800 କୋଟି ଟଙ୍କା ।
ପ୍ରଭାସଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋଣ, କମଲ ହାସନଙ୍କ ଭଳି ବଡ଼ ତାରକାଙ୍କୁ ନଜର ଆସୁଛନ୍ତି । ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କ ଭୂମିକାକୁ ବହୁତ ପସନ୍ଦ କରୁଛନ୍ତି। ପ୍ରଶଂସକମାନେ ଫିଲ୍ମର କାହାଣୀ ଏବଂ VFXକୁ ବେଶ୍ ପସନ୍ଦ କରୁଛନ୍ତି ।












Click it and Unblock the Notifications