ଓଷ୍କାର ଦୌଡରୁ ବାଦ୍ ପଡିଲା 'କାଲିର ଅତୀତ'
ଓଷ୍କାର ଦୌଡରୁ ବାଦ୍ ପଡିଲା 'କାଲିର ଅତୀତ' । ଏନେଇ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଭୁବନେଶ୍ବର: ଓଷ୍କାର ଦୌଡରୁ ବାଦ୍ ପଡିଲା 'କାଲିର ଅତୀତ' । ଏନେଇ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । 'କାଲିର ଅତୀତ' ଓସ୍କାରର ସାଧାରଣ ବର୍ଗର ବିଭିନ୍ନ ପୁରସ୍କାର ତାଲିକାରେ ସାମିଲ ହେବା ପରେ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ଏହା ଇଣ୍ଟର୍ନେଟ୍ରେ ଭାଇରାଲ ହେବା ପରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଟ୍ୱିଟ୍ କରି ନୀଳମାଧବ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
And the Oscar nomination is here. We are out of the race. But will continue talk on climate issues through Kalira Atita , thank you everyone for your love and support. 🙂🙏. Congratulations all nominees. Good luck.#OscarNoms
— Nila Madhab PANDA ନୀଳମାଧବ ପଣ୍ଡା (@nilamadhabpanda) March 15, 2021
2006ରେ ଏକ ନଳକୂଅ ଫଟୋକୁ ଖବରକାଗଜରେ ଦେଖି ଏହି ସିନେମା ଆରମ୍ଭ କରିଥିଲେ ନୀଳମାଧବ ପଣ୍ଡା । ନଳକୂପଟି ସମୁଦ୍ରରେ ବୁଡିଯାଇଥିଲା ଓ ଚିତ୍ରଟି ସମୁଦ୍ର ପତନର ବୃଦ୍ଧିର ଭୟାନକ ସତ୍ୟ ସାମ୍ନାକୁ ଆଣିଥିଲା । 83 ମିନିଟ୍ ଏ ଫିଲ୍ମଟି କେନ୍ଦ୍ରାପଡାରେ ସୁଟିଂ ହୋଇଛି । ଏହି ଫିଲ୍ମକୁ ଗତ ଜାନୁଆରୀରେ ଆଇଏଫଏଫଆଇ ପାନୋରାମା ବର୍ଗରେ ପଦର୍ଶିତ କରାଯାଇଥିଲା । ପୀତବାସ ତ୍ରିପାଠୀ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ୪୦ ଦିନରେ ସିନେମାଟି ନିର୍ମାଣ କରାଯାଇଛି । ମଣିଷ ଓ ସମୁଦ୍ର ମଧ୍ୟରେ ସଂଘର୍ଷକୁ ଏଥିରେ ଅତି ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି ।













Click it and Unblock the Notifications