ଅଜୟ ଦେବଗନଙ୍କ ପରେ ଏବେ OTT' ପାଦ ଦେଲେ କଜୋଲ୍
Kajol to debut on OTT platform Disney + Hotstar. Teaser is out ...OTT'ରେ ଡେବ୍ୟୁ କରିବେ କଜୋଲ୍ .ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ମୁମ୍ବାଇ: ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ କାଜୋଲ । ନିଜ କ୍ୟାରିୟରରେ ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି ।ନିଜ ନିପୁଣ ଅଭିନୟରେ ସେ ଦର୍ଶକଙ୍କ ମନରେ ଆଜି ପର୍ଯ୍ୟନ୍ତ ରାଜ କରନ୍ତି । ଆଜି ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କାଜୋଲ । ବଡପରଦା ପରେ ବର୍ତ୍ତମାନ ଅଭିନେତ୍ରୀ କାଜୋଲ ତାଙ୍କର OTT ଡେବ୍ୟୁକରିବାକୁ ଯାଉଛନ୍ତି ।
୨୦୧୧ ମସିହାରେ ଫିଲ୍ମ 'ତ୍ରିଭଙ୍ଗା'ଜରିଆରେ ସେ ଡିଜିଟାଲ୍ ଡେବ୍ୟୁ କରିବା ପରେ ଏବେ ଅଭିନେତ୍ରୀ Disney Plus Hotstarରେ ଓଟିଟି ଡେବ୍ୟୁ କରିବା ପାଇଁ ଯାଉଛନ୍ତି ।ଯାହାର ଟିଜର ମଧ୍ୟ ରିଲିଜ୍ ହୋଇସାରିଛି । ଯାହା ଅନୁଯାୟୀ ଖୁବ ଶିଘ୍ର ଡିସ୍ନିରେ ତାଙ୍କ ଶୋ'ଆସିବା ପାଇଁ ଯାଉଛି ।

OTT ଡେବ୍ୟୁକୁ ନେଇ କାଜୋଲ ବହୁତ ଉତ୍ସାହିତ ଅଛନ୍ତି । ଏ ବିଷୟରେ ଅଲୋଚନା କରି ସେ କହିଥିଲେ- 'ନୂଆ କନସେପ୍ଟରେ କାମ କରିବା ଚ୍ୟାଲେଞ୍ଜୀ ,ହେଲେ ମୁଁ ଏହାର ସାମ୍ନା କରିବାକୁ ପସନ୍ଦ କରେ। ଏଥି ସହିତ, 'ଆର୍ଯ୍ୟ' ଏବଂ ରୁଦ୍ରଙ୍କ ପରି ସର୍ବୋତ୍ତମ ସିରିଜ୍ ଦେଖିବା ପରେ, ମୁଁ ଜାଣିଲି ଯେ ଡିସ୍ନି ପ୍ଲସ୍ ହଟଷ୍ଟାର୍ ମୋ ଏହି ଯାତ୍ରା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ।ତେବେ କାଜୋଲଙ୍କ ଏହି ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବହୁଗୁଣିତ ହୋଇଯାଇଛି । ଏବେ ଦେଖିବା ବାକି ରହିଲା ଅଭିନେତ୍ରୀ କେଉଁ ପ୍ରକାର ଶୋ ନେଇକି ଆସୁଛନ୍ତି । ସୋସିଆଲ ମିଡିଆରେ କଜୋଲଙ୍କର ଏକ ପ୍ରମୋ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ନିଜ ଡେବ୍ୟୁ ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଉଛନ୍ତି ।












Click it and Unblock the Notifications