'Salaam Venkey' Trailer: ମା-ପୁଅର ସତ୍ୟ କାହାଣୀ ଉପରେ ଆଧାରିତ, ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି କାଜୋଲ
'Salaam Venkey' Trailer: ମା-ପୁଅର ସତ୍ୟ କାହାଣୀ ଉପରେ ଆଧାରିତ, ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି କାଜୋଲ
ମୁମ୍ବାଇ : ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିନେମା କାଜୋଲ ଷ୍ଟାରର ଫିଲ୍ମ 'Salaam Venkey'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଶିଶୁ ଦିବସ ଅବସରରେ ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 'ସଲାମ ଭେଙ୍କି'ର ଟ୍ରେଲର ଲଞ୍ଚ କରାଯାଇଛି । ଏହା ଏକ ସତ୍ୟ କାହାଣୀ ଉପରେ ଆଧାରିତ । ଯେଉଁଥିରେ ଏକ ମାଆ ଏବଂ ପୁଅର ସଂଘର୍ଷ କାହାଣୀ ଦେଖିବା ପାଇଁ ମିଳିବ । ନିଜ ପୁଅର ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ସମ୍ମୁଖୀନ କରିବା ତାକୁ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଉଥିବା ଏବଂ ଏକ ଅସହାୟ ପୁଅର ସମସ୍ତ ସ୍ୱପ୍ନ ପୂରଣ କରୁଥିବା ଜଣେ ମା'ଭୂମିକାରେ ନଜର ଆସୁଛନ୍ତି ଅଭିନେତ୍ରୀ କାଜୋଲ ।

ଫିଲ୍ମର ଟ୍ରେଲର କରୁଛି ଟ୍ରେଣ୍ତ୍
ରେଭତୀଙ୍କ ଦ୍ୱାରା ନିର୍ଦ୍ଦେଶିତ 'ସଲାମ ଭେଙ୍କି'ର ଟ୍ରେଲର ବେଶ୍ ପ୍ରଭାବଶାଳୀ । ଟ୍ରେଲରରେ କାଜୋଲ ଜଣେ ମା' ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମରେ ଅଭିନେତ୍ରୀଙ୍କୁ ସୁଜତା ନାମକ ଚିରିତ୍ରରେ ଦେଖିବା ପାଇଁ ମିଳିବ । ଏଥି ସହିତ ଅଭିନେତା ବିଶାଲ ଜେଠୱାଙ୍କୁ ଭେଙ୍କଟେଶ ତଥା ଭେଙ୍କି ଚରିତ୍ରରେ ଦେଖିବା ପାଇଁ ମିଳୁଛି । ଯିଏ ଏହି ଫିଲ୍ମରେ କାଜୋଲଙ୍କ ପୁଅ ଭାବରେ ନଜର ଆସୁଛନ୍ତି । ମାଆ-ପୁଅର ଏକ ଖାସ୍ ସମ୍ପର୍କ ଏହି ସିନେମାରେ ଦେଖିବା ପାଇଁ ମିଳୁଛି । ମାଆ -ପୁଅଙ୍କ ସୁନ୍ଦର ହସରୁ ଆରମ୍ଭ ହେଉଛି ଏହି ଟ୍ରେଲର । ଅନେକ ଇମୋସନାଲ ସିନ୍ ରହିଛି 'ସଲାମ ଭେଙ୍କି'ର ଟ୍ରେଲରରେ । ଭେଙ୍କି ଡାକ୍ତରଖାନା ବେଡରେ ଶୋଇରହିଛି । ଭେଙ୍କିର ହସଖୁସିର ଜୀବନରେ ଭରି ରହିଛି ଅନେକ ଯନ୍ତ୍ରଣା ସେପଟେ ମାଆ ହିସାବରେ, କାଜୋଲ ପୁଅର ଆତ୍ମବିଶ୍ୱାସକୁ ବଞ୍ଚାଇ ରଖିବା ପାଇଁ ପ୍ରତ୍ୟେକ ଅସୁବିଧାରେ ତାକୁ ସମର୍ଥନ କରୁଥିବାର ଦେଖିବା ପାଇଁ ମିଳୁଛି । ଟ୍ରେଲରରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଭେଙ୍କିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ସତ୍ୱେ ସେ ତାଙ୍କର ସମସ୍ତ ସ୍ୱପ୍ନକୁ ସାକାର କରିବାର ଲକ୍ଷ୍ୟ ରଖିଛନ୍ତି ।
'ସଲାମ ଭେଙ୍କି' ଜଣେ ମା'ର ସତ୍ୟ କାହାଣୀ ଉପରେ ଆଧାରିତ
ଏହି ଫିଲ୍ମ ବିଷୟରେ ଭେଟେରାନ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ରେଭତୀ କହିଛନ୍ତି, 'ସଲାମ ଭେଙ୍କି ଏପରି ଏକ ପ୍ରୋଜେକ୍ଟ ଯାହା ମୋ ହୃଦୟର ଅତି ନିକଟରେ ରହିଛି । ମୁଁ ସର୍ବଦା ବିଶ୍ୱାସ କରେ ଯେ, ମା'ମାନେ ହିଁ ପ୍ରକୃତ ହିରୋ ଏବଂ ସଲାମ ଭେଙ୍କି ମାଧ୍ୟମରେ, ଜଣେ ମା'ର ପୁଅ ପ୍ରତି ବିନା ସର୍ତ୍ତମୂଳକ ପ୍ରେମ ଦେଖିବା ପାଇଁ ମିଳିବ' । ସେହିପରି ଫିଲ୍ମର ମୁଖ୍ୟ ଅଭିନେତ୍ରୀ କାଜୋଲ କହିଛନ୍ତି, "ସଲାମ ଭେଙ୍କିରେ ସୁଜାତା ଭୂମିକାରେ ଅଭିନୟ କରି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଏବଂ ରେଭତୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ କାହଣୀ ମୋ ହୃଦୟକୁ ଛୁଇଁଥିଲା । ଫିଲ୍ମ 'ସଲାମ ଭେଙ୍କି' ୯ ଡିସେମ୍ବର ୨୦୨୨ ରେ ରିଲିଜ୍ ହେବ । ତେବେ ସବୁଠୁ ଖାସ୍ ରହିଛି ଟ୍ରେଲରର ଶେଷ ସିନ୍ କାରଣ ଆମୀର ଖାନଙ୍କର ଏକ ଛୋଟ ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications