ଦୁଇ ଥର ମା' ହୋଇ ପାରିନଥିଲେ କାଜୋଲ, କହିଲେ ଅଜୟଙ୍କୁ ବିବାହ ପାଇଁ ରାଜି ନଥିଲେ ବାପା
ଅଜୟ ଦେବଗନ୍ ଓ କାଜୋଲ ବଲିଉଡର ଏହି ଦମ୍ପତିଙ୍କ ଆଜି ବିବାହକୁ 25 ବର୍ଷ ପୁରିଛି
Happy anniversary Ajay Devgn and Kajol : ଅଜୟ ଦେବଗନ୍ ଏବଂ କାଜୋଲ ହେଉଛନ୍ତି ବଲିଉଡର ଦୁଇଜଣ ଚମତ୍କାର ତାରକା, ଯେଉଁମାନେ କେବଳ ପରଦାରେ ଲୋକପ୍ରିୟତା ହାସଲ କରିନାହାଁନ୍ତି, ବରଂ ବ୍ୟକ୍ତିଗତ ଜୀବନରେ ଉଭୟଙ୍କୁ ଶ୍ରେଷ୍ଠ ଦମ୍ପତିଙ୍କ ମଧ୍ୟରେ ଗଣାଯାଏ । ବଲିଉଡରେ ପ୍ରେମ, ଉତ୍ସର୍ଗ ଏବଂ ବଳିଦାନର ଏହି ଦମ୍ପତି ହେଉଛନ୍ତି ପ୍ରତ୍ୟକ୍ଷ ଉଦାହରଣ। 11 ବର୍ଷ ପରେ ଦୁଇ ଜଣ ଏକାଠି ଦେଖାଗଲେ ଚଳଚ୍ଚିତ୍ର ତାନାଜୀ: ଅନସଙ୍ଗ ୱାରିଅର୍ ରେ ।
ହଲଚଲ୍ ସେଟରେ 25 ବର୍ଷ ତଳେ ଦେଖା

ତାନାଜୀ: ଅନସଙ୍ଗ ୱାରିଅର୍ ଫିଲ୍ମର ପ୍ରମୋସନ ସମୟରେ ହ୍ୟୁମାନ୍ସ ଅଫ୍ ବମ୍ବେ ସହିତ ସାକ୍ଷାତକାର ଦେବା ବେଳେ ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ କିଛି କଥାର ଖୁଲାସା କରିଥିଲେ । କାଜୋଲ କହିଥିଲେ କି 'ହଲଚଲ' ଫିଲ୍ମର ସେଟରେ ଆମେ 25 ବର୍ଷ ପୂର୍ବେ ଭେଟିଥିଲୁ । ପରସ୍ପରକୁ ବୁଝିବା ଆରମ୍ଭ କଲୁ ଏବଂ ଧୀରେ ଧୀରେ ଆମ ଭିତରେ ବନ୍ଧୁତା ହୋଇଗଲା ।
ବାପା ଚାହୁଁ ନଥିଲେ ମୁଁ ବିବାହ କରେ :

ଅଜୟଙ୍କ ସହ ଦେଖା ହେବା ପରେ କାଜୋଲ କହିଲେ କି ଆମେ ଏକାଠି ଅନେକ ସମୟ ବିତାଇବା ଆରମ୍ଭ କଲୁ ଏବଂ ଧୀରେ ଧୀରେ ଆମେ ଦୁହେଁ ଅନୁଭବ କଲୁ ଯେ ଏହି ବନ୍ଧୁତାକୁ ସମ୍ପର୍କରେ ପରିଣତ କରିବୁ ଏବଂ ଆମେ ବିବାହ କରିବାକୁ ସ୍ଥିର କଲୁ । ଅଜୟଙ୍କ ପରିବାର ଆମ ବିବାହ ଉପରେ ସମ୍ପୂର୍ଣ୍ଣ ଆପତ୍ତି କରିନଥିଲେ । କିନ୍ତୁ ମୋ ବାପା ଚାହୁଁ ନଥିଲେ ଯେ କ୍ୟାରିୟରର ସେହି ସମୟ ମଧ୍ୟରେ ମୁଁ ବିବାହ କରିବି, ତେଣୁ ସେ ମୋ ସହିତ ଚାରି ଦିନ କଥା ହୋଇନଥିଲେ, ତଥାପି ସେ ମୋ ଜିଦରେ ଆଶୀର୍ବାଦ ଦେଇଥିଲେ ଏବଂ ଆମେ ବିବାହ କରିଥିଲୁ, ଆଜି 25 ବର୍ଷ ବୟସରେ ଯେତେବେଳେ ମୁଁ ଭାବୁଛି ଏହି ସବୁ କଥା ଭାବି ମୁଁ ହସେ ବୋଲି ସେ କହିଛନ୍ତି ।
ଦୁଇଥର ମିସକାରେଜ୍ ହୋଇଛି

କାଜୋଲ ଏତେ ଯନ୍ତ୍ରଣା ଦେଇ ଗତି କରିଥିଲେ, କିନ୍ତୁ ଫିଲ୍ମଟି ବହୁତ ଭଲ କରିଥିଲା, ଫିଲ୍ମ ରିଲିଜ୍ ହେବା ସମୟରେ କାଜୋଲ ଡାକ୍ତରଖାନାରେ ଥିଲେ । ତେବେ ଏବେ ପରିସ୍ଥିତି ବଦଳିଛି । ଆଜି ଆମର ନ୍ୟାସା ଏବଂ ୟୁଗ୍ ଦୁଇ ସନ୍ତାନ ଅଛନ୍ତି । ଆମ ପରିବାର ସଂପୂର୍ଣ୍ଣ ହୋଇଛି ବୋଲି ସେ କହିଛନ୍ତି ।












Click it and Unblock the Notifications