ଦୀର୍ଘ ୨୯ ବର୍ଷ ପରେ ଅନସ୍କ୍ରିନ୍ କିସ୍ କଲେ କାଜୋଲ, ଭାଇରାଲ ହେଲା ଭିଡିଓ
ମୁମ୍ବାଇ: ଦୀର୍ଘ ୨୯ ବର୍ଷ ପରେ ଅନସ୍କ୍ରିନ୍ କିସ୍ କଲେ କାଜୋଲ । ନିକଟରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ 'ଦି ଟ୍ରାଏଲ୍'ରେ କାଜୋଲ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି । ଏହି ୱେବ ସିରିଜ୍ ରିଲିଜ୍ ହେବା ପରେ ଏହାକୁ ଲୋକେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏହା ମଧ୍ୟରେ କାଜୋଲଙ୍କର ୱେବସିରିଜରେ ଥିବା ଏକ ଚୁମ୍ବନର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।

ୱେବ୍ ସିରିଜ୍ 'ଦି ଟ୍ରାଏଲ୍'ରେ ସେ ଅଭିନେତା ଆଲି ଖାନ୍ ଓ ଜିଶୁ ସେନଗୁପ୍ତାଙ୍କୁ ଚୁମ୍ବନ ଦେଇଥିବା ଦେଖାଯାଇଛି। କାଜୋଲଙ୍କର ଚୁମ୍ବନର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । କାରଣ କାଜୋଲ ଏମିତି ଜଣେ ଅଭିନେତ୍ରୀ ଯିଏ ଚମ୍ବନ ଦେବାକୁ ଖୋଲା ଖୋଲି ମନା କରିଥିଲେ । କିନ୍ତୁ ଏଥର ସେ ନିଜ ପଲିସି ନିଜେ ଭାଙ୍ଗି ଦେଇଛନ୍ତି । ଯାହାକୁ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଛନ୍ତି ।
#Kajol 💥💥 Really Making Use Of Her Whole Experience In This......🎬📽️🍿😋🥵🥶
— Sawan Sharma (@sawansharmalive) July 14, 2023
[MORE TO COME FROM THIS SERIES #TheTrial]#Disney #Hotstar #WebSeries
HD Vertical Video 😍😍 [Color Corrected] pic.twitter.com/Jfri0qi6Mz
୧୯୯୨ରେ ସେ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ବେଖୁଦି ଓ ୧୯୯୪ରେ ରିଲିଜ ହୋଇଥିବା ଫିଲ୍ମ ୟେ ଦିଲଲଗିରେ ସହ କଳାକାରଙ୍କୁ ଚୁମ୍ବନ ଦେଇଥିଲେ। ହେଲେ ଏହା ପରେ ସେ ଅନେକ ଫିଲ୍ମରେ କାମ କରିଥିଲେ ବି କୌଣସି ଫିଲ୍ମରେ ତାଙ୍କର ଚୁମ୍ବନ ଦୃଶ୍ୟ ନଥିଲା। ଏବେ ୨୯ବର୍ଷ ପରେ କାଜୋଲ ଏହି ୱେବସିରିଜ୍ ପାଇଁ ନିଜ ସହକଳାକାରଙ୍କୁ ଚୁମ୍ବନ ଦେଇଥିବା ଦେଖାଯାଇଛି । ତେବେ ଏହି ସିନ୍ ବାବଦରେ କାଜୋଲ ନିଜେ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ।












Click it and Unblock the Notifications