Get Updates
Get notified of breaking news, exclusive insights, and must-see stories!

ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩୦ ବର୍ଷ ପୂରଣ କଲେ କାଜୋଲ୍

Kajol Celebrates 30 Years In Cinema :ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩୦ ବର୍ଷ ପୂରଣ କଲେ କାଜୋଲ

ମୁମ୍ବାଇ: ବଲିଉଡ ଚୁଲବୁଲି ନାୟିତା କାଜୋଲ୍ । ସିନେମା ଜଗତରେ ତିନି ଦଶନ୍ଧି ପୂରଣ କରିଛନ୍ତି । ୧୯୯୨ରେ ସେ ପ୍ରଥମେ ବଲିଉଡରେ ପାଦ ଦେଇଥିଲେ । ତାଙ୍କ ଅଭିନୟରେ ସେ ହିନ୍ଦୀ ସିନେମା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । କାଜୋଲ ଫିଲ୍ମ 'ବେଖୁଦି'ରୁ ବଲିଉଡରେ ନିଜ ସଫର ଆରମ୍ଭ କରିଥିଲେ । ଏହା ପରେ ସେ ୯୦ଦଶକରେ ଅନେକ ହିଟ୍ ଫିଲ୍ମ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ତେବେ 'ବେଖୁଦି' ୩୧ ଜୁଲାଇ ୧୯୯୨ ରେ ରିଲିଜ୍ ହୋଇଥିଲା । ଯେଉଁଥିରେ କାଜୋଲ୍ ଓ କମଲ ସଦାନାଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଫିଲ୍ମର ନିର୍ଦ୍ଦେଶକ ଥିଲେ ରାହୁଲ ରେୱେଲ ।

kajol

କାଜୋଲ ହିନ୍ଦୀ ସିନେମା ସହ ସାଉଥ୍ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଏହା ସହ ସେ ହଲିଉଡର ଆନିମେଟେଡ୍ ଚଳଚ୍ଚିତ୍ର 'ଇନକ୍ରିଡିବଲ୍ ୨' ସମେତ ଅନେକ ଫିଲ୍ମ ପାଇଁ ସ୍ୱର ମଧ୍ୟ ଡବ କରିଛନ୍ତି । ବାଜିଗର, କରଣ ଅର୍ଜୁନ, ହଲଚଲ, ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ, ଗୁପ୍ତ, ଇଶ୍କ , ପ୍ୟାର କିୟା ତୋ ଡରନା କ୍ୟା, ଡୁପ୍ଲିକେଟ୍‌, ପ୍ୟାର ତୋ ହୋନା ହି ଥା, କୁଛ କୁଛ ହୋତା ହୈ , ହମ୍‌ ଆପକେ ଦିଲ୍‌‌ ମୈ ରେହତେ ହେଁ , ରାଜୁ ଚାଚା, କଭି ଖୁସି କଭି ଗମ, କଲ ହୋ ନା ହୋ, ଫନା, ମାଇଁ ନେଇ ଇଜ୍‌ ଖାନ୍‌, ଦିଲୱାଲେ ଏବଂ ତାନାଜୀ ଭଳି ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ସବୁଠୁ ଖାସ ଥିଲା ଫିଲ୍ମ କୁଛ୍ କୁଛ୍ ହୋତା ହୈ ଏହି ଫିଲ୍ମଟି ଆଜିବି ଦର୍ଶକ ଫେବରେଟ୍ ଲିଷ୍ଟରେ ରହିଛି । ପରଦା ଉପରେ କାଜୋଲ ଓ ଶାହାରୁଖ ଖାନଙ୍କ କେଷ୍ଟ୍ରିକୁ ଦେଖିବା ପାଇଁ ବେଶ୍ ପସନ୍ଦ କରନ୍ତି ଦର୍ଶକ ।

ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩୦ ବର୍ଷ ପୂରଣ ଅବସରରେ ସ୍ୱାମୀ ତଥା ଅଭିନେତା ଅଜୟ ଦେବଗନ୍ ଏକ ସୁନ୍ଦର ପୋଷ୍ଟ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ ନିଜ ପ୍ରିୟ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+