କାଜଲ ଅଗ୍ରୱାଲଙ୍କ ଫିଲ୍ମ 'Ghosty'ଟିଜର୍ ରିଲିଜ୍

କାଜଲ ଅଗ୍ରୱାଲଙ୍କ ଫିଲ୍ମ 'Ghosty'ଟିଜର୍ ରିଲିଜ୍

ମୁମ୍ବାଇ: ଦକ୍ଷିଣ ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲ ଚଳିତ ବର୍ଷ ଏପ୍ରିଲ ମାସରେ ମା' ହୋଇଛନ୍ତି । ପ୍ରତିଦିନ ସେ ସୋସିଆଲ ମିଡିଆରେ ନୂଆ ନୂଆ ପୋଷ୍ଟ ସେୟାର କରନ୍ତି ଯାହାକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି । ମା' ହେବା ପରେ ଏବେ ପୁଣି ଥରେ ପରଦାକୁ ଫେରିବାକୁ ଯାଉଛନ୍ତି ଅଭିନେତ୍ରୀ । ତାଙ୍କ ଆଗାମୀ ଫିଲ୍ମ 'Ghosty'ର ଟିଜର ରିଲିଜ୍ ହୋଇଛି ।

Ghosty

'Ghosty'ତାମିଲ୍ ଭାଷାରେ ରିଲିଜ୍ ହେବ । ଏହା ଏକ ହରର-କମେଡି ଫିଲ୍ମ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରା କାଜଲ ଅଗ୍ରୱାଲ୍ ଓ ଅଭିନେତା ୟୋଗୀ ବାବୁ । ଏହି ଚଳଚ୍ଚିତ୍ରରେ କାଜଲଙ୍କର ଡବଲ୍ ରୋଲ ଦେଖିବା ପାଇ ମିଳିବ । ପ୍ରଥମ ଭୂମିକାରେ ସେ ଜଣେ ଅଭିନେତ୍ରୀ ଭୂମିକାରେ ଏବଂ ଦ୍ୱିତୀୟ ଭୂମିକାରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ କାଜଲ । ଅକ୍ଟୋବର ୩୧ ରେ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଛି, ଯେଉଁଥିରେ କାଜଲଙ୍କୁ ଉଭୟ ଚରିତ୍ରରେ ଦେଖିବା ପାଇଁ ମିଳୁଛି ।

ଟିଜର ସେୟାର କଲେ କାଜଲ ଅଗ୍ରୱାଲ୍
ଏହି ଚଳଚ୍ଚିତ୍ରର ଟିଜର ୟୁଟ୍ୟୁବ୍ ମାଧ୍ୟମରେ ରିଲିଜ୍ କରାଯାଇଛି । ନିଜ ଫିଲ୍ମର ଟିଜରକୁ ଅଭିନେତ୍ରୀ କାଜଲ ଟ୍ୱିଟର ଜରିଆରେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଏହି ଟିଜରରେ ଦେଖିବା ପାଇଁ ମିଳୁଛି ଯେ ଜଣେ ଅଭିନେତ୍ରୀ ଯାହାକି କାଜଲଙ୍କ ପ୍ରଥମ ଭୂମିକା ଯାହାଙ୍କର ଏକ ଫିଲ୍ମ ସେଟରେ ମୃତ୍ୟୁ ହୋଇଯାଉଛି । ଯାହା ପରେ ସେ ଭୂତ ରୂପରେ ନଜର ଆସୁଛନ୍ତି । କାଜଲଙ୍କ ଆତ୍ମା ଜଣେ ପୋଲିସ ଅଫିସରଙ୍କ ଜୀବନକୁ ନର୍କରେ ପରିଣିତ କରି ଦେଉଛି ଏହାକୁ ନେଇ ଫିଲ୍ମର କାହାଣୀ ଗତିଶିଳ । ଟିଜର ସେୟାର କରି ଅଭିନେତ୍ରୀ ଲେଖିଛନ୍ତି ଯେ ୟୋଗୀ ବାବୁ ଏବଂ ମୋର ମନୋରଞ୍ଜନରେ ପରିପୂର୍ଣ୍ଣ 'Ghosty'ର ଟିଜର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାଇତ୍ୱ ତୁଳାଉଛନ୍ତି କଲ୍ୟାଣ ।

ଫିଲ୍ମ 'Ghosty'ର ଟିଜର ପ୍ରକୃତରେ ମନୋରଞ୍ଜନରେ ପରିପୂର୍ଣ୍ଣ, ବର୍ତ୍ତମାନ ଏହି ଫିଲ୍ମ ରିଲିଜ୍ ହେବା ପରେ ଦେଖିବାକୁ ବାକିରହିଲା ଦର୍ଶକ ଏହି ଫିଲ୍ମକୁ କେତେ ଭଲ ପାଇବା ଦେଉଛନ୍ତି । ଏହି ଚଳଚ୍ଚିତ୍ର ବ୍ୟତୀତ କାଜଲ ଅଗ୍ରୱାଲ ଫିଲ୍ମ 'ଇଣ୍ଡିଆନ ୨'ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଭେଟେରାନ ଅଭିନେତା କମଲ ହାସନ ମଧ୍ୟ ଅଭିନୟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+