କୈଳାଶ ଖେର @49: 20ଟି ଭାଷାରେ ଗାଇଛନ୍ତି ଗୀତ

ଆଜି 49 ତମ ଜନ୍ମଦିନ ପାଳନ କରୁଛନ୍ତି ଏହି ଲୋକପ୍ରିୟ ଗାୟକ। ତେବେ ଆସନ୍ତୁ ଜାଣିବା ତାଙ୍କର କିଛି ଗୀତ ବିଷୟରେ ଯାହା ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ବନାଇବାରେ ସଫଳ ହୋଇଛି।

ମୁମ୍ବାଇ: ବଲିଉଡରେ ଯଦି କେହି "ସୁଫି" ଶବ୍ଦରେ ବିପ୍ଳବ ଆଣିଛନ୍ତି, ତେବେ ଏହା କୈଳାସ ଖେରଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି । ତାଙ୍କର ସମ୍ମୋହିତ ସଂଗୀତ ଏବଂ ଶାନ୍ତ ସ୍ୱର ଆପଣଙ୍କ ହୃଦୟ ଛୁଇଁଥାଏ । ଆଜି 49 ତମ ଜନ୍ମଦିନ ପାଳନ କରୁଛନ୍ତି ଏହି ଲୋକପ୍ରିୟ ଗାୟକ। ତେବେ ଆସନ୍ତୁ ଜାଣିବା ତାଙ୍କର କିଛି ଗୀତ ବିଷୟରେ ଯାହା ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ବନାଇବାରେ ସଫଳ ହୋଇଛି। ଏବେ ବି ଏହି ଗୀତଟିର ମ୍ୟୁଜିକ ଶୁଣିବା ମାତ୍ରେ ଗାୟକ କିଏ ବୋଲି କହିଦେବେ ଦର୍ଶକ ।

kailash kher

ଜନ୍ମ ଓ ପରିବାର:

କୈଳାଶ 1973 ମସିହା ଜୁଲାଇ 7 ତାରିଖରେ ଉତ୍ତରପ୍ରଦେଶର ମିରଟରେ ଜନ୍ମ ନେଇଥିଲେ । କୈଳାଶଙ୍କ ପିତା ମେହେର ସିଂ ଖେର ଜଣେ ଫୋଲ୍କ ସିଙ୍ଗର ଥିଲେ। ଫଳରେ ପିଲାଟି ଦିନୁ ପରିବାରରେ ସଂଗୀତର ମାହୋଲରେ ବଢିଥିଲେ କୈଳାସ । ଏହାପରେ ଧିରେ ଧିରେ ସଂଗୀତ ପ୍ରତି ତାଙ୍କର ପ୍ରେମ ବଢିଥିଲା । ମାତ୍ର 14 ବର୍ଷ ବୟସରେ ସେ ସଂଗୀତ ଶିକ୍ଷା ପାଇଁ ଏକ ଅନୁଷ୍ଠାନରେ ଯୋଗ ଦେଇଥିଲେ । ଏହାପରେ ଅନେକ ବଡ ବଡ ସଂଗୀତ ଗୁରୁଙ୍କ ଠାରୁ ସେ ଶିକ୍ଷା କରିଥିଲେ । ଆଉ ତା ପରେ ଆରମ୍ଭ ହୋଇଥିଲା ତାଙ୍କର ସଂଗୀତ ଯାତ୍ରା । ଆଉ ଆଜି ସେ ଜଣେ ଲୋକପ୍ରିତ ଗାୟକ ଭାବେ ପରିଚିତ ।

ଲୋକପ୍ରିୟ ଗାୟକ କୈଳାଶ ଖେର, ଆଜି ସୁଦ୍ଧା 20 ଟି ଭିନ୍ନ ଭିନ୍ନଭାଷାରେ 500 ରୁ ଅଧିକ ଗୀତ ଗାଇଛନ୍ତି । 2017 ମସିହାରେ ସଂଗୀତ ପାଇଁ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

କୈଳାଶଙ୍କର ଲୋକପ୍ରିୟ ଗୀତ:

ଆଲ୍ଲା କେ ବନ୍ଦେ ( Allah ke bande )

ଏହି ଗୀତଟି କୈଳାଶ ଖେରଙ୍କ ପ୍ରଥମ ସଫଳ ଗୀତ । ଗୀତଟି ବିଶାଲ-ଶେଖରଙ୍କ ଦ୍ୱାରା ରଚନା କରାଯାଇଥିଲା। 2003ରେ ଗୀତଟି ହିଟ୍ ମଧ୍ୟ ହୋଇଥିଲା । ଏବେ ବି କୈଳାଶଙ୍କ ପ୍ରଶଂସକ ଏହି ଗୀତଟି ଶୁଣନ୍ତି ।

ସଇଁୟା ( sayiann)

ହିଟ୍ ଗୀତ 'ସଇଁୟା' କୈଳାସଙ୍କ ଦ୍ୱିତୀୟ ଆଲବମ । ଏହି ଗୀତଟି କେବଳ ଭାବପ୍ରବଣ ସ୍ୱର ନୁହେଁ ବରଂ ଲିରିକ୍ସ ଯୋଗୁଁ ଶ୍ରୋତାଙ୍କୁ ଆକର୍ଷିତ କରି ପାରିଛି ।

ୟୁହିଁ ଚଲା ଚଲ୍ ରହି (Yun Hi Chala Chal Rahi)

ତେବେ କୈଳାସଙ୍କର ଏହି ଗୀତଟିକୁ କେମିତି ବା ଭୁଲି ହେବ । ପ୍ରାୟ ସଂଗୀତ ପ୍ରିୟ ବ୍ୟକ୍ତିଙ୍କର ପ୍ରିୟ ଏହି ଗୀତଟି । ଗୀତର ଲିରିକ୍ସ ସହ କୈଳାସଙ୍କର ସୁନ୍ଦର ସ୍ବର ଏହି ଗୀତଟିକୁ ଆହୁରି ଜୀବନନ୍ତ କରିଥାଏ।

ୟା ରବ୍ବା ( ya rabba)

ସାଲାମ-ଏ- ଇସ୍କର ଫେମସ ସାଉଣ୍ଡଟ୍ରାକର ଏହି ଗୀତଟି କୈଳାସଙ୍କ ସୁମଧୁର ସ୍ବରରେ ଲୋକଙ୍କ ହୃଦୟକୁ ଛୁଇଁଛି । ଏହି ଏଭରଗ୍ରୀନ ଗୀତଟି ପୁରୁଣା ହେଲେ ମଧ୍ୟ ଏବେ ବି ଲୋକଙ୍କ ହୃଦୟରେ ରହିଛି ।

ତେରୀ ଦିୱାନୀ ( Teri Diwani)

ସୁଫି କ୍ଲାସିକ୍ 'ତେରି ଦିୱାନୀ'ର ଖେରଙ୍କ ଉପସ୍ଥାପନା 2006-07ରେ ଏକ ବଡ଼ ସଫଳତା ଥିଲା। ପ୍ରତିଟି ପ୍ରେମୀ ଏହି ଗୀତଟିକୁ ନିଶ୍ଚୟ ଶୁଣନ୍ତି। ଆଉ ଗୀତ ସହ ମଜ୍ଜି ଯାଆନ୍ତି।

ତୁ ଜାନେ ନା (tu jaanne na)

ଅଜବ ପ୍ରେମ କି ଗଜବ କାହାନୀର ଏହି ଗୀତଟି ଅତିଫ ଅସଲମ ମଧ୍ୟ ଟିକେ ଭିନ୍ନ ପ୍ରକାରେ ଗାଇଛନ୍ତି । କିନ୍ତୁ କୈଳାଶ ଖେରଙ୍କ ସ୍ବରରେ ଏବେ ବି ଶୁଣିବା ପାଇଁ ବେଶୀ ପସନ୍ଦ କରନ୍ତି ଶ୍ରୋତା । ଏହି ଗୀତଟିକୁ ପ୍ରେମରେ ଥିବା ବ୍ୟକ୍ତି ନିଶ୍ଚୟ ତାଙ୍କ ଜୀବନରେ କେବେ ନା କେବେ ଶୁଣିଥିବେ ଆଉ ଲିରିକ୍ସକୁ ଅଙ୍ଗେ ନିଭେଇଥିବା ନିଜ ଜୀବନ ସହ ତୁଳନା କରିଥିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+