For Quick Alerts
Turn On Notification  
For Daily Alerts
Oneindia App Download

ବଲିଉଡ କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଉପରେ ଆକ୍ରମଣ, ଗିରଫ ହେଲେ ଅଭିଯୁକ୍ତ

ବଲିଉଡ କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଉପରେ ଆକ୍ରମଣ, ଗିରଫ ହେଲେ ଅଭିଯୁକ୍ତ

|

Kailash Kher

ମୁମ୍ବାଇ: କର୍ଣ୍ଣାଟକରେ ଏକ ସଙ୍ଗୀତ କନସର୍ଟ ସମୟରେ ହିନ୍ଦୀ ସିନେମାର ଜଣାଶୁଣା କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଉପରେ ଆକ୍ରମଣ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକର ହମ୍ପି ଉତ୍ସବରେ ଷ୍ଟେଜ୍ ଶୋ'କରୁଥିଲେ କୈଲାଶ ଖେର । ଏହି ସମୟରେ ଭିଡ଼ ଭିତରେ ଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ବୋତଲ ଫିଙ୍ଗି ଆକ୍ରମଣ କରିଥିଲେ ।

ANI ସୂଚନା ଅନୁସାରେ, କଣ୍ଠଶିଳ୍ପୀ କୈଲାଶ ଖେର ହମ୍ପି ଉତ୍ସବରେ ଯୋଗ ଦେବା ପାଇଁ କର୍ଣ୍ଣାଟକରେ ପହଞ୍ଚିଥିଲେ। ହେଲେ ସେଠି ଉପସ୍ଥିତ ଲୋକ ମାନଙ୍କ ଠାରୁ କିଛି ଖାସ୍ ଭଲ ପ୍ରତିକ୍ରିୟା ପାଇନଥିଲେ ଗାୟକ । ଭିଡ଼ରେ ଉପସ୍ଥିତ ଥିବା ୨ ଜଣ ବ୍ୟକ୍ତି କୈଲାଶ ଖେରଙ୍କୁ କନ୍ନଡ ଗୀତ ଗାଇବା ପାଇଁ ଡିମାଣ୍ତ କରିଥିଲେ । ପରେ ଦୁଇ ଅଭିଯୁକ୍ତ ତାଙ୍କ ଉପରକୁ ବୋତଲ ଫିଙ୍ଗି ଆକ୍ରମଣ କରିଥିଲେ ।
ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ତୁରନ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିରେ କୈଲାଶ ଖେରଙ୍କର ବିଶେଷ କିଛି ହୋଇନଥିବା ବେଳେ ଅଭିଯୁକ୍ତ ଏବେ ପୋଲିସ ହେଫାଜତରେ ଥିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଜାନୁଆରୀ ୨୭ ରୁ ୩ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଚାଲିଥିବା ହମ୍ପି ଉତ୍ସବରେ ସିନେମା ଜଗତର ଅନେକ କଳାକାର ଯୋଗ ଦେଇଥିଲେ । ଏବଂ ଗାୟକ କୈଲାଶ ଖୈର ମଧ୍ୟ ଗୀତ ଗାଇବା ପାଇଁ ପହଁଚିଥିଲେ ଯେଉଁ ବିଷୟରେ ଗାୟକ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ହେଲେ ଜଣେ କଳାକାରଙ୍କ ଉପରେ ଏହି ପ୍ରକାର ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Kailash Kher Attacked during a live show at Karnataka.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X