ବଲିଉଡ କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଉପରେ ଆକ୍ରମଣ, ଗିରଫ ହେଲେ ଅଭିଯୁକ୍ତ

ବଲିଉଡ କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଉପରେ ଆକ୍ରମଣ, ଗିରଫ ହେଲେ ଅଭିଯୁକ୍ତ

Kailash Kher

ମୁମ୍ବାଇ: କର୍ଣ୍ଣାଟକରେ ଏକ ସଙ୍ଗୀତ କନସର୍ଟ ସମୟରେ ହିନ୍ଦୀ ସିନେମାର ଜଣାଶୁଣା କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଉପରେ ଆକ୍ରମଣ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକର ହମ୍ପି ଉତ୍ସବରେ ଷ୍ଟେଜ୍ ଶୋ'କରୁଥିଲେ କୈଲାଶ ଖେର । ଏହି ସମୟରେ ଭିଡ଼ ଭିତରେ ଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ ବୋତଲ ଫିଙ୍ଗି ଆକ୍ରମଣ କରିଥିଲେ ।

ANI ସୂଚନା ଅନୁସାରେ, କଣ୍ଠଶିଳ୍ପୀ କୈଲାଶ ଖେର ହମ୍ପି ଉତ୍ସବରେ ଯୋଗ ଦେବା ପାଇଁ କର୍ଣ୍ଣାଟକରେ ପହଞ୍ଚିଥିଲେ। ହେଲେ ସେଠି ଉପସ୍ଥିତ ଲୋକ ମାନଙ୍କ ଠାରୁ କିଛି ଖାସ୍ ଭଲ ପ୍ରତିକ୍ରିୟା ପାଇନଥିଲେ ଗାୟକ । ଭିଡ଼ରେ ଉପସ୍ଥିତ ଥିବା ୨ ଜଣ ବ୍ୟକ୍ତି କୈଲାଶ ଖେରଙ୍କୁ କନ୍ନଡ ଗୀତ ଗାଇବା ପାଇଁ ଡିମାଣ୍ତ କରିଥିଲେ । ପରେ ଦୁଇ ଅଭିଯୁକ୍ତ ତାଙ୍କ ଉପରକୁ ବୋତଲ ଫିଙ୍ଗି ଆକ୍ରମଣ କରିଥିଲେ ।
ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ତୁରନ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିରେ କୈଲାଶ ଖେରଙ୍କର ବିଶେଷ କିଛି ହୋଇନଥିବା ବେଳେ ଅଭିଯୁକ୍ତ ଏବେ ପୋଲିସ ହେଫାଜତରେ ଥିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଜାନୁଆରୀ ୨୭ ରୁ ୩ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଚାଲିଥିବା ହମ୍ପି ଉତ୍ସବରେ ସିନେମା ଜଗତର ଅନେକ କଳାକାର ଯୋଗ ଦେଇଥିଲେ । ଏବଂ ଗାୟକ କୈଲାଶ ଖୈର ମଧ୍ୟ ଗୀତ ଗାଇବା ପାଇଁ ପହଁଚିଥିଲେ ଯେଉଁ ବିଷୟରେ ଗାୟକ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ହେଲେ ଜଣେ କଳାକାରଙ୍କ ଉପରେ ଏହି ପ୍ରକାର ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+