୬୭ ବର୍ଷରେ ଆଖିବୁଜିଲେ ଜୁନିୟର ମେହମୁଦ
Junior Mehmood Passed Away: ସିନେ ଜଗତରୁ ଆସିଲା ଏକ ଦୁଃଖଦ ଖବର, ୬୭ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ ଅଭିନେତା ଜୁନିଅର ମେହମୁଦ । ସେ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ, ଦୁଇ ସପ୍ତାହ ପୂର୍ବରୁ ଏହା ଜଣା ପଡିଥିଲା ଯେ, ସେ କ୍ୟାନ୍ସର ଲାଷ୍ଟ ଷ୍ଟେଜରେ ଥିଲେ । ଗତକାଲି ରାତିରେ ତାଙ୍କ ଅବସ୍ଥା ଅଧିକ ବିଗିଡି ଯାଇଥିଲା, ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଜୁନିଅର ମେହମୁଦଙ୍କ ଦେହାନ୍ତ ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଆଜି ଅପରାହ୍ନରେ ପ୍ରାର୍ଥନା ପରେ ସାନ୍ତା କ୍ରୁଜ୍ ଶ୍ମଶାନରେ ତାଙ୍କର ଶେଷ ରୀତିନୀତି କରାଯିବ ବୋଲି ପରିବାର ବନ୍ଧୁ ନିଶ୍ଚିତ କରିଛନ୍ତି। ଜୁନିଅର ମହମୁଦ, ତାଙ୍କର ସ୍ୱତନ୍ତ୍ର ଷ୍ଟାଇଲ୍ ପାଇଁ ବେଶ ପ୍ରସିଦ୍ଧ । 250ରୁ ଅଧିକ ଚଳଚ୍ଚିତ୍ରରେ ଅନେକ ସୁପରଷ୍ଟାରଙ୍କ ସହ ସେ କାମ କରିଛନ୍ତି । ୭୦ ଦଶକରେ ନିଜର ଅଭିନୟ ଓ କମେଡି ଦ୍ୱାରା ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଥିଲେ ଜୁନିୟର ମେହମୁଦ । ତାଙ୍କ ପ୍ରକୃତ ନାମ ଥିଲା Naeem Sayyed ।
ସେ ସଞ୍ଜୀବ କୁମାର, ଭେଟେରାନ୍ ଅଭିନେତା ବଲରାଜ ସାହନି ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଅଭିନୀତ ଚଳଚ୍ଚିତ୍ର 'Naunihal' ଶିଶୁ କଳାକାର ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। 1967 ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ପରେ ସେ ନିଜ ନାଁ ପରିବର୍ତ୍ତନ କରି ଜୁନିଅର୍ ମେହମୁଦ୍ ରଖିଥିଲେ । ବର୍ତ୍ତମାନ ସେ ଜୁନିୟର ମେହମୁଦ ନାଁ ରେ ବଲିଉଡରେ ପରିଚିତ । ହିନ୍ଦୀ ଫିଲ୍ମ ବ୍ୟତିତ ସେ ଅନେକ ମରାଠି ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ନିକଟରେ ଜନି ଲିଭର, ଜିତେନ୍ଦ୍ର ଜୁନିୟର ମେହମୁଦଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ଭାରତ ଏବଂ ବିଦେଶରେ ଅନେକ ଷ୍ଟେଜ ସୋ'ର ଅଂଶ ଗ୍ରହଣ କରିଛନ୍ତି ।












Click it and Unblock the Notifications