କରୁ ନାହାଁନ୍ତି ଫିଲ୍ମ ହେଲେ ଅମିତାଭ ବଚ୍ଚନଙ୍କଠୁ ଧନୀ ଏହି ଅଭିନେତ୍ରୀ
Juhi Chawla: ବର୍ଷ ବର୍ଷ ହେଲା କରୁନାହାଁନ୍ତି ସିନେମା, ହେଲେ ବଲିଉଡରେ ସବୁଠୁ ଧନୀ ଅଭିନେତ୍ରୀ । ହିନ୍ଦୀ ସିନେମାର ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଲେ ଜୁହି ଚାୱଲା। ଯିଏ ବଡ ତାରକାଙ୍କ ସହ ଅନେକ ହିଟ୍ ଫିଲ୍ମ ଦେଇଥିବାର ବଲିଉଡକୁ ଭେଟି ଦେଇଛନ୍ତି । ହେଲେ ଆପଣ ଜାଣିଛନ୍ତି କି ବର୍ତ୍ତମାନ ସେ ବଲିଉଡର ସବୁଠୁ ଧନୀ ଅଭିନେତ୍ରୀ ।
ନେଟ୍ ୱର୍ଥ ମାମଲାରେ ଜୁହି ଚାୱଲା ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ପଛରେ ପକାଇଛନ୍ତି । କେବଳ ଏତିକି ନୁହେଁ, ତାବ୍ଦୀର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମଧ୍ୟ ସେ ପଛରେ ପକାଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁହି ଚାୱଲାଙ୍କ ମୋଟ ସମ୍ପତ୍ତି ହେଉଛି 4600 କୋଟି ଟଙ୍କା। ଏହି ରୋଜଗାରର ଅଧିକାଂଶ ତାଙ୍କ ସନେମା ଜରିଆରେ ହୋଇଥିଲା ହେଲେ ଏହା ବ୍ୟତୀତ ତାଙ୍କର ଅନେକ ବଡ ବ୍ୟବସାୟ ମଧ୍ୟ ରହିଛି।

ଜୁହି ଚାୱଲା ଫିଲ୍ମ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିଜ୍ ରେ ଶାହାରୁଖ ଖାନଙ୍କ ସହଯୋଗୀ । ଏହା ସହିତ ସେ ନାଇଟ୍ ରାଇଡର୍ସ କ୍ରିକେଟ୍ ଫ୍ରାଞ୍ଚାଇଜ୍ ର ସହ-ମାଲିକ ଅଟନ୍ତି । ଖବର ଅନୁଯାୟୀ, ଅଭିନେତ୍ରୀ ବର୍ତ୍ତମାନ ଏକ ଚଳଚ୍ଚିତ୍ର ପାଇଁ 1 କୋଟି ଟଙ୍କା ଚାର୍ଜ କରନ୍ତି ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ସେ ଭଲ ରୋଜଗାର କରୁଛନ୍ତି।
ମୁମ୍ବାଇର ଏକ ବିଳାସପୂର୍ଣ୍ଣ ବଙ୍ଗଳା ବ୍ୟତୀତ ଜୁହି ଚାୱଲାଙ୍କ ନିକଟରେ ବହୁ ଦାମୀ କାରର ସଂଗ୍ରହ ମଧ୍ୟ ଅଛି । ତାଙ୍କ ଗ୍ୟାରେଜରେ ଜାଗୁଆର XJL, ଅଡି Q7 ପରି ଗାଡ଼ି ରହିଛି । ଅଭିନେତ୍ରି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ସେ ପ୍ରତିଦିନ ପ୍ରଶଂସକଙ୍କ ସହିତ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରନ୍ତି |












Click it and Unblock the Notifications