ଓସ୍କାର ୨୦୨୩ରେ ଯୋଗ ଦେବା ପାଇଁ ଆମେରିକା ଗଲେ ଜୁନିୟର ଏନଟିଆର୍, ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା
ଜୁନିୟର ଏନଟିଆର୍ ଓସ୍କାର ୨୦୨୩ରେ ଯୋଗ ଦେବା ପାଇଁ ଆମେରିକାକୁ ଉଡାଣା କରିଛନ୍ତି । ଜୁନିଅର ଏନଟିଆର ଖୁବ୍ ଶୀଘ୍ର ଓସ୍କାର ୨୦୨୩ରେ ଅଭିନେତା ରାମ ଚରଣ, ଏସଏସ୍ ରାଜାମୌଲ ଏବଂ ଫିଲ୍ମର ବାକି ଟିମ୍ ସହ ଯୋଗଦେବେ ।

Jr Ntr: ଟ୍ରିପଲ୍ ଆର୍ ଫେମ୍ ଜୁନିୟର ଏନଟିଆର୍ ଓସ୍କାର ୨୦୨୩ରେ ଯୋଗ ଦେବା ପାଇଁ ଆମେରିକାକୁ ଉଡାଣ କରିଛନ୍ତି । ଜୁନିଅର ଏନଟିଆର ଖୁବ୍ ଶୀଘ୍ର ଓସ୍କାର ୨୦୨୩ରେ ଅଭିନେତା ରାମ ଚରଣ, ଏସଏସ୍ ରାଜାମୌଲ ଏବଂ ଫିଲ୍ମର ବାକି ଟିମ୍ ସହ ଯୋଗଦେବେ । ସୋମବାର ସକାଳେ ଅଭିନେତାଙ୍କୁ ବିମାନବନ୍ଦରରେ ସ୍ପଟ କରାଯାଇଥିଲା ।
ରାମ ଚରଣ ପୂର୍ବରୁ ହିଁ ଆମେରିକାରେ ପହଞ୍ଚି ସାରିଛନ୍ତି, ଯେଉଁଠାରେ ସେ ଆମେରିକାର ଗଣମାଧ୍ୟମକୁ ଏକ ସାକ୍ଷାତକାର ମଧ୍ୟ ଦେଇଛନ୍ତି । ଓସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବା ସମୟରେ ବେଶ୍ ସିମ୍ପଲ ଲୁକରେ ନଜର ଆସିଥିଲେ ରାମ ଚରଣ । ଏପରିକି ବିମାନବନ୍ଦରରେ ଖାଲି ପାଦରେ ନଜର ଆସିଥିଲେ ଅଭିନେତା ।ତାଙ୍କର ଏହି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ତେବେ ଏସଏସ ରାଜାମୌଲୀଙ୍କ ଫିଲ୍ମ 'ଆରଆରଆର୍'ର 'ନାଟୁ ନାଟୁ' ଗୀତ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ଓସ୍କାର ୨୦୨୩ ପାଇଁ ମନୋନୀତ ହୋଇଛି । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୨ରେ ଆମେରିକାରେ ଅନୁଷ୍ଠିତ ହେବା ପାଇଁ ଯାଉଛି । ୨୦୦୯ରେ ଏ. ଆର୍ ରେହମାନଙ୍କ ଗୀତ 'ଜୟ ହୋ' ଓକ୍କାର ଜିତିଥିଲା ।
ମାର୍ଚ୍ଚ ୧୨ରେ ଲସ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୫ ତମ ଏକାଡେମୀ ପୁରସ୍କାର (ଓସ୍କାର 2023) ଅନୁଷ୍ଠିତ ହେବା ପାଇଁ ଯାଉଛି । ରାଜାମୌଲି, ଏନଟିଆର, ରାମ ଚରଣ ଏବଂ 'ଆରଆରଆର'ର ସମସ୍ତ ଦଳ ଗ୍ରାଣ୍ଡ ନାଇଟ୍ ରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି ।












Click it and Unblock the Notifications