ଜିଆ ଖାଁ ଆତ୍ମହତ୍ୟା ମାମଲା: ୧୦ ବର୍ଷ ପରେ ମିଳିବ କି ଅଭିନେତ୍ରୀଙ୍କୁ ନ୍ୟାୟ !
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜିଆ ଖାଁ ଆତ୍ମହତ୍ୟା ମାମଲାରେ ପ୍ରାୟ ୧୦ ବର୍ଷ ପରେ ଶୁକ୍ରବାର ମୁମ୍ବାଇର ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୋର୍ଟ ଏହାର ରାୟ ପ୍ରକାଶ କରିବେ। ୩ ଜୁନ୍ ୨୦୧୩ ରେ ମୁମ୍ବାଇରେ ଜିୟା ଖାଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ସହ ଏକ ୬ ପୃଷ୍ଠାର ଚିଠି ଜବତ ହୋଇଥିଲା ।
ଜିୟା ନିଜ ଚିଠିରେ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ପୁଅ ସୂରଜ ଓ ତାଙ୍କ ପରିବାର ସହ ସମ୍ପର୍କକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦର୍ଶାଇଥିଲେ । ଆତ୍ମହତ୍ୟାକୁ ପ୍ରୋତ୍ସାହୱ ଦେବା ଅଭିଯୋଗରେ ସୂରଜଙ୍କୁ ଗିରଫ କରାଯାଇଥିଲା ମାତ୍ର ତାଙ୍କୁ ଜାମିନ ମିଳିଯାଇଥିଲା । ତେବେ ଏହି ମାମଲାରେ ଅଭିଯୁକ୍ତ ସୁରଜ ପଞ୍ଚୋଲି ଦଣ୍ଡ ପାଇବେ କି? ଏହା କିଛି ସମୟ ପରେ ସ୍ପଷ୍ଟ ହେବ । କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଜିଆ ଖାନଙ୍କ ମାଆ ରାବିଆ ଖାନ କହିଛନ୍ତି ଯେ ସେ ଏହି ଦିନକୁ ୧୦ ବର୍ଷ ହେବ ଅପେକ୍ଷା କରିଛନ୍ତି ।
#WATCH | Actor Sooraj Pancholi arrives at Special CBI court in Mumbai for the verdict in Jiah Khan suicide abetment case pic.twitter.com/nksJmE72Sj
— ANI (@ANI) April 28, 2023
ଆତ୍ମହତ୍ୟା ନୋଟରେ ଜିଆ ଖାଁ ଲେଖିଥିଲେ ଯେ, ତାଙ୍କୁ ସୂରଜ ପଞ୍ଚୋଲି ପ୍ରେମରେ ଧୋକା ଦେଇଥିଲେ । ସୂରଜ ପଞ୍ଚୋଲି ତାଙ୍କ ସହ ସମ୍ପର୍କ ରଖିଥିଲେ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରାଇଥିଲେ । ବର୍ତ୍ତମାନ ଏହି ଘଟଣାର ୧୦ ବର୍ଷ ବିତିଗଲା ।

ଆଶା କରୁଛି କୋର୍ଟ ନ୍ୟାୟ ପ୍ରଦାନ କରିବେ: ରାବିଆ ଖାଁ
କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଜିଆ ଖାଁଙ୍କ ମାଆ ରାବିଆ ଖାନ କହିଛନ୍ତି ଯେ, ଏକ ପରିବାର ଭାବରେ ସେମାନଙ୍କର ଯୁଦ୍ଧ ଏକ ଦଶନ୍ଧି ଧରି ଚାଲିଥିଲା ଏବଂ ବର୍ତ୍ତମାନ ସେମାନେ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ଏବଂ କୋର୍ଟ ତାଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲି ସେ ଆଶା ରଖିଛନ୍ତି ।












Click it and Unblock the Notifications