ଜିୟା ଖାଁ ମୃତ୍ୟୁ ମାମଲା:ସୂରଜ ପଞ୍ଚୋଲି ଦୋଷମୁକ୍ତ

Jiah Khan Suicide Case: ବହୁ ଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲା । ଅଭିଯୁକ୍ତ ସୂରଜ ପଞ୍ଚୋଲିଙ୍କୁ ଦୋଷମୁକ୍ତ କଲେ ସିବିଆଇ କୋର୍ଟ । ଉପଯୁକ୍ତ ପ୍ରମାଣ ଅଭାବରୁ ମୁମ୍ବାଇ ସିବିଆଇ କୋର୍ଟ ଦୋଷମୁକ୍ତ କଲେ ।

 Sooraj Pancholi

୩ ଜୁନ୍ ୨୦୧୩ରେ ମୁମ୍ବାଇସ୍ଥିତ ବଲିଉଡ ଅଭିନେତ୍ରୀ ଜିଆ ଖାଁଙ୍କର ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଏହାସହ ଏକ ୬ ପୃଷ୍ଠାର ଚିଠି ମଧ୍ୟ ଜବତ କରାଯାଇଥିଲା । ଯେଉଁଥିରେ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ପୁଅ ସୂରଜ ଓ ତାଙ୍କ ପରିବାରଙ୍କ ସହ ସମ୍ପର୍କକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦର୍ଶାଇଥିଲେ ।

ମୁଁ ହାର ମାନିବିନି: ଜିଆ ଖାଁଙ୍କ ମା

ସିବିଆଇ କୋର୍ଟଙ୍କ ରାୟ ଆସିବା ପରେ ଜିଆଙ୍କ ମା' କହିଛନ୍ତି ଏହା ହେଉଛି ଏକ ହତ୍ୟା ଘଟଣା । ମୁଁ ହାର ମାନିବିନି ହାଇକୋର୍ଟ ଯିବି । ତେବେ ଜିଆଙ୍କ ମା'ଆରମ୍ଭରୁ ଏହାକୁ ଏକ ହତ୍ୟା ମାମଲା ବୋଲି ଦାବି କରିଆସୁଛନ୍ତି । ଗତ ଏକ ବର୍ଷ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ମାମଲାରେ ପୁଣି ଥରେ ମୂଳରୁ ତଦନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ । ତେବେ ହାଇକୋର୍ଟ ଏହାକୁ ଖାରଜ କରି ଦେଇଥିଲେ ।

ଜିଆଙ୍କ ଅଭିନୟ କ୍ୟାରିୟର

ଜିଆ 2007 ମସିହାରେ ଅମିତାଭ ବଚ୍ଚନଙ୍କ ବିପକ୍ଷରେ 'ନିଶବଦ୍' ସହିତ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ । ଜିଆ ଯେତେବେଳେ ବଲିଉଡରେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା । ଏହା ପରେ ଜିଆ ଖାନ ଆମୀର ଖାନଙ୍କ ସହ 2008 ବ୍ଲକବଷ୍ଟର ଫିଲ୍ମ 'ଗଜନି'ରେ ଅଭିନୟ କରିଥିଲେ। ସେହିପରି 2010ରେ, ଜିଆ ତାଙ୍କର ତୃତୀୟ ତଥା ଶେଷ ଚଳଚ୍ଚିତ୍ର 'ହାଉସଫୁଲ୍'ରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ଜିଆ-ଅକ୍ଷୟ କୁମାରଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+