'Jhalak Dikhla Jaa 10'ର ପ୍ରୋମୋ ରିଲିଜ୍ ,ନିଆଙ୍କ ବୋଲ୍ଡ ଅନ୍ଦାଜ୍ ସହ ଶିଳ୍ପାଙ୍କର ବୋହୂ ଅବତାର ଜିଣୁଛି ଦର୍ଶକଙ୍କ ମନ

Jhalak Dikhhla Jaa Season 10: 'Jhalak Dikhla Jaa 10'ର ପ୍ରୋମୋ ରିଲିଜ୍ ,ନିଆଙ୍କ ବୋଲ୍ଡ ଅନ୍ଦାଜ୍ ସହ ଶିଳ୍ପାଙ୍କର ବୋହୂ ଅବତାର ଜିଣୁଛି ଦର୍ଶକଙ୍କ ମନ

ମୁମ୍ବାଇ: ଲୋକପ୍ରିୟ ଡ୍ୟାନ୍ସ ରିଅଲିଟି ସୋ 'ଝଲକ୍ ଦିଖଲା ଜା' । କିଛି ସମୟ ହେଲା 'ଝଲକ ଦିଖଲା ଜା'ର ୧୦ ସିଜନକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏବେ ଦର୍ଶକଙ୍କର ଅପେକ୍ଷାର ଅନ୍ତ ହୋଇଛି । ମେକର୍ସ ସୋ'ର ବିଭିନ୍ନ ପ୍ରୋମୋ ରଲିଜ୍ କରିଛନ୍ତି । ଏଥର ପ୍ରୋମୋ ରହିଛି ଖୁବ ଖାସ । ପ୍ରୋମୋରେ ପ୍ରତିଯୋଗୀ ଡ୍ୟାନ୍ସ ସହ ଅଭିନୟ କରି ନିଜ ପରିଚୟ ଦେଇଛନ୍ତି ଓ ସୋ'ରେ ଏଣ୍ଟ୍ରିର ସୂଚନା ଦର୍ଶକଙ୍କୁ ଦେଇଛନ୍ତି । 'ଝଲକ ଦିଖଲା ଜା'ର ୧୦ ସିଜନ୍ କଲର୍ସ ଟିଭିରେ ଦେଖିବାକୁ ମିଳିବ।

JHALAK

ଦୀର୍ଘ ୫ ବର୍ଷ ପରେ ପୁଣି ସେଲିବ୍ରିଟିଙ୍କ ଧମାକେଦାର ଡ୍ୟାନ୍ସର ମଜା ନେବେ ଦର୍ଶକ । ତେବେ ସୋ'ର ପ୍ରଥମ ଏପିସୋଡ୍ ଅଗଷ୍ଟ ଶେଷ ସପ୍ତାହରେ ପ୍ରସାରିତ ହୋଇପାରେ ବୋଲି ସୂଚନା ରହିଛି । ପ୍ରୋମୋରେ ପାରସ୍ ହିପ୍-ହପ୍ କରୁଥିବାବେଳେ ଶିଳ୍ପା ସିନ୍ଦେ ନିଜ ବୋହୂ ଅବତାରରେ ନଜର ଆସୁଛନ୍ତି । ଧୀରଜ ଧୋପର ଫ୍ରିଷ୍ଟାଇଲ କରୁଥିବାବେଳେ ନିଆ ତାଙ୍କ ହଟ ଓ ବୋଲ୍ଡ ଅବତାରରେ ନଜର ଆସୁଛନ୍ତି ।


ପ୍ରୋମୋ ସହ ପ୍ରତିଯୋଗୀଙ୍କ ନାଁ ମଧ୍ୟ ପରଦା ଦେଖିବା ପାଇଁ ମିଳୁଛି । ପ୍ରୋମୋରେ ଶିଳ୍ପା ସିନ୍ଦେ,ଧୀରଜ ଧୋପର, ପାରାସ ଏବଂ ନିଆ ଶର୍ମାଙ୍କୁ ଦେଖିବାକୁ ମିଳିଛି । ତେବେ ସୂଚନା ଏହା ମଧ୍ୟ ରହିଛି ଯେ ସୋ'ରେ ମାଧୁରୀ ଦୀକ୍ଷିତ କରଣ ଜୋହର ଏବଂ ନୋରା ,ଫତେହିଙ୍କୁ ଜଜ୍‌ ଭାବେ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+