'ଝଲକ ଦିଖଲା ଜା-୧୦' ୱିନର କୁନି ଡ୍ୟାନ୍ସର ଗୁଞ୍ଜନ ସିହ୍ନା-ତେଜସ୍ ଭର୍ମା
'ଝଲକ ଦିଖଲା ଜା-୧୦' ୱିନର କୁନି ଡ୍ୟାନ୍ସର ଗୁଞ୍ଜନ ସିହ୍ନା
ମୁମ୍ବାଇ: ଟିଭିର ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ' 'ଝଲକ ଦିଖଲା ଜା-୧୦' ୱିନର କୁନି ଡ୍ୟାନ୍ସର ଗୁଞ୍ଜନ ସିହ୍ନା-ତେଜସ୍ ଭର୍ମା । ବଡ ବଡ ସେଲିବ୍ରିଟି ଡ୍ୟାନ୍ସରଙ୍କୁ ପଛରେ ପକାଇ ଗୁଞ୍ଜନ ହାତେଇ ନେଲେ ଟ୍ରଫି । ଏହି ଶୋ' ରେ ଅନେକ ଟିଭି ଅଭିନେତା ନଜର ଆସିଥିଲେ, ଯେଉଁମାନେ ସେମାନଙ୍କର ଡ୍ୟାନ୍ସର ଦକ୍ଷତା ପ୍ରଦର୍ଶନ କରିଥିଲେ । ହେଲେ ବର୍ତ୍ତମାନ ଏହି ଶୋ'ର ବିଜେତା ଘୋଷିତ ହୋଇଛନ୍ତି ୮ ବର୍ଷିୟ ଗୁଞ୍ଜନ ଏବଂ ୧୨ ବର୍ଷୀୟ ତେଜସ୍ ଯିଏ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାତେଇଛନ୍ତି ।

ରବିବାର ଏହି ଶୋ'ର ଗ୍ରାଣ୍ତ ଫାଇନାଲ ଥିଲା । ଫାଇନାଲ ରାଉଣ୍ତରେ ଗୁଞ୍ଜନଙ୍କ ସହ ରୁବିନା ଦିଲାଇକ, ଶ୍ରୀତି ଝା, ନିଶାନ୍ତ ଭଟ୍ଟ, ଫୈସଲ ଏବଂ ରଶ୍ମୀର ମହାଜନୀ ପହଁଚିଥିଲେ । ହେଲେ ସମସ୍ତଙ୍କୁ ପଛରେ ପକାଇ ଗୁଞ୍ଜନ ସିହ୍ନା ଏବଂ ତେଜସ୍ ଭର୍ମା ଏହି ଶୋ'ର ଟ୍ରଫି ଜିତିଛନ୍ତି । ଏହି ସୋ ଜିତିବା ପରେ ଗୁଞ୍ଜନ ଏବଂ ତେଜଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିଲା । ତେବେ ଗୁଞ୍ଜନ୍-ତେଜସ୍ ଖୁବ କମ ବୟସରୁ ହିଁ ଏତେ ବଡ ରିଆଲିଟି ଶୋ'ଜିତିଛନ୍ତି । ସେହିପରି ରୁବିନା-ଫୈସଲ ପ୍ରଥମ ଏବଂ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି ।
ତେଜସ୍ ଭର୍ମା ଜଣେ ଲୋକପ୍ରିୟ ଡ୍ୟାନ୍ସର । ୧୨ ବର୍ଷୀୟ ତେଜସ୍ Boogie Woogie ଶୋ'ରୁ ନିଜ ଡ୍ୟାନ୍ସିଂ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ରିଆଲିଟି ସୋ 'ହାଇ ଫିବର୍'ରେ ମଧ୍ୟ ନଜର ଆସିଥିଲେ । ନୃତ୍ୟ ବ୍ୟତୀତ ତେଜସ୍ ଅଭିନୟ ମଧ୍ୟ କରନ୍ତି । ତାଙ୍କୁ ଫିଲ୍ମ'ରକେଟ୍ ଗ୍ୟାଙ୍ଗ୍' ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କର ଜବରଦସ୍ତ ଡ୍ୟାସ୍ ମଧ୍ୟ ଦେଖିବା ପାଇଁ ମିଳିଥିଲା ।
ନୃତ୍ୟର ରାଣୀ ଗୁଞ୍ଜନ ସିହ୍ନା
ଗୁଞ୍ଜନ ସିହ୍ନା ଆସାମ ଗୁଆହାଟିର ବାସିନ୍ଦା ଏବଂ ତାଙ୍କୁ ମାତ୍ର ଆଠ ବର୍ଷ ବୟସ । 'ଝଲକ ଦିଖଲା ଜା-୧୦'ର ବିଜେତା ହେବା ପୂର୍ବରୁ ଗୁଞ୍ଜନଙ୍କୁ' ଡ୍ୟାନ୍ସ ଦିୱାନେ ସିଜନ ୩ 'ରେ ଦେଖିବାକୁ ମିଳିଥିଲା । ଗୁଞ୍ଜନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ଅନେକ ସମୟରେ କୋରିଓଗ୍ରାଫର ରେମୋ ଡି'ସୁଜାଙ୍କ ସହ ତାଙ୍କର ଚମତ୍କାର ଭିଡିଓ ଦେଖିବା ପାଇଁ ମିଳିଥାଏ ।












Click it and Unblock the Notifications