ଦେଖନ୍ତୁ ଭିକ୍କି କୌଶଲ-ମାଧୁରୀଙ୍କର ଜବରଦସ୍ତ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ୍, ଫ୍ୟାନ୍ସ ଦେଲେ ଏପରି ମତ
ଦେଖନ୍ତୁ ଭିକ୍କି କୌଶଲ-ମାଧୁରୀଙ୍କର ଜବରଦସ୍ତ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ୍, ଫ୍ୟାନ୍ସ ଦେଲେ ଏପରି ମତ
ମୁମ୍ବାଇ: ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ସୋ 'ଝଲକ ଦିଖଲାଜା 10'ରେ ପ୍ରତି ସପ୍ତାହରେ ନଜର ଆସନ୍ତି ବଲିଉଡର ସେଲିବ୍ରିଟି । ଗତ ସପ୍ତାହରେ 'Drishyam 2'ର ଷ୍ଟାର ଅଜୟ ଦେବଗନ ଓ ତବୁଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଏହି ସୋ'ର ଆଗାମୀ ଏପିସୋଡରେ ଦେଖିବା ପାଇଁ ମିଳିବ କୁଲ୍ ଏବଂ ଷ୍ଟାଇଲିଷ୍ଟ ଅଭିନେତା ଭିକ୍କି କୌଶଲଙ୍କୁ । ଏବଂ ଷ୍ଟେଜରେ ଦେଖିବା ପାଇଁ ମିଳିବ ଜଜ୍ ତଥା ଅଭିନେତ୍ରୀ ମାଧୁରୀ ଓ ଭିକ୍କିଙ୍କ ସୁନ୍ଦର ଡ୍ୟାନ୍ସ । ଯାହାର ଏକ ଛୋଟ ଝଲକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଧକ୍ ଧକ୍ ଗର୍ଲ ମାଧୁରୀ ନିଜ ଇନଷ୍ଟାଗ୍ରାମରେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି ।
ମାଧୁରୀ ଦୀକ୍ଷିତ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଭିକ୍କି କୌଶଲ 'ମେରୀ ସାମନେ ୱାଲି ଖିଡକି ମେ' ଗୀତରେ ମାଧୁରୀତଙ୍କ ସହ ଝଲକ ମଞ୍ଚରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତାଙ୍କର ଏହି ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ କିଛି ମିନିଟ ମଧ୍ୟରେ ହିଁ ଭାଇରାଲ ହୋଇଛି । ପ୍ରଶଂସକମାନେ ଏହି ଯୋଡିର କେମେଷ୍ଟ୍ରିକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ଭିଡିଓ ସେୟାର କରି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ କ୍ୟାପସନରେ ଲେଖିଛନ୍ତି, 'ଜଣେ ବିଶେଷ ଅତିଥିଙ୍କ ସହ ଖୁବ୍ ମସ୍ତି ଓ ସୁନ୍ଦର ଡ୍ୟାନ୍ସ ଆପଣ ମାନଙ୍କ ପାଇଁ' ଏହି ସପ୍ତାହର ଶେଷ ଏପିସୋଡ ପାଇଁ ଆପଣ କେତେ ଉତ୍ସାହିତ? " ଝଲକ ମଞ୍ଚରେ ଫିଲ୍ମ 'ପଡୋସନ'ର ସୁପରହିଟ ଗୀତରେ ମାଧୁରୀ-ଭିକ୍କିଙ୍କର ଜବରଦସ୍ତ ଡ୍ୟାନ୍ସକୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ପୁରା ଏପିସୋଡ ଦେଖିବା ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ସେହିପରି ଜଣେ ୟୁଜର ଲେଖିଛନ୍ତି - କ୍ୟାଟ୍ରିନା ଏହି ଭିଡିଓ ଦେଖିଲା ପରେ ତୁମର କ'ଣ ହେବ ଭିକ୍କି !
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଭିକ୍କି କୌଶଲ ନିଜ ଆଗାମୀ ଚଳଚ୍ଚିତ୍ର 'ଗୋବିନ୍ଦା ନାମ ମେରା'ର ପ୍ରମୋଶନ ପାଇଁ 'ଝଲକ ଦିଖଲାଜା 10' ସେଟରେ ପହଁଚିଥିଲେ । ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଡିସନି ପ୍ଲସ୍ ହଟଷ୍ଟାରରେ 16 ଡିସେମ୍ବର 2022 ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ କିଆରା ଆଡଭାନୀ ଏବଂ ଭୂମି ପେଡନେକର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଭିକ୍କି କୌଶଲଙ୍କ ବ୍ୟତିତ ସୋ'ରେ କଜୋଲ ମଧ୍ୟ ନଜର ଆସିବେ ।












Click it and Unblock the Notifications