ଜୟୀଙ୍କୁ ମିଳିଲା ବଡ଼ ସମ୍ମାନ, ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ
ଭୁବନେଶ୍ୱର: ଆଜି ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାରଙ୍କୁ ସମ୍ମାନିତ କରାଯାଇଛି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀଙ୍କୁ ମିଳିଛି ଉଚିତ ସମ୍ମାନ । ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀ ଅଭିନେତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଆ ସିନେମାର ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଛି ।
ଜୟୀରାମ ସାମିଲଙ୍କ ବ୍ୟତୀତ ଅନନ୍ତ ମହାପାତ୍ରଙ୍କ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ଶ୍ରୀନିବାସ ମହାପାତ୍ରଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରିଛି ଓଡ଼ିଆ ସିନେ ଜଗତ । ୨୦୨୧ ବର୍ଷ ପାଇଁ ଶ୍ରୀନିବାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ଓଡ଼ିଆ ସିନେମାର ମହାନ କଳାକାରମାନଙ୍କୁ ସମ୍ମାନିତ କରିଛନ୍ତି ।

୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୦ ମସିହାର ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଏବଂ ଡାଲଚିନିକୁ ଶ୍ରେଷ୍ଠ ପୁରସ୍କାର ଭାବରେ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୨୦୨୨ ମସିହାରେ ଦମନ ଶ୍ରେଷ୍ଠ ପୁରସ୍କାର ସମ୍ମାନରେ ପୁରସ୍କୃତ ହୋଇଛି । ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର ସମ୍ମାନିତ କରାଯାଇଛି ।












Click it and Unblock the Notifications