Get Updates
Get notified of breaking news, exclusive insights, and must-see stories!

୧୩ ଦିନରେ ଏତିକି କୋଟିର ବ୍ୟବସାୟ କଲାଣି 'ଜୱାନ୍'

Jawan Box Office Collection Day 13: ଶାହରୁଖ ଖାନଙ୍କ ଫିଲ୍ମ ଯବାନ ବକ୍ସ ଅଫିସରେ ଚହଳ ସୃଷ୍ଚି କରିଛି । ଚଳଚ୍ଚିତ୍ରଟି ପ୍ରଥମ ଦିନରୁ ଫ୍ୟାନ୍ସଙ୍କ ମନ ଜିଣିବାରେ ସଫଳ ହୋଇଛି । କିଙ୍ଗ୍ ଖାନଙ୍କ ସିନେମା 'ଜୱାନ' ପ୍ରତିଦିନ ଅନେକ ରେକର୍ଡ ବ୍ରେକ୍ କରିବାରେ ଲାଗିଛି । ଜୱାନ୍ ସପ୍ତାହ ଆରମ୍ଭରୁ ଏବଂ ସପ୍ତାହ ଶେଷରେ ମଧ୍ୟ ଭଲ ବ୍ୟବସାୟ କରୁଛି । ମାତ୍ର 13 ଦିନ ମଧ୍ୟରେ 500 କୋଟି ଟଙ୍କା କ୍ଲବରେ ସାମିଲ୍ ହୋଇଛି ଏହି ସୁପରହିଟ୍ ଚଳଚ୍ଚିତ୍ର । 13 ଦିନର ରିପୋର୍ଟ ଅନୁସାରେ ଜୱାନ କେବଳ ଭାରତରେ ହିଁ 500 କୋଟିର ବ୍ୟବସାୟ କରିବାରେ ସଫଳ ହୋଇଛି ।

'ଜୱାନରେ' ଉଭୟ ଶାହାରୁଖ ଖାନଙ୍କ ଅଭିନୟ ଏବଂ ରୋମାନ୍ସ ଅତୁଳନୀୟ । ଏଥର ମଧ୍ୟ କିଙ୍ଗ୍ ଖାନ ତାଙ୍କ ଅଭିନୟ ଜରିଆରେ ଫ୍ୟାନ୍ସଙ୍କୁ ନିଜ ଦିୱାନା ବନାଇବାରେ ସଫଳ ହୋଇଛନ୍ତି । ଅଭିନେତା ସିନେମାରେ ପିତା ବିକ୍ରମ ରାଠୋର ଏବଂ ପୁଅ ଆଜାଦଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି । ଶାହାରୁଖ ଉଭୟ ଲୁକରେ ସିନେପ୍ରେମୀଙ୍କୁ କରୁଛନ୍ତି ମତୁଆଲା । ବିଶେଷ କଥା ହେଉଛି ଏହି ଫିଲ୍ମରେ ଶାହାରୁଖଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି ।

Jawan Box Office Collection Day 13

'ଜୱାନ' 500 କୋଟି ଟଙ୍କାର କ୍ଲବରେ ସାମିଲ ହୋଇସାରିଛି । ଜୱାନ୍ ଦ୍ୱାଦଶ ଦିନରେ 15.75 କୋଟି ଟଙ୍କାର ବ୍ୟବସାୟ କରିଛି । ବର୍ତ୍ତମାନ ପ୍ରାରମ୍ଭିକ ଧାରା ଅନୁଯାୟୀ ଜୱାନ୍ 13 କୋଟି ଟଙ୍କା ସଂଗ୍ରହ କରିଛନ୍ତି, ଯାହା ପରେ ମୋଟ ଆୟ 506.38 କୋଟିରେ ପହଞ୍ଚିଛି । ଏହି ଚଳଚ୍ଚିତ୍ରଟି ଗଣେଶ ପୂଜା ଅବସରରେ ଭଲ ଆୟ କରିବ ବୋଲି ଆଶା କରାଯାଉଛି । ସେହିପରି ଆଗକୁ ଛୁଟି ଥିବାର ଏହାର ଭଲ ଫାଇଦା ସିନେମା ଉପରେ ପଡିବ ବୋଲି ମେକର୍ସ ଆଶା ରହିଖିଛନ୍ତି ।

Worldwide ସ୍ତରରେ ଜୱାନର ଆୟ ବିଷୟରେ ଆଲୋଚନା କଲେ ଏହି ସିନେମାଟି ଖୁବ୍ ଶୀଘ୍ର 1000କୋଟିର ବ୍ୟବସାୟ କରିବା ପାଇଁ ଯାଉଛି । ଏହି ଫିଲ୍ମ ଏପର୍ଯ୍ୟନ୍ତ 800 କୋଟି ଟଙ୍କା ସଂଗ୍ରହ କରିଛି । ଜୱାନରେ ନୟନତାରା, ବିଜୟ ସେତୁପଥୀ, ସାନିଆ ମଲହୋତ୍ରା, ରିଦ୍ଧି ଡୋଗ୍ରା ଏବଂ ପ୍ରିୟାମଣିଙ୍କ ଏବଂ ଶାହାରୁଖ ଖାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳୁଛି । ସେହିପରି ଫିଲ୍ମରେ ଦୀପିକା ପାଦୁକୋଣଙ୍କୁର ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି । ସମାଲୋଚକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଫିଲ୍ମ ବିଷୟରେ ଭଲ ପ୍ରତିକ୍ରିୟା ଦେଉଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+