ଜାଣନ୍ତୁ ପ୍ରଥମ ଦିନରେ କେତେ କୋଟିର ବ୍ୟବସାୟ କଲା ଫିଲ୍ମ 'ଜୱାନ୍'
Jawan Box Office Collection Day 1: ଶାହରୁଖ ଖାନଙ୍କ ଚଳଚ୍ଚିତ୍ର 'ଜୱାନ'ର କ୍ରେଜ୍ ଆଜି ଲୋକଙ୍କ ମଧ୍ୟରେ ଦେଖିବା ପାଇଁ ମିଳୁଛି । ପ୍ରଥମ ଥର ପାଇଁ ବଲିଉଡ ଫିଲ୍ମର କୌଣସି ସୋ'ସକାଳ ୫ଟାରୁ ଆରମ୍ଭ ହୋଇଛି । ସେହିପରି ଥିଏଟରରୁ ବାହାରିବା ପରେ ସମସ୍ତଙ୍କ ମୁହଁରେ କିଙ୍ଗ୍ ଖାନଙ୍କ ଫିଲ୍ମର ପ୍ରଶଂସା ।

ଉଭୟ ସମାଲୋଚକ ଏବଂ ଦର୍ଶକ 'ଜୱାନ' ପ୍ରସଂସା କରୁଛନ୍ତି । ପ୍ରଶଂସକଙ୍କର ପ୍ରତିକ୍ରିୟା ଦେଖି ଏହା ସ୍ପଷ୍ଟ ହେଉଛି ଯେ ଫିଲ୍ମର ଆୟ ମଧ୍ୟ ସେହିପରି ଜବରଦସ୍ତ ରହିବ । ଏହାରି ମଧ୍ୟରେ ଫିଲ୍ମର ପ୍ରଥମ ଦିନର ଆୟ ପ୍ରକାଶ ପାଇଛି । ଏହା ବଲିଉଡର ସବୁଠୁ ଅଧିକ ଓପନିଂ ଡେ'ଫିଲ୍ମ ପାଲଟିଛି । ବ୍ୟବସାୟ ଏବଂ ଆଡଭାନ୍ସ ବୁକିଂ ଦୃଷ୍ଟିରୁ ଚଳିତ ବର୍ଷ ଆରମ୍ଭରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ୍'କୁ ପଛରେ ପକାଇଛି 'ଜୱାନ୍' ।
ରିପୋର୍ଟ ଅନୁସାରେ, ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ୍' ପ୍ରଥମ ଦିନରେ ଭାରତରେ 75 କୋଟିର ବ୍ୟବସାୟ କରିଛି । ଯଦି ଆୟ ଏପରି ରୁହେ ତେବେ ଚଳଚ୍ଚିତ୍ର ସପ୍ତାହ ଶେଷ ସୁଦ୍ଧା 300 କୋଟିର କ୍ଲବର ସାମିଲ ହେବ ଏହି ଫିଲ୍ମ । ଅନ୍ୟପକ୍ଷରେ, Worldwide ଆୟ ଉପରେ ଯଦି ନଜର ପକାଇବା ତେବେ ଏହା ଓପନିଂ ଡେ'ରେ ପ୍ରାୟ ୨୨୦ କୋଟି ଟଙ୍କାର ବ୍ୟବସାୟ କରିଛି ।
ପଠାନ ପ୍ରଥମ ଦିନରେ ୫୭ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଜୱାନ୍ ୭୫ କୋଟିର ବ୍ୟବସାୟ କରିଛି । ଶାହାରୁଖଙ୍କ ଦୁଇଟି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିଛି ଏବଂ ଉଭୟ ପ୍ରଥମ ଦିନରେ ବିପୁଳ ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି । ପଠାନ୍ ଜରିଆରେ ଦୀର୍ଘ ସମୟ ପରେ ଶାହାରୁଖ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିଥିଲେ। 'ପଠାନ'କୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ପ୍ରଶଂସକମାନେ 'ଜୱାନ'କୁ ଏକ ବ୍ଲକବଷ୍ଟର ହିଟ୍ ଫିଲ୍ମ ବୋଲି କହିବା ଆରମ୍ଭ କରିଦେଇଛନ୍ତି ।
ଖାସ କଥା ହେଲା ଦୀପିକା ପାଦୁକୋଣ ଶାହାରୁଖଙ୍କ ସହ 'ପଠାନ'ରେ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିଥିଲେ । ଏହି ଫିଲ୍ମ ଅର୍ଥାତ୍ 'ଜୱାନ'ରେ ମଧ୍ୟ ଏହି ଦୀପିକା ପାଦୁକୋଣ ନଜର ଆସିବେ ।












Click it and Unblock the Notifications