'ଜୱାନ୍' ଭାଙ୍ଗିବ ବଡ଼ ବଡ଼ ଫିଲ୍ମର ରେକର୍ଡ, ରିଲିଜ୍ ପୂର୍ବରୁ କଲାଣି ଏତିକି କୋଟିର ବ୍ୟବସାୟ
Jawan Advance Booking Day 3: ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ' 2023 ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଫିଲ୍ମର ପ୍ରିଭ୍ୟୁ ଏବଂ ଟ୍ରେଲର ରିଲିଜ୍ ପରେ ପ୍ରଶଂସକ ଉତ୍ସାହର ସହ ବର୍ତ୍ତମାନ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫିଲ୍ମକୁ ନେଇ ସବୁଠି ଚହଳ ସୃଷ୍ଟି ହୋଇଛି ।
ଏହାରି ମଧ୍ୟରେ 'ଜୱାନ'ର ଆଡଭାନ୍ସ ବୁକିଂ ମଧ୍ୟ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଯାଇଛି ଏବେ ବେଶ୍ ଦୃତ ଗତିରେ ସେଲ୍ ହେବାରେ ଲାଗିଛି ଫିଲ୍ମର ଟିକେଟ୍ । ତେବେ ଚାଲନ୍ତୁ ଜାଣିବା ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର କେତେ ଆଡଭାନ୍ସ ବୁକିଂ ଶେଷ ହୋଇସାରିଲାଣି ଏବଂ ବର୍ତ୍ତମାନର ଆକଳନ ଅନୁସାରେ ଫିଲ୍ମର ମୋଟ୍ କଲେକ୍ସନ କେତେ । ବଲିଉଡର କିଙ୍ଗ୍ ଖାନଙ୍କ ଫିଲ୍ମ 'ଜୱାନ'ର କ୍ରେଜ ରିଲିଜ ପୂର୍ବରୁ ହିଁ ଦେଖିବା ପାଇଁ ମିଳୁଛି । ଫିଲ୍ମର ବୁକିଂ ଆରମ୍ଭ ହୋଇଯାଇଛି ।

ବିଶେଷକରି ଦିଲ୍ଲୀ ଏବଂ ମୁମ୍ବାଇରେ ଅଧିକ ସଂଖ୍ୟାରେ ଟିକେଟ୍ ବୁକ୍ ହେଉଥିବା ନେଇ ସୂଚନା ରହିଛି । ଉଲ୍ଲେଖନୀୟ କଥା ହେଉଛି, ଦିଲ୍ଲୀରେ 'ଜବାନ୍'ର ପ୍ରାୟ ୨୨ ପ୍ରତିଶତ ଟିକେଟ୍ ବୁକିଂ ଶେଷ ହୋଇସାରିଥିବା ବେଳେ ମୁମ୍ବାଇରେ ୧୮ ପ୍ରତିଶତ ଟିକେଟ୍ ବିକିଂ ହୋଇଥିବା ନେଇ ସୂଚନା ରହିଛି । ଅର୍ଥାତ୍ ଜୱାନ୍ ପାଇଁ ଦିଲ୍ଲୀରେ ବର୍ତ୍ତମାନ 2.5 କୋଟି ଟଙ୍କାର ଟିକେଟ୍ ବୁକ୍ ହୋଇସାରିଲାଣି ସେହିପରି ମୁମ୍ବାଇରେ 1.5 କୋଟି ଟଙ୍କାର ଆଗୁଆ ଟିକେଟ୍ ବୁକ୍ ହୋଇଥିବା ନେଇ ସୂଚନା ରହିଛି । ରିପୋର୍ଟ ଅନୁସାରେ, ଜାୱାନ୍ 2D ହିନ୍ଦୀ ସଂସ୍କରଣ ପାଇଁ 5 ଲକ୍ଷ 29 ହଜାରରୁ ଅଧିକ ଟିକେଟ୍ ଏବଂ ହିନ୍ଦୀ IMAX ପାଇଁ 11 ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି ।
ଏହା ପରେ ତାମିଲ ସଂସ୍କରଣ ପାଇଁ 19 ହଜାର ଟିକେଟ୍ ଏବଂ ତେଲୁଗୁ ସଂସ୍କରଣ ପାଇଁ 16 ହଜାର ଟିକେଟ୍ ବିକ୍ରି ହୋଇଥିବା ନେଇ ସୂଚନା ରହିଛି । ଚଳଚ୍ଚିତ୍ର ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶଙ୍କ ସୂଚନା ଅନୁସାରେ, ଜୱାନ୍ ଆଡଭାନ୍ସ ବୁକିଂ ସ୍ଥିତି - ଗୁରୁବାର ଦିନ ଜାତୀୟ ଚେନରେ ବିକ୍ରି ହୋଇଥିବା ଟିକେଟ୍ ... ସୋମବାର, 10.45 ପୂର୍ବାହ୍ନ PVR + 2 ଲକ୍ଷ 3 ହଜାର ଟିକେଟ୍ INOX ରେ, ସିନେପୋଲିସରେ 43,000 ଟିକେଟ୍, ମୋଟ 2 ଲକ୍ଷ 46 ହଜାର ଟିକେଟ୍ ବିକ୍ରି ହୋଇଛି ।
#Jawan ADVANCE BOOKING STATUS
NOTE: Tickets sold for *Thu* / *Day 1* at NATIONAL CHAINS… Update: Mon, 10.45 am
⭐️ #PVR + #INOX: 203,000
— taran adarsh (@taran_adarsh) September 4, 2023
⭐️ #Cinepolis: 43,000
⭐️ Total: 246,000 tickets sold 🔥🔥🔥#SRK #Nayanthara #VijaySethupathi #DeepikaPadukone #JawanAdvanceBooking
ପ୍ରଥମ ଦିନରେ ଜବାନ୍ କେତେ କୋଟିର କରିବ ବ୍ୟବସାୟ
'ଜୱାନ' ଉଦଘାଟନୀ ଦିନରେ 16 କୋଟି 3 ଲକ୍ଷର ବ୍ୟବସାୟ କରିବା ନେଇ ସ୍ପଷ୍ଟ ହୋଇସାରିଛି । ତେବେ ଫିଲ୍ମ ରିଲିଜ ହେବା ପରେ ଏହି ଆକଳନ ବଦଳିପାରେ ବୋଲି ସୂଚନା ରହିଛି । ବର୍ତ୍ତମାନ 'ଜୱାନ'ର ଲକ୍ଷ୍ୟ ହେଉଛି' ପଠାନ'ର ଓପନିଂ ଡେର ଆୟଠୁ ଅଧିକ ଆୟ କରିବା । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ପଠାନ୍ ପ୍ରଥମ ଦିନ ୫୭ କୋଟିର ବ୍ୟବସାୟ କରିଥିଲା । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ପଠାନ ଭାରତରେ ମୋଟ 543 କୋଟି ଟଙ୍କା ଆୟ କରିଥିଲେ। ଏହା ସହିତ ଏହା ଦେଶର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ପରିଣତ ହୋଇଥିଲା । ଏବେ ଦେଖିବା ବାକି ରହିଲା ଯେ, ଫିଲ୍ମ ଜୱାନର ପ୍ରଥମ ଦିନର ଆୟ କେତେ । ଏହି ଫିଲ୍ମ ସେପ୍ଟେମ୍ବର 7 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହା ତେଲୁଗୁ, ତାମିଲ ଭାଷାରେ ରିଲିଜ୍ ହେବା ନେଇ ସୂଚନା ରହିଛି ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର -
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ












Click it and Unblock the Notifications