Jawan Actress Nayantara: ପ୍ରେମ ପାଇଁ ଧର୍ମ ବଦଳାଇ ଥିଲେ ନୟନତାରା...
Jawan Actress Nayantara: ଶାହାରୁଖ ଖାନଙ୍କ ଫିଲ୍ମ 'ଜୱାନ' ସେପ୍ଟେମ୍ବର 7 ଅର୍ଥାତ୍ ଆଜି ସାରା ବିଶ୍ୱରେ ବଡ଼ ପରଦାରେ ରିଲିଜ୍ ହୋଇଯାଇଛି । ଫିଲ୍ମର ଆଡଭାନ୍ସ ବୁକିଂ ବେଶ୍ ଅଧିକ ହୋଇଥିଲା । ଆଜି ଦେଶର ପ୍ରତ୍ୟେକ ସିନେମା ହଲ ବାହାରେ କିଙ୍ଗ୍ ଖାନଙ୍କ ଫ୍ୟାନ୍ସଙ୍କ ଭିଡ଼ ଦେଖିବା ପାଇଁ ମିଳୁଛି ।
ଏହା ସହ ବର୍ତ୍ତମାନ ଫିଲ୍ମର ସମସ୍ତ ଷ୍ଟାର କାଷ୍ଟ ଅଛନ୍ତି ହେଡଲାଇନରେ । ଏହି ତାଲିକାରେ ସିନେମାର ଷ୍ଟାର ଅଭିନେତ୍ରୀ ନୟନତାରା ମଧ୍ୟ ସାମିଲ ଅଛନ୍ତି । ଅଭିନେତ୍ରୀ ନୟନତାରା ନିଜ ବ୍ୟକ୍ତିଗତ ଜୀବନ ଏବଂ ପ୍ରେମ ଜୀବନକୁ ନେଇ ପୂର୍ବରୁ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ଚାଲନ୍ତୁ ଏହି ଅଭିନେତ୍ରୀଙ୍କ ବିଷୟରେ ଜାଣିବା କିଛି ଅଧିକ କଥା ।

କର୍ଣ୍ଣାଟକ ବାଙ୍ଗାଲୋରରେ ଜନ୍ମିତ ନୟନତାରାଙ୍କୁ ଆଜିର ତାରିଖରେ କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ତାଙ୍କର ପ୍ରକୃତ ନାମ ହେଉଛି ଡାଏନା ମାରିୟାମ୍ କୁରିଏନ୍ ଏବଂ ସେ ଏକ ଖ୍ରୀଷ୍ଟିଆନ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ନୟନତାରା କେବେ ବି ଅଭିନେତ୍ରୀ ହେବା ପାଇଁ ଚାହୁଁନଥିଲେ ।
ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବରେ ନିଜ କ୍ୟାରିୟର ଗଢିବା ପାଇଁ ଚାହୁଁଥିଲେ । ହେଲେ ପରବର୍ତ୍ତି ସମୟପେ ସେ ଜଣେ ମଡେଲ୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଯେଉଁଠାରେ ତାଙ୍କ ଦେଖା Sathyan Anthikad ସହ ହୋଇଥିଲା । ଏହା ପରେ, ସେ କେବଳ ଗୋଟିଏ ଚଳଚ୍ଚିତ୍ର କରିବା ପାଇଁ ରାଜି ହୋଇଥିଲେ ହେଲେ ଏହା ପରେ ବଦଳିଯାଇଥିଲା ନୟନତାରଙ୍କ ଜୀବନ । ସେ ସିନେମା ଜଗତରେ ପାଦ ରଖିବା ପରେ ଆଉ କେବେ ପଛକୁ ବୁଲି ଚାହିଁ ନାହାନ୍ତି । ଆଉ ଆଜିକା ତାରିଖରେ ସେ ଜଣେ ଜଣାସୁଣା ଅଭିନେତ୍ରୀ । ଚଳଚ୍ଚିତ୍ରରେ କାମ କରିବା ପାଇଁ ସେ ତାଙ୍କ ସ୍କ୍ରିନ୍ ନାମକୁ ନୟନତାରା କରିଥିଲେ ।
ନୟନତାରଙ୍କ ଧର୍ମକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥାଏ । ତେବେ ସମସ୍ତେ ଜାଣିବା ପାଇଁ ଚାହାଁନ୍ତି ଯେ ଅଭିନେତ୍ରୀ କ'ଣ ପାଇଁ ହିନ୍ଧୁ ଧର୍ମ ଗ୍ରହଣ କରିଥିଲେ । ତେବେ 2011 ମସିହାରେ ନୟନତାରା ଚେନ୍ନାଇର ଏକ ଆର୍ଯ୍ୟ ସମାଜ ମନ୍ଦିରରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ସେ ବୈଦିକ ଶୁଦ୍ଧ ପ୍ରକ୍ରିୟା 'ଶୁଦ୍ଧ କର୍ମ' ଅନୁସରଣ କରି ଧର୍ମ ଗ୍ରହଣ କରିଥିଲେ। ନୟନତାରା ହିନ୍ଦୁ ଧର୍ମ ଗ୍ରହଣ କରିବାର ପ୍ରମାଣପତ୍ର ମଧ୍ୟ ରହିଛି । ତେବେ ନିଜ ବ୍ୟକ୍ତିଗତ ପସନ୍ଦ ପାଇଁ ସେ ହିନ୍ଧୁ ଧର୍ମ ଗ୍ରହଣ କରିଥିଲେ ବୋଲି କହିଥିଲେ ନୟନତାରା ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନୟନତାରା ପ୍ରେମ ପାଇଁ ନିଜ ଧର୍ମ ପରିବର୍ତ୍ତନ କରିଥିଲେ । ଚର୍ଚ୍ଚା ହୁଏ ଯେ, ନୟନତାରା ଅଭିନେତା ତଥା ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଉଭୟ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ, ହେଲେ ପ୍ରଭୁ ଦେବା ପୂର୍ବରୁ ବିବାହିତ ଥିଲେ । ହେଲେ 2009ରେ ଉଭୟ ଏକାଠି ରହିବା ଆରମ୍ଭ କରିଥିଲେ ।
ଏହା ପରେ ପ୍ରଭୁଦେବାଙ୍କ ପତ୍ନୀ ଲତା ଧମକ ଦେଇଥିଲେ ଯେ, ଯଦି ନୟନତାରା ତାଙ୍କ ସ୍ୱାମୀଙ୍କ ସହ ବିବାହ କରନ୍ତି ତେବେ ସେ ଅନସନ କରିବେ । ଯାହା ପରେ ପ୍ରଭୁଦେବା ଏବଂ ନୟନତାରା 2012ରେ ସବୁଦିନ ପାଇଁ ଅଲଗା ହୋଇଯାଇଥିଲେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପ୍ରଭୁଦେବାଙ୍କ ପାଇଁ ନୟନତାରା ନିଜ ଧର୍ମ ପରିବର୍ତ୍ତନ କରିଥିଲେ ହେଲେ ସେ ତାଙ୍କୁ ବିବାହ କରିପାରିଲେ ନାହିଁ । ଅଭିନେତ୍ରୀ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ମାଲୟାଲୀ ନାସ୍ରାନୀ ପରିବାରରେ ଅର୍ଥାତ୍ ସିରିଆ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications