ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍ , ସରିଛି ଜମି ଚିହ୍ନଟ ପ୍ରକ୍ରିୟା

Bhubaneswar:Jarpada Jail To Be Shifted To New Place Land Allotment Completedସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍ , ସରିଛି ଜମି ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର: ୧୯୬୨ ମସିହାରେ ୧୬ ଏକର ଜମିରେ ଝାରପଡ଼ା ଜେଲ୍ ପ୍ରତିଷ୍ଠାା କରାଯାଇଥିଲା । ସେତେବେଳେ ସେତେବେଳେ ଖୁବ କମ୍ ସଂଖ୍ୟକ ଲୋକେ ଜେଲ୍ ଚାରିପଟେ ବସବାସ କରୁଥିଲେ। କିନ୍ତୁ ରାଜଧାନୀ ବଢ଼ିବା ସହିତ ଝାରପଡ଼ା ଜେଲ୍ ଆଖାପାଖରେ ଜନବସତି ମଧ୍ୟ ବଢ଼ିବାରେ ଲାଗିଛି । ଜେଲ୍‌ର ପାଖରେ ବିଶାଳକାୟ ବସ୍ତି ହଳଦୀପଡ଼ିଆ ମାଡ଼ି ଯାଇଥିଲା। ଏହା ମଧ୍ୟରେ ଜେଲ୍‌କୁ ଲାଗି କରି ସରକାରୀ କାର୍ଯ୍ୟାଳୟ, ସ୍କୁଲ , ଆପାର୍ଟମେଣ୍ଟ ଗଢି ଉଠିଲାଣି । ଝାରପଡ଼ା ଜେଲ୍ ସ୍ୱତନ୍ତ୍ର ଜେଲ୍‌ର ମାନ୍ୟତା ମିଳିବା ପରେ ଏଠି କଏଦୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କଏଦୀଙ୍କୁ କୋର୍ଟରେ ହାଜର କରାଇବାକୁ ନେବା ବେଳେ ଏବଂ କଏଦୀମାନଙ୍କୁ ଦେଖା କରିବାକୁ ସମ୍ପର୍କୀୟମାନେ ଆସୁଥିବା କାରଣରୁ ଜେଲ୍ ଗେଟ ନିକଟରେ ଅହେତୁକ ଟ୍ରାଫିକ୍ ସମସ୍ୟା ସୃଷ୍ଟି ମଧ୍ୟ ଦେଖାଦେଉଛି । ସେହିପରି ଝାରପଡ଼ା ଜେଲ୍‌ରେ ଅନେକ ହାଇପ୍ରୋଫାଇଲ ଅପରାଧୀ, ମାଓବାଦୀ ପ୍ରମୁଖ ଅଛନ୍ତି। ସେମାନଙ୍କ ସାକ୍ଷାତ କରିବାକୁ ଆସିବା ବେଳେ ଜେଲ୍‌ ଆଗରେ ଏକ ଆସାମାଜିକ ପରିବେଶ ସୃଷ୍ଟି ମଧ୍ୟ ହେଉଛି । ଯେଉଁଥି ପାଇଁ ସାଧାରଣ ଲୋକ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

jharpada jail

୨୦୦୯ ନଭେମ୍ବର ମାସରେ ସ୍ଥାନୀୟ ବାସିନ୍ଦା ନିଜକୁ ଅସୁରକ୍ଷିତ ମନେ କରି ଝାରପଡ଼ା ଆଂଚଳିକ ସୁରକ୍ଷା ମଂଚ ଜେଲ୍ ସ୍ଥାନାନ୍ତର ପାଇଁ ଦାବି କରିଥିଲା । ଦାବିପତ୍ରକୁ ପୂର୍ବତନ ଜେଲ୍ ଆଇଜି ଓ ମଧ୍ୟ ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ଏହା ଏକ ଯଥାର୍ଥ ଦାବି ବୋଲି ଜାଣିବା ପରେ ଜେଲ ବିଭାଗ ପକ୍ଷରୁ ଜେଲ୍ ସ୍ଥାନାନ୍ତର ନେଇ ତତ୍ପରତା ଦେଖାଇଥିଲେ ହେଲେ ନୂଆ ଜେଲ୍ ପାଇଁ ଜମି ଚିହ୍ନଟ କାର୍ଯ୍ୟରେ ବିଳମ୍ବ ହେବାରୁ ଏ ପର୍ଯ୍ୟନ୍ତ ଜେଲକୁ ସ୍ଥାନାନ୍ତର କରାଯାଇ ପାରୁ ନାହିଁ । ତେବେ ଖୁହ ଶିଘ୍ର ଜେଲ୍ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି । ଜାମୁଝରୀ ଜେଲ୍ ପଛରେ ଥ‌ିବା ମହାତ୍ମାଗାନ୍ଧୀ ଏକାଡେମୀ ନିକଟରେ ଏକ ବଡ଼ ସ୍ଥାନ ରହିଛି ଯେଉଁଠିକି ଜେଲ୍ ସ୍ଥାନାନ୍ତର ହୋଇପାରେ ବୋଲି ପ୍ରାଥମିତ ନିଷ୍ପତ୍ତି ନିଆ ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+