ଅଭିନେତା ବିଜୟ ଦେବରକୋଣ୍ତା ବିବାହିତ !
ଅଭିନେତା ବିଜୟ ଦେବରକୋଣ୍ତା ବିବାହିତ !
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ତା ବିବାହିତ! ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିନେତାଙ୍କୁ ନେଇ ଏପରି ଏକ ବଡ ଖୁଲାସା କରିଛନ୍ତି ଜାହ୍ନବୀ କପୁର । ଯାହା ପରେ ସୋସିଆଲ ମିଡିଆରେ ବିଜୟଙ୍କୁ ପଚରାଯାଉଛି ଅନେକ ପ୍ରଶ୍ନ । ଅଭିନେତା ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେଇ ନାହଁନ୍ତି ।

ସୂଚନା ଅନୁସାରେ, ଏହି ଇଭେଣ୍ଟରେ ଜାହ୍ନବୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ନିଜ ସ୍ୱୟଂମ୍ବରରେ ସେ କାହାକୁ ଦେଖିବା ପାଇଁ ଚାହୁଁଛନ୍ତି । ଯାହାର ବେଶ୍ ଚକିତା କଲା ପରି ଉତ୍ତର ଦେଇଥିଲେ ଅଭିନେତ୍ରୀ । ଜାହ୍ନବୀ ପ୍ରଥମେ ରଣବୀର କପୁରଙ୍କ ନାଁ ନେଇଥିଲେ । କିନ୍ତୁ ପରେ ସେ ବିବାହିତ ଥିବା ଜାଣି ଟାଇଗର ସ୍ରଫଙ୍କ ନାଁ ନେଇଥିଲେ । ହେଲେ ସେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାଁ କାହିଁକି ନେଲନି ପଚାରିବାରୁ ସେ କହିଥିଲେ ଯେ ବିଜୟ ବିବାହିତ । ଯାହା ପରେ ଜାହ୍ନବୀଙ୍କର ଏହି ସ୍ଟେଟମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ କିଛି ଦିନ ତଳେ ଜାହ୍ନବୀ ସାରା ଅଲି ଖାନ୍ଙ୍କ ସହ କଫି ୱିଥ କରନ୍ ଶୋ'ରେ ଯୋଗ ଦେଇଥିଲେ। ଯେଉଁଠି ସେ ବିଜୟ ଦେବରାକୋଣ୍ଡାଙ୍କୁ ନିଜ କ୍ରସ୍ ବୋଲି କହିଥିଲେ ।












Click it and Unblock the Notifications