ଷ୍ଟାରକିଡ୍ ହେବା ସହଜ ନୁହେଁ, ସ୍କୁଲରେ ନ୍ୟୁଡ୍ ଫଟୋ ହୋଇଥିଲା ଭାଇରାଲ ! ଜାଣନ୍ତୁ କ'ଣ ଘଟିଥିଲା ଜାହ୍ନବୀଙ୍କ ସହ
Janhvi Kapoor Recall Incidents: 2018 ମସିହାରେ ଚଳଚ୍ଚିତ୍ର 'ଧଡକ' ଜରିଆରେ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ଜାହ୍ନବୀ କପୁର । ନିଜ ଉତ୍କୃଷ୍ଟ ଅଭିନୟ ଦ୍ୱାରା ଲୋକଙ୍କ ମନ ଜିଣିବାରେ ସେ ସଫଳ ହୋଇଥିଲେ । ଚଳଚ୍ଚିତ୍ର ସହିତ ନିଜ ଲୁକ୍ ପାଇଁ ପ୍ରାୟତଃ ଲାଇମ ଲାଇଟରେ ରହିଥାନ୍ତି ଜାହ୍ନବୀ । ସର୍ବଦା ଚର୍ଚ୍ଚାରେ ରହୁଥିବା ଜାହ୍ନବୀ କପୁର ନିଜ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଜଣେ ଷ୍ଟାରକିଡଙ୍କ ଛୁଆ ହେବା ସହଜ ନଥିଲା ।

ନିକଟରେ, ଏକ ସାକ୍ଷାତକାରରେ ଜାହ୍ନବୀ କହିଥିଲେ ଯେ, 'କ୍ୟାମେରା ଏବଂ ମିଡିଆ ସବୁବେଳେ ମୋ ଚାରିପାଖରେ ରହି ଆସିଛି । ଏପରିକି ସ୍କୁଲରେ ମଧ୍ୟ ପିଲାମାନେ ମୋତେ ଏବଂ ମୋର ସାନ ଭଉଣୀ ଖୁସି କପୁରଙ୍କୁ କିଛି ନ କହି ଫଟୋ ଉଠାଉଥିଲେ। କେବଳ ଏତିକି ନୁହେଁ, ଥରେ ମୋର ଫଟୋରେ ଫଟୋସପ୍ କରି ଏକ ନ୍ୟୁଡ୍ ଫଟୋରେ ମୋ ମୁହଁ ଯୋଡା ଯାଇଥିଲା । ଏହା ପୁରା ସ୍କୁଲରେ ଭାଇରାଲ ହୋଇଯାଇଥିଲା । ଅଭିନେତ୍ରୀ ଆହୁରି କହିଛନ୍ତି ଯେ, ଏହି ଘଟଣା ପରେ ତାଙ୍କୁ ସମସ୍ତ ଖରାପ ଦୃଷ୍ଟିରେ ଦେଖିବା ଆରମ୍ଭ କରିଦେଇଥିଲେ । ଯାହା ତାଙ୍କ ପାଇଁ ଖୁବ କଷ୍ଟକର ସମୟ ଥିଲା ।
ତେବେ ନିକଟରେ ସେ ବରୁଣ ଧୱନଙ୍କ ସହ ଫିଲ୍ମ 'ବୱାଲ'ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ଏହା ବ୍ୟତୀତ ଅଭିନେତ୍ରୀ 'ମିଲି', 'ଗୁଡଲକ୍ ଜେରୀ', 'ଗୁଞ୍ଜନ ସକ୍ସେନା' ଭଳି ଚଳଚ୍ଚିତ୍ର ମାଧ୍ୟମରେ ନିଜର ଅଭିନୟ ଦକ୍ଷତାକୁ ପ୍ରମାଣ କରିଛନ୍ତି।












Click it and Unblock the Notifications