ଗୋଟିଏ ବ୍ୟକ୍ତିଙ୍କୁ ଡେଟ୍ କରୁଥିଲେ ଜାହ୍ନବୀ ଓ ଖୁସି ! ଅଭିନେତ୍ରୀ କହିଲେ ଏପରି କଥା...
ଗୋଟିଏ ବ୍ୟକ୍ତିଙ୍କୁ ଡେଟ୍ କରୁଥିଲେ ଜାହ୍ନବୀ ଓ ଖୁସି ! ଅଭିନେତ୍ରୀ କହିଲେ ଏପରି କଥା...
ମୁମ୍ବାଇ: ହିନ୍ଦୀ ସିନେମାର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବଂ ଖୁସି କପୁରଙ୍କୁ ବି-ଟାଉନର ସର୍ବୋତ୍ତମ ଭଉଣୀ ଭାବରେ ବିବେଚନା କରାଯାଏ । ଜାହ୍ନବୀ କପୁର ନିଜର ଚମତ୍କାର ଅଭିନୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅନ୍ୟପକ୍ଷରେ ଖୁସୀ ବି ଖୁବ ଶୀଘ୍ର ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଏକ ଖବରକୁ ନେଇ ଚର୍ଚ୍ଚା ଜୋରଧରିଛି । କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜାହ୍ନବୀ ଓ ଖୁସି ଉଭୟ ଗୋଟିଏ ବ୍ୟକ୍ତିଙ୍କୁ ଡେଟ୍କ ରୁଛନ୍ତି । ହେଲେ ଖବରର ସତ୍ୟତା ବିଷୟରେ ଜାହ୍ନବୀ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି । ଏହି ଖବରକୁ ଏକ ଗୁଜବ ବୋଲି କହିଛନ୍ତି ଅଭିନେତ୍ରୀ ।

ଜାହ୍ନବୀଙ୍କ ଆଗାମୀ ଚଳଚ୍ଚିତ୍ର
ଆଗାମୀ ସମୟରେ ଜାହ୍ନବୀ କପୁର ଅନେକ ଫିଲ୍ମରେ ନଜର ଆସିବେ । ଅଭିନେତ୍ରୀଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି 'ମିଲି', ଯାହା ଆସନ୍ତା ମାସ ନଭେମ୍ବର 4 ରେ ପ୍ରେକ୍ଷାଳୟକୁ ଆସିବା ପାଇଁ ଯାଉଛି । ଏହା ପରେ ଜାହ୍ନବୀ ଅଭିନେତା ରାଜକୁମାର ରାଓଙ୍କ ସହ ଫିଲ୍ମ 'ମିଷ୍ଟର ଆଣ୍ତ ମିସେସ୍ ମାହି'ଫିଲ୍ମରେ ନଜର ଆସିବେ ସେହିପରି ଜହ୍ନବୀଙ୍କୁ ବଲିଉଡ ସୁପରଷ୍ଟାର ବରୁଣ ଧୱନଙ୍କ ସହ 'ବୱାଲ' ଫିଲ୍ମରେ ଦେଖିବା ପାଇଁ ମିଳିବ । ଅନ୍ୟପକ୍ଷରେ ଖୁସି କପୁର ନିର୍ଦ୍ଦେଶକ ଜୋୟା ଅଖତରଙ୍କ ଫିଲ୍ମ 'The Archies'ଜରିଆରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ଯାହା ଆସନ୍ତା ବର୍ଷ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।












Click it and Unblock the Notifications