ଏହି ସ୍ଥାନରେ ବିବାହ କରିବେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର
Janhvi Kapoor: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ଆଜିକା ତାରିଖରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଲାଇମଲାଇଟରେ ଅଛନ୍ତି । ଶିଖର ପହଡିଆଙ୍କ ସହ ନିଜ ସମ୍ପର୍କକୁ ନେଇ ଦୀର୍ଘଦିନ ହେବ ସେ ଚର୍ଚ୍ଚାରେ ରହିଛନ୍ତି । ଉଭୟଙ୍କୁ ଅନେକ ପାର୍ଟୀ ଏବଂ ମନ୍ଦିରରେ ଅନେକ ଥର ଏକାଠି ଦେଖିବା ପାଇଁ ମିଳିଥାଏ ।
ନିକଟରେ ଜାହ୍ନବୀ କପୁର ଅଜୟ ଦେବଗନଙ୍କ ଫିଲ୍ମ ମାଇଦାନର ସ୍କ୍ରିନିଂରେ ଯୋଗ ଦେଇଥିଲେ। ଯେଉଁଠି ତାଙ୍କ ବେକରେ ପନ୍ଧିଥିବା ହାର ଉପରେ ସମସ୍ତଙ୍କ ନଜର ରହିଥିଲା ଏବଂ ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । ବାସ୍ତବରେ ଏଖିରେ 'ଶିଖୁ' ଲେଖାଯାଇଥିଲା । ଯାହା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ଅଭିନେତ୍ରୀ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଛନ୍ତି । ଯାହା ପରେ ଅଭିନେତ୍ରୀଙ୍କର ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେଉଛି ଯେଉଁଥିରେ ଅଭିନେତ୍ରୀ ତାଙ୍କ ବିବାହ ଯୋଜନା ବିଷୟରେ କହୁଥିବାର ଦେଖିବା ପାଇଁ ମିଳୁଛି ।

ବାସ୍ତବରେ, ଜାନଭୀ କପୁର 2021 ମସିହାରେ ବ୍ରାଇଡାଲ୍ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ କେଉଁ ପ୍ରକାର ବିବାହ କରିବାକୁ ଚାହୁଁଛନ୍ତି । ଅଭିନେତ୍ରୀ କହିଛନ୍ତି, 'ମୋର ବିବାହ ଯୋଜନା ସବୁବେଳେ ସ୍ପଷ୍ଟ ରହିଛି ଏବଂ ମୁଁ ତିରୁପତିରେ ବିବାହ କରିବାକୁ ଚାହୁଁଛି। ଯାହା ଖୁବ୍ ଭଲ ମଧ୍ୟ ।
ଜହ୍ନବୀ କପୁର ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ବିବାହରେ କି ପ୍ରକାର ଲୁକ୍ ନେବା ପାଇଁ ଚାହୁଁଛନ୍ତି । ସେ କହିଛନ୍ତି, ମୁଁ ବିବାହରେ ଏକ ସୁନା ଜରୀ କଞ୍ଜୀବରାମ ଶାଢୀ ପିନ୍ଧିଥି ଏବଂ ମୁଣ୍ତରେ ଢେର୍ ସାରା ଗଜରା ଲଲାଗଇବି । ସେହିପରି ମୋ ସ୍ୱାମୀ ଲୁଙ୍ଗି ପିନ୍ଧିବେ । ସେହିପରି ସମସ୍ତେ ବିବାହରେ କଦଳୀ ପତ୍ରରେ ଖାଦ୍ୟ ଖାଇବେ ।
ସେ ଆହୁରି କହିଛନ୍ତି, ମୁଁ ପ୍ରାୟତଃ ତିରୁପତି ମନ୍ଦିର ଯାଏ, ମୋତେ ସେଠି ଖୁବ୍ ଭଲ ଲାଗେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଜାହ୍ନବୀ ଏବଂ ଶିଖର ପାହାଡିଆ ପିଲାଦିନର ବନ୍ଧୁ । ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ ତେବେ ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି ।












Click it and Unblock the Notifications