Get Updates
Get notified of breaking news, exclusive insights, and must-see stories!

Janhvi Kapoor Film Mili: କ'ଣ ପାଇଁ ଫୋନ୍ ରେ କାନ୍ଦିଲେ ବୋନି କପୁର, ଜାହ୍ନବୀ କଲେ ଖୁଲାସା...

Janhvi Kapoor Film Mili: କ'ଣ ପାଇଁ ଫୋନ୍ କାନ୍ଦିଲେ ବୋନି କପୁର, ଜାହ୍ନବୀ କଲେ ଖୁଲାସା...

ମୁମ୍ବାଇ: ଜାହ୍ନବୀ କପୁରଙ୍କ ଚର୍ଚ୍ଚିତ ଫିଲ୍ମ 'ମିଲି' । ଏହି ସିନେମାକୁ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଫିଲ୍ମଟି ବକ୍ସ ଅଫିସରେ ଆଶା କରାଯାଉଥିବା ପରି ରୋଜଗାର କରିନାହିଁ ସତ ହେଲେ ଅଭିନେତ୍ରୀ ଜହ୍ନବୀଙ୍କ ଦମଦାର ଅଭିନୟ ଏବେ ଚହଳ ସୃଷ୍ଟି କରିଛି । ତେବେ ଏହି ଫିଲ୍ମ ୩ ଦିନ ମଧ୍ୟରେ ବକ୍ସ ଅଫିସରେ ୧.୩ ରୁ ୧.୫ କୋଟି ଟଙ୍କା ରୋଜଗାର କରିଛି । ତେବେ ମିଲିର ପ୍ରମୋସନ୍ ସମୟରେ ଅଭିନେତ୍ରୀ ଚଳଚ୍ଚିତ୍ର ସୁଟିଂଠୁ ଆରମ୍ଭ କରି ରିଲିଜ୍ ପର୍ଯ୍ୟନ୍ତର ଅନେକ ଛଟୋ କଥା ଦର୍ଶକଙ୍କ ସହ ସେୟାର କରିଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ପ୍ରଥମେ ଅଭିନେତ୍ରୀ ବାପାଙ୍କର ଏହି ଫିଲ୍ମରେ କାମ କରିବା ପାଇଁ ଚାହୁଁ ନଥିଲେ । ହେଲେ ପରବର୍ତ୍ତି ସମୟରେ ପିତା ବୋନି କପୁରଙ୍କ ଆଖିରେ ଲୁହ ଦେଖି ନିଜକୁ ଆଉ ଅଟକାଇ ପାରି ନଥିଲେ ଜାହ୍ନବୀ ଶେଷରେ ଏହି ଚଳଚ୍ଚିତ୍ର କରିବା ପାଇଁ ରାଜି ହୋଇଯାଇଥିଲେ ।

Mili Movie

'ମିଲି' ପାଇଁ ନଥିଲେ ପ୍ରସ୍ତୁତ

ବଲିଉଡ ବବଲକୁ ଦେଇଥିବା ଏକ ସାକ୍ଷାତକାରରେ ଜହ୍ନବୀ କହିଥିଲେ ଯେ ସେ ଆଉ ଏକ ରିମେକ୍ ଫିଲ୍ମର ଅଂଶ ହେବା ପାଇଁ ଚାହୁଁ ନଥିଲେ । ତାଙ୍କର ଏହି ନିଷ୍ପତ୍ତିକୁ ନେଇ ସେ ଖୁବ୍ ଚିନ୍ତାରେ ଥିଲେ । ସେ ତାଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ସହ ମଧ୍ୟ ଏହି ବିଷୟରେ ଆଲୋଚନା କରିଥିଲେ । ଅଭିନେତ୍ରୀ ପିତାଙ୍କୁ ଏହି ରିମେକ୍ ଫିଲ୍ମ ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ଜହ୍ନବୀ କହିଥିଲେ ସେ ମାନସିକ ସ୍ତରରେ ଶାନ୍ତ ରିହିବା ପାଇଁ ଚିଲ୍ କରିବା ପାଇଁ ଚାହୁଁଛନ୍ତି । ଯାହା ଶୁଣିବା ପରେ ପିତା ବୋନି କପୁର କହିଥିଲେ, 'ହଁ , ତୁମେ ଚିଲ୍ କରିବ । କାରଣ ଏହି ଚଳଚ୍ଚିତ୍ରଟି ଫ୍ରିଜରେ ଶୁଟିଂ ହେବା ପାଇଁ ଯାଉଛି ।

ଫୋନରେ କାନ୍ଦିଲେ ବୋନି କପୁର

ଜାହ୍ନବୀ ଆହୁରି ମଧ୍ୟ କହିଛନ୍ତି ଯେ ବୋନି କପୁର 'ମିଲି'କୁ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ । ସେ କହିଥିଲେ ଯେ ତୁମେ ଏହି ଫିଲ୍ମ ନଲେ ମଧ୍ୟ ମୁଁ ଏହାକୁ ତିଆରି କରିବି । ଏହା କହି ସେ କାନ୍ଦିବା ଆରମ୍ଭ କରିଥିଲେ । କାରଣ ଏହି ଫିଲ୍ମଟି ଏକ ବାପା-ଝିଅର କାହାଣୀ ତେବେ ଏହି ଫିଲ୍ମ ଶୁଟିଂ ବେଳେ ଅଭିନେତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥିଲା ।

'ମିଲି' ହେଉଛି ମାଲାୟାଲମ୍ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହି ଚଳଚ୍ଚିତ୍ରଟି ୨୦୧୯ ରେ ମୁକ୍ତିଲାଭ କରିଥିବା ମାଲାୟାଲମ୍ ଫିଲ୍ମ 'ହେଲେନ'ର ଅଫିସିଆଲ୍ ରିମେକ୍ ଅଟେ । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ମଥୁକୁଟର ଜୁବେର୍ ଦେଇଛନ୍ତି । ଏହି ଫିଲ୍ମରେ ଜାହ୍ନବୀ କପୁରଙ୍କ ଅଭିନୟ ବେଶ୍ ପ୍ରଶଂସା ସାଉଁଟୁଛି । ସିନେମାରେ ସନି କୌଶଲ ମଧ୍ୟ ତାଙ୍କ ସହ ନଜର ଆସୁଛନ୍ତି । ତେବେ ଅତିକମରେ ୬ କୋଟିରୁ ଅଧିକ ଆୟ କରିବା ପରେ ହିଁ ଫିଲ୍ମଟି ହିଟ୍ ଲିଷ୍ଟରେ ସାମିଲ୍ ହୋଇ ପାରିବ । ଆଗାମୀ ଦିନର ଆୟ ହିଁ କହିବ ଜାହ୍ନବୀଙ୍କ ସଫଳତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+