ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଜହ୍ନବୀ କପୁର
Janhvi Kapoor Hospitalised: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ନିଜ ଆଗାମୀ ଚଳଚ୍ଚିତ୍ରକୁ ନେଇ ଲାଇମଲାଇଟରେ ରହିଛନ୍ତି । ଅଭିନେତ୍ରୀ କ୍ରମାଗତ ଭାବରେ ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ହେଲେ ବର୍ତ୍ତମାନ ଖବର ରହିଛି ଯେ, ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି । ଯେଉଁଥିପାଇଁ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଜହ୍ନବୀ କପୁର ଦକ୍ଷିଣ ମୁମ୍ବାଇର HN ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ଲଗାତାର କାମ କରିବାରୁ ଅଭିନେତ୍ରୀ କ୍ରମାଗତ ଭାବରେ ଅସୁସ୍ଥ ଅନୁଭବ କରୁଥିଲେ। ଜାହ୍ନବୀ କପୁରଙ୍କ ନିକଟ ସୂତ୍ରରୁ ଜଣାଯାଇଛି ଯେ, ଫୁଡପଏଜନ୍ କାରଣରୁ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜୁଲାଇ 17 ରେ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା ।
ଏହା ପରେ ସେ ତାଙ୍କର ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖି ତାଙ୍କୁ ଘରେ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଥିଲା କିନ୍ତୁ ଅବସ୍ଥା ବିଗିଡିବାରୁ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ଦିନ ଜାହ୍ନବୀ କପୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା।
ବର୍ତ୍ତମାନ ଡାକ୍ତରମାନେ ତାଙ୍କର ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ଭଲ ଥିବା ନେଇ ସୂଚନା ରହିଛି । ଜୁଲାଇ 19 ରେ ଜାହ୍ନବୀ ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି । କିନ୍ତୁ ଯଦି ତାଙ୍କ ସ୍ୱାସ୍ଥ୍ୟ ସମ୍ପୁର୍ଣ୍ଣ ଭଲ ନ ହୁଏ ତେବେ ଅଭିନେତ୍ରୀଙ୍କୁ କିଛି ଦିନ ଡାକ୍ତରଖାନାରେ ରଖାଯିବ ।












Click it and Unblock the Notifications