ପୁଣି ମାଡ୍ରାସ ହାଇକୋର୍ଟଙ୍କ ବିଚାରାଧୀନ ରହିଲା ବିଜୟଙ୍କ ଅଭିନୀତ ‘ଜନ ନାୟଗନ' ଚଳଚ୍ଚିତ୍ର

ତାମିଲ ଅଭିନେତା ବିଜୟଙ୍କ ଅଭିନୀତ 'ଜନ ନାୟଗନ' ଚଳଚ୍ଚିତ୍ର ରିଲିଜ ମାମଲା ପୁଣି ମାଡ୍ରାସ ହାଇକୋର୍ଟଙ୍କ ବିଚାରାଧୀନ ରହିଲା। ଗୁରୁବାର ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ସେନ୍ସର ବୋର୍ଡ଼ ସାର୍ଟିଫିକେଟ ପାଇବାକୁ ଫିଲ୍ମ ନିର୍ମାତାଙ୍କୁ ମାଡ୍ରାସ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କେଭିଏନ ପ୍ରଡକ୍ସନର 'ଜନ ନାୟାଗନ'କୁ ସ୍ଥଗିତ ରଖିବା ସମ୍ପର୍କରେ ସିବିଏଫସି (ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍) ଅନୁମତି ପାଇବା ପାଇଁ ଆବେଦନକୁ ଖାରଜ କରିଦେଇଛନ୍ତି।

ସେନ୍ସର ବୋର୍ଡ଼ ସାର୍ଟିଫିକେଟ୍ ମିଳି ନଥିବାରୁ ଜାନୁଆରି ୯ ତାରିଖରୁ ବିଜୟଙ୍କ ଫିଲ୍ମ ରିଲିଜକୁ ସ୍ଥଗିତ ରହିଛି। ସୁପ୍ରିମକୋର୍ଟ ତାଙ୍କ ରାୟରେ ଆବେଦନକାରୀଙ୍କୁ ସେମାନଙ୍କ ଯୁକ୍ତି ମାଡ୍ରାସ ହାଇକୋର୍ଟ ଡିଭିଜନ ବେଞ୍ଚଙ୍କ ଆଗରେ ରଖିବାକୁ କହିଛନ୍ତି। ମାଡ୍ରାସ ହାଇକୋର୍ଟ ଏହାପୂର୍ବରୁ ନିର୍ମାତାଙ୍କୁ ମିଥ୍ୟା ଜରୁରୀ ଦେଖାଇବାକୁ ନେଇ ତୀବ୍ର ସମାଲେଚନା କରିଥିଲେ। ଏହାସହିତ ମାମଲାର ସମ୍ପୂର୍ଣ୍ଣ ଶୁଣାଣି ନହେବା ପର୍ଯ୍ୟନ୍ତ ସାର୍ଟିଫିକେଟ୍ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

hc
ତେବେ ସୁପ୍ରିମକୋର୍ଟ ଜାନୁଆରି ୨୦ ତାରିଖରେ ଆବେଦନର ନିଷ୍ପତ୍ତି ନେବାକୁ ଚେଷ୍ଟା କରିବାକୁ ମାଡ୍ରାସ ହାଇକୋର୍ଟଙ୍କୁ କହିଛନ୍ତି। ନିଜର ସ୍ଥିତି ସ୍ପଷ୍ଟ କରି ସର୍ବୋଚ୍ଚ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ। କେଭିଏନ ପ୍ରଡକସନ୍ ପାଇଁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟରେ ପକ୍ଷ ରଖି କହିଥିଲେ ଫିଲ୍ମ ରିଲିଜରେ ବିଳମ୍ବ ଯୋଗୁଁ ନିର୍ମାତା ସବୁକିଛି ହରାଇଛନ୍ତି ଏବଂ କ୍ଷତିଗ୍ରସ୍ତ ହୋଇଛନ୍ତି। ସିବିଏଫସିକୁ ସାର୍ଟିଫିକେଟ ପ୍ରଦାନ ପାଇଁ କାହିଁକି ଯଥେଷ୍ଟ ସମୟ ଦେଇନଥିଲେ ବୋଲି କୋର୍ଟ ନିର୍ମାତାଙ୍କୁ ପ୍ରଶ୍ନ କରିଥିଲେ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+