ଭୟରେ ରଣବୀରଙ୍କୁ ଚାପୁଡ଼ା ମାରିଲେ ଜ୍ୟାକଲିନ୍
ଭୟରେ ରଣବୀରଙ୍କୁ ଚାପୁଡ଼ା ମାରିଲେ ଜ୍ୟାକଲିନ୍
ମୁମ୍ବାଇ: ରଣଭୀର ସିଂଙ୍କ ଅଭିନୀତ 'ସର୍କସ' 23 ଡିସେମ୍ବର ଅର୍ଥାତ୍ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ରଣଭୀର ସିଂଙ୍କ ବ୍ୟତୀତ ଏହି କମେଡି-ଡ୍ରାମା ଚଳଚ୍ଚିତ୍ରରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ପୂଜା ହେଗଡେ ଏବଂ ବରୁଣ ଶର୍ମାଙ୍କ ସମେତ ଅନେକ ଷ୍ଟାରଙ୍କୁ ଏକାଠି ଏହି ଫିଲ୍ମରେ ଦେଖିବା ପାଇଁ ମିଳିଛି । ତେବେ ଏହି ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ସେ 'ସର୍କସ'ର ସୁଟିଂର ପ୍ରଥମ ଦିନରେ ଖୁବ୍ ନର୍ଭସ ଥିଲେ ଏବଂ ଅଭିନେତା ରଣଭୀର ସିଂ ଏବଂ ବରୁଣ ଶର୍ମାଙ୍କୁ ଚାପୁଡ଼ା ମାରିଥିଲେ ।

ଜ୍ୟାକଲିନ କାହିଁକି ରଣଭୀର ସିଂଙ୍କୁ ଚାପୁଡ଼ା ମାରିଥିଲେ?
ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁସାରେ ଜ୍ୟାକଲିନ୍ ଖୁବ ଭୟବିତ ଖିଲେ । ଯେଉଁଥି ପାଇଁ ସେ ନିଜ କୋଷ୍ଟାର ବରୁଣ ଏବଂ ରଣବୀରଙ୍କୁ ଚାପୁଡ଼ା ମାରିଥିଲେ । ଅଭିନୟ କରିବା ବଦଳରେ ସେ ରଣବୀରଙ୍କୁ ସତେରେ ଚାପୁଡ଼ା ମାରି ବସିଥିଲେ । ଜ୍ୟାକଲିନଙ୍କର କଥାକୁ ଉଭୟ ଷ୍ଟାର ମଧ୍ୟ ସ୍ୱିକାର କରିଥିଲେ । ଏପରିକି ରଣବୀରଙ୍କୁ ବରଫର ଆବଶ୍ୟକତା ପଡିଥିଲା ।
'ସର୍କସ'ରେ ଦର୍ଶକ ୧୯୬୦ ଦଶକରେ ଦୃଶ୍ୟ ଦେଖିବା ପାଇଁ ପାଇବେ । ଏହି ଫିଲ୍ମରେ ରଣଭୀରଙ୍କୁ ଦୁଇଟି ଦ୍ୱିଗୁଣ ଭୂମିକାରେ ଦେଖିବା ପାଇଁ ମିଳୁଛି । ଏପରିକି ବରୁଣ ଶର୍ମାଙ୍କ ମଧ୍ୟ ଡବଲ୍ ରୋଲରେ ଦେଖିବାର ମୌକା ପାଇବେ ଦର୍ଶକ ।












Click it and Unblock the Notifications