ସୁକେଶଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ଜ୍ୟାକନିଲ୍, ସଲମାନ ଦେଇଥିଲେ ଚେତାବନୀ
ସୁକେଶଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ଜ୍ୟାକନିଲ୍, ସଲମାନ ଦେଇଥିଲେ ଚେତାବନୀ
ମହାଠକ ସୁକେଶ-ଜ୍ୟାକଲିନ୍ ବିବାଦ: ସୁକେଶଙ୍କ ପାଇଁ ଦିନକୁ ଦିନ ଜ୍ୟାକଲିନଙ୍କ ଚିନ୍ତା ବଢିବାରେ ଲାଗିଲାଣି । ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବିବାଦରେ ରହିଛନ୍ତି ଅଭିନେତ୍ରୀ ଜ୍ୟାକଲିନ୍ । ପ୍ରାୟ ପ୍ରତିଦିନ ଏଇ ମାମଲାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ତିଜ ମହାଠକ ସୁକେଶ ସହ ବିବାହ କରିବା ପାଇଁ ଚାହୁଁଥିଲେ ।

ଅର୍ଥନୈତିକ ଅପରାଧ ଶାଖାର ସ୍ୱତନ୍ତ୍ର ପୋଲିସଙ୍କ ସୂଚନା ଅନୁସାରେ ସୁକେଶଙ୍କ ଅପରାଧ ବିଷୟରେ ଜାଣିବା ପରେ ମଧ୍ୟ ତାଙ୍କ ସହ ସମ୍ପର୍କରେ ଥିଲେ ଜ୍ୟାକଲିନ୍ । ସେହିପରି ନୋରା ଫତେହି କିନ୍ତୁ ସୁକେଶଙ୍କ ସତ୍ୟତା ଜାଣିବାପରେ ତାଙ୍କଠୁ ଦୂରେଇଯାଇଥିଲେ । ତେବେ ଜ୍ୟାକଲିନ-ସୁକେଶଙ୍କ ସହ ନିଜ ସମ୍ପର୍କ ବିଷୟରେ ଅକ୍ଷୟ କୁମାର ଓ ସଲମାନଙ୍କୁ କହିଥିଲେ ହେଲେ ଉଭୟ ଅଭିନେତ୍ରୀଙ୍କୁ ବିରୋଧ କରି ସୁକେଶଙ୍କୁ ନେଇ ଚେତାବନୀ ଦେଇଥିଲେ ।
ସୁକେଶ ଜ୍ୟାକଲିନଙ୍କୁ ଅନେକ ମହଙ୍ଗା ଉପହାର ଦେଇଛନ୍ତି । ଯାହା ପରେ ଇଡି ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ସୁକେଶ ସୁକେଶ ଚନ୍ଦ୍ରଶେଖର ପିଙ୍କି ଇରାନୀଙ୍କ ସାହାଯ୍ୟରେ ଜ୍ୟାକଲିନଙ୍କୁ ଉପହାର ଦେଉଥିଲେ ଏହି ମାମଲା ନେଇ ପିଙ୍କି ଇରାନୀଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି ।












Click it and Unblock the Notifications