ଆଜି ପୁଣି ଜ୍ୟାକଲିନଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ

ଆଜି ପୁଣି ଜ୍ୟାକଲିନଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ତିଜଙ୍କ ପିଛା ଛାଡୁନାହିଁ ବିବାଦ । ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବିବାଦରେ ରହିଛନ୍ତି ଅଭିନେତ୍ରୀ ଜ୍ୟାକଲିନ୍ । ପ୍ରାୟ ପ୍ରତିଦିନ ଏଇ ମାମଲାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ଆଜି ସକାଳ ୧୧ ଟାରେ ପୁଣି ଜ୍ୟାକଲିନଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ । ଆଜି ଅଭିନେତ୍ରୀଙ୍କ ସହ ତାଙ୍କ ଫ୍ୟାସନ ଡିଜାଇନରଙ୍କୁ ମଧ୍ୟ ପଚରାଉଚରା କରାଯିବ ।

Jacqueline Fernandez

ଏହି ମାମଲାରେ ବୁଧବାର ଅର୍ଥାତ୍ ୧୪ ସେପ୍ଟେମ୍ବରରେ ଅଭିନେତ୍ରୀ EOW ସମ୍ମୁଖରେ ହାଜର ହୋଇଥିଲେ । ତାଙ୍କ ସହ ପିଙ୍କି ଇରାନି ମଧ୍ୟ EOW ଅଫିସରେ ପହଁଚିଥିଲେ । ସୁକେଶ ଚନ୍ଦ୍ରଶେଖର ପିଙ୍କି ଇରାନୀଙ୍କ ସାହାଯ୍ୟରେ ଜ୍ୟାକଲିନଙ୍କୁ ଉପହାର ଦେଉଥିଲେ ଏହି ମାମଲା ନେଇ ପିଙ୍କି ଇରାନୀଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି । ଅଭିନେତ୍ରୀ ନୋରା ଫତେହିଙ୍କୁ ମଧ୍ୟ ଇଡି ପକ୍ଷରୁ ୬ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ।

ଇଡି ପକ୍ଷରୁ ଜ୍ୟାକଲିନଙ୍କ ବିରୋଧରେ ହୋଇଥିବା ଚାର୍ଜସିଟ୍ ଅନୁସାରେ, ଅଭିନେତ୍ରୀଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ସହ ଶ୍ରୀଲଙ୍କାରେ ମଧ୍ୟ ଏକ ବିଳାସପୂର୍ଣ୍ଣ ବଙ୍ଗଳା ଦେଇଥିଲେ । ପୂର୍ବରୁ ବେଆଇନ୍ ଅର୍ଥ ଚାଲାଣ ଆଇନ୍ ଅନୁସାରେ ଜ୍ୟାକଲିନଙ୍କର ପ୍ରାୟ ୭ କୋଟି ସମ୍ପତ୍ତି ଆଟାଚ୍ କରିଥିଲା ଇଡି । ଏହି ମାମଲାରେ ପୂର୍ବରୁ ପୋଲିସ ସୁକେଶଙ୍କ ପତ୍ନୀ ମାରିଆ ପଲଙ୍କ ସମେତ ଆଠ ଜଣଙ୍କୁ ଗିରଫ କରିସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+