ବିନା ଅନୁମତିରେ ଭାରତ ଛାଡି ପାରିବେନି ଜ୍ୟାକଲିନ୍ !

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ତିନି ଜଣ ଅଭିଯୁଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । ଏଥିସହିତ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଓକିଲ କୋର୍ଟରେ ତାଙ୍କ ପାସପୋର୍ଟ ଦାଖଲ କରିଛନ୍ତି ।
ଜ୍ୟାକଲିନଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ସେ ବିଦେଶ ଭ୍ରମଣରୁ ଫେରିଛନ୍ତି ଏବଂ କୋର୍ଟରେ ତାଙ୍କ ପାସପୋର୍ଟ ଦାଖଲ କରୁଛନ୍ତି । ସେହିପରି ଆଇନର ବ୍ୟବସ୍ଥାକୁ ଗମ୍ଭୀରତାର ସହ ନେବାକୁ ପଟିଆଲା ହାଉସ କୋର୍ଟ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇନ୍ତି ।
ସୂଚନାଥାଉ କି, ୨୦୦ କୋଟି ଠକେଇ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରକୁ ମଧ୍ୟ ଆଜି ପଟିଆଲା ହାଉସ କୋର୍ଟରେ ହାଜର କରା ଯାଇଥିଲା । ନିଜ ଜନ୍ମଦିନରେ ଜେଲକୁ ୫ କୋଟି ୧୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ପ୍ରସ୍ତାବ ଦେଇଛି। ସୁକେଶ କହିଛି ଯେ, 'ଏହା ମୋ ପକ୍ଷରୁ ଏକ ଛୋଟ ଉପହାର, ମୁଁ ଜଣେ ଭଲ ବ୍ୟକ୍ତି ହେବାକୁ ଚେଷ୍ଟା କରୁଛି ।'
ଏଥି ସହିତ, ମାମଲାର ଶୁଣାଣି ସମୟରେ ଅନେକ ଅଭିଯୁକ୍ତଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସେମାନେ ଏପର୍ଯ୍ୟନ୍ତ FSL ରିପୋର୍ଟ ପାଇ ନାହାଁନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ FSL ରିପୋର୍ଟ ଦାଖଲ କରିବାକୁ କୋର୍ଟ ଇଡିଙ୍କୁ କହିଛନ୍ତି । ଯଦି ପରବର୍ତ୍ତୀ ଶୁଣାଣିରେ FSL ରିପୋର୍ଟ ନ ଆସେ ତେବେ ତାଙ୍କର ଉଚ୍ଛସ୍ତ ଅଧିକାରୀଙ୍କୁ ସିଧା ପ୍ରଶ୍ନ କରାଯିବ ବୋଲି କୋର୍ଟ କଡ଼ା ସ୍ୱରରେ କହିଛନ୍ତି । ଆସନ୍ତା ଏପ୍ରିଲ ୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।












Click it and Unblock the Notifications