ଅଭିନେତ୍ରୀ ଜ୍ୟାକଲିନଙ୍କୁ ଜେଲରୁ ମିଳୁଛି ଧମକ, ମାଗିଲେ ସାହାଯ୍ୟ
Jacqueline Fernandez On Sukesh Chandrashekhar: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି । ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ କୋର୍ଟର ଚକ୍କର କାଟିବା ପାଇ ପଡିଥିଲା ।
ଜ୍ୟାକଲିନ ସୁକେଶଙ୍କ ସହ କୌଣସି ପ୍ରକାରର ସମ୍ପର୍କ ରଖିବାକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରିଛନ୍ତି, ହେଲେ ସୁକେଶ ଅଭିନେତ୍ରୀଙ୍କୁ ଅନେକ ଥର ଚିଠି ଲେଖିଥିବା ନେଇ ଖବର ପ୍ରକାଶ ପାଇଛି । କୁହାଯାଉଛି ଯେ ଅଭିନେତ୍ରୀ ବର୍ତ୍ତମାନ ଏହି ପ୍ରସଙ୍ଗରେ ଦିଲ୍ଲୀ କମିଶନରଙ୍କ ଦ୍ୱାରସ୍ତ ହୋଇଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କୁ ଏକ ଚିଠି ଲେଖିଛନ୍ତି। ଜ୍ୟାକଲିନ ଲେଖିଛନ୍ତି ଯେ, ସେ ମାନସିକ ଚାପରେ ରହିବା ସହ ତାଙ୍କୁ ଟାର୍ଗେଟରେ ଧମକ ମିଳୁଛି । ତେବେ ଏହି ଘଟଣାରେ ଶୀଘ୍ର ହସ୍ତକ୍ଷେପ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିବେଦନ କରିଛନ୍ତି ଜ୍ୟାକଲିନ୍ । ତାଙ୍କ ଚିଠିକୁ ଗୁରୁତ୍ୱପୂର୍ଣ୍ଣ ସହ ନେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି ।
ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ (MCOCA) ଅଧୀନରେ ଥିବା ଏକ ମାମଲାରେ ସାକ୍ଷୀ ଭାବରେ ତାଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସେ ଏକ FIR ପଞ୍ଜିକରଣ କରିବାକୁ ନିବେଦନ କରିଛନ୍ତି । ଏହାପୂର୍ବରୁ, ଡିସେମ୍ବରରେ ଅଭିନେତ୍ରୀ ସୁକେଶଙ୍କ ନାମରେ ତାଙ୍କ ଚିଠି, ବାର୍ତ୍ତା ଏବଂ ବିବୃତ୍ତି ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଦାବି କରି କୋର୍ଟରେ ପହଞ୍ଚିଥିଲେ। ଜ୍ୟାକଲିନ ଅଭିଯୋଗ କରିଛନ୍ତି ଯେ ସୁକେଶଙ୍କ ଧମକ ଏବଂ ଭୟଭୀ କୌଶଳ ତାଙ୍କୁ ଅତ୍ୟଧିକ କଷ୍ଟ ଦେଉଛି ଏବଂ ସେ ଭୟରେ ଅଛନ୍ତି ।












Click it and Unblock the Notifications