ହାଇକୋର୍ଟର ଦ୍ୱାରସ୍ଥ ହେଲେ ଜ୍ୟାକନିଲ୍: ମହାଠକ୍ ସୁକେଶ ଚନ୍ଦ୍ର ଶେଖର ଜାଲରେ ଫସିଯାଇଥିଲେ ଅଭିନେତ୍ରୀ
Money Laundering Case: ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଅଭିନେତ୍ରୀ 'ମର୍ଡର ୨' ଏବଂ 'କିକ୍' ଭଳି ଅନେକ ବଲିଉଡ ଚଳଚ୍ଚିତ୍ରରେ ନିଜର ସୁନ୍ଦର ଅଭିନୟ ସହ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ତେବେ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ତାଙ୍କ ନାମ ଲିଙ୍କ୍ ହେବା ପରେ ଅଭିନେତ୍ରୀ ଲାଇମଲାଇଟରେ ରହିଆସୁଛନ୍ତି ।

ଏହି ମାମଲାରେ ତାଙ୍କୁ ଅନେକ ଥର କୋର୍ଟରେ ହାଜର ହେବା ପାଇଁ ପଡିଛି । ଏହି ମାମଲାରେ ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଏବଂ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀ ଚାର୍ଜସିଟ୍ ଏବଂ ଏଫ୍ଆଇଆର୍ ବାତିଲ କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ANI ରିପୋର୍ଟ ଅନୁସାରେ, ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର୍ ଏବଂ ଚାର୍ଜସିଟ୍କୁ ଖାରଜ କରିବା ପାଇଁ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଇଡି ପ୍ରଦାନ କରିଥିବା ଚାର୍ଜସିଟ୍ ପ୍ରମାଣ ଭାବରେ କାର୍ଯ୍ୟ କରିବ, ଆବେଦନକାରୀ ଅର୍ଥାତ୍ ଜ୍ୟାକଲିନ୍ ନିର୍ଦ୍ଦୋଷ ଏବଂ ସେ ସୁକେଶଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ।
ଜ୍ୟାକଲିନ ଦାବି କରିଛନ୍ତି ଯେ, ମନି ଲଣ୍ଡରିଂ ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସୁକେଶ ଚନ୍ଦ୍ରଶେଖର ତାଙ୍କୁ ପ୍ରତାରଣା କରିଛନ୍ତି। ଏହା ବ୍ୟତିତ, ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଅଭିନେତ୍ରୀଙ୍କ ଅନୁସାରେ ଆବେଦନକାରୀଙ୍କୁ ଜଣେ ଅଭିଯୁକ୍ତ ବୋଲି ଦୋଷୀ ସାବ୍ୟସ୍ତ କରିବାବେଳେ ଇଡି ପକ୍ଷପାତିତା କରିଛି।
ସୂଚନଥାଉ ଯେ, ଅଗଷ୍ଟ 17, 2022 ରେ, ଇଡି ଜ୍ୟାକଲିନଙ୍କ ବିରୋଧରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରିଥିଲା । ଚାର୍ଜସିଟ ଅନୁଯାୟୀ ଜ୍ୟାକଲିନ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁକେଶଙ୍କଠାରୁ ମହଙ୍ଗା ଉପହାର ନେଇଥିଲେ। ଏହି ଉପହାରଗୁଡ଼ିକର ମୂଲ୍ୟ 71 ଲକ୍ଷ ଟଙ୍କା ବୋଲି କୁହାଯାଇଥିଲା। ପରେ ଇଡି ଅଭିନେତ୍ରୀଙ୍କ 7 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରିଥିବା ନେଇ ଖବର ପ୍ରକାଶ ପାଇଥିଲା ।
ଜ୍ୟାକଲିନ୍ 2009ଚରେ ଆଲାଦିନ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ ଏବଂ ଏହା ପରେ ସେ କିକ୍, ମର୍ଡର 2, ଏ ଜେଣ୍ଟଲମ୍ୟାନ୍ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ସେହିପରି ଅଭିନେତ୍ରୀ ଖୁବ୍ ଶୀଘ୍ର ମଲ୍ଟି ଷ୍ଟାର୍ ଫିଲ୍ମ ୱେଲକମ୍ 3ରେ ନଜର ଆସିବେ ।












Click it and Unblock the Notifications